ୟୁଏସ ଓପନ: ଅଷ୍ଟ୍ରିଆର ଡୋମିନିକ ଥୀମ ଜିତିଲେ, ହାରିଲେ ଜର୍ମାନୀର ଆଲେକଜାଣ୍ଡର ଜ୍ୱେରେବ
Khabar Odisha:Sports-Dominic-Thiem-beats-Alexander-Zverev-in-five-sets-to-claim-US-Open-title

ନ୍ୟୁୟର୍କ, ସେପ୍ଟେମ୍ବର ୧୪ (ଖବର ଓଡ଼ିଶା): ଅଷ୍ଟ୍ରିଆର ୨୭ ବର୍ଷୀଅ ଟେନିସ ଖେଳାଳି ଡୋମିନିକ ଥୀମ ୟୁଏସ ଓପନ ପୁରୁଷ ସିଙ୍ଗିଲ୍ସରେ ବିଜୟୀ ହୋଇଛନ୍ତି । ଏହା ହେଉଛି ତାଙ୍କର ପ୍ରଥମ ୟୁଏଏସ ଓପନ ଟାଇଟଲ । ବଡ଼ ରୋମାଂଚକର ମୁକାବିଲାରେ ସେ ଜର୍ମାନୀର ଆଲେକଜାଣ୍ଡର ଜ୍ୱେରେବଙ୍କୁ ୨-୬, ୪-୬, ୬-୪, ୭-୬(୬)ରେ ପରାସ୍ତ କରିଛନ୍ତି । 

ଟାଇବ୍ରେକ ଜରିଆରେ ବିଜେତା ଘୋଷଣା କରାଯାଇଥିଲା । ୭୧ ବର୍ଷ ପରେ ୟୁଏସ ଓପନର ଫାଇନାଲରେ ଆରମ୍ଭରୁ ଉଭୟ ସେଟରେ କୌଣସି ଖେଳାଳି ଟାଇଟଲ ଜିତିପାରି ନଥିଲେ । ଏହା ପୂର୍ବରୁ ପାଂଚୋ ଗୋଜାଲେଜ ୧୯୪୯ରେ ଏହି ସଫଳତା ହାସଲ କରିଥିଲେ । 

ଥୀମ ସେମିଫାଇନାଳରେ ଗତ ବର୍ଷର ଉପବିଜେତା ଦାନିଲ ମେଦଭେଦେବଙ୍କୁ ୬-୨, ୭-୬, ୭-୬ରେ ପରାସ୍ତ କରିଥିଲେ । ଥୀମ ୨ ବର୍ଷ ପୂର୍ବରୁ ଫ୍ରାଂଚ ଓପନ ଫାଇନାଲରେ ରାଫେଲ ନଡାଲଙ୍କ ଠାରୁ ହାରିଥିଲେ । କିନ୍ତୁ ଚଳିତ ବର୍ଷ ଅଷ୍ଟ୍ରେଲିଆ ଓପନ ଫାଇନାଲରେ ନୋଭାକ ଜୋକୋଭିକଙ୍କୁ ପରାସ୍ତ କରିଥିଲେ । 

 

  • Tags:

Subscribe

National International State Sports Entertainment