ବର୍ମିଂହାମ, ଅଗଷ୍ଟ ୦୩ (ଖବର ଓଡ଼ିଶା): ଭାରତୀୟ ପୁରୁଷ ଟେବୁଲ ଟେନିସ ଟିମ ରାଜ୍ୟଗୋଷ୍ଠୀ କ୍ରୀଡ଼ା-୨୦୨୨ରେ ଦମଦାର ପ୍ରଦର୍ଶନ କରି ସ୍ୱର୍ଣ୍ଣପଦକ ହାସଲ କରିଛି । ଫାଇନାଲ ମୁକାବିଲାରେ ସିଂଗାପୁରକୁ ଭାରତ ୩-୧ରେ ପରାସ୍ତ କରିଛି । ଭାରତ ତରଫରୁ ହରମୀତ ଦେସାଇ ଓ ଜୀ ସାଥିୟାନ ଡବଲ ମ୍ୟାଚରେ ବିଜୟ ହାସଲ କରି ଭାରତକୁ ମେଡାଲ ଦେଇଛନ୍ତି ।
ଭାରତର ପ୍ରତିଯୋଗୀମାନେ ଆରମ୍ଭରୁ ଗୋଟିଏ ସ୍କୋର କରିଥିଲେ । ମାତୟ ଚ୍ୟୁ ଝେ ୟୁ କ୍ଲେରେନ୍ସ ଅନ୍ୟ ଗେମରେ ବିଜୟ ହାସଲ କରି ସିଂଗାପୁରକୁ ୧-୧ରେ ପହଞ୍ଚାଇଥିଲେ । କିନ୍ତୁ ଜି ସାଥିୟାନ ଓ ହରମୀତ ଦେସାଇ ନିଜ ନିଜ ଲଢ଼େଇ ଜାରି ରଖି ଭାରତର ସ୍ୱର୍ଣ୍ଣ ପଦକକୁ ସୁନିଶ୍ଚିତ କରିଥିଲେ ।
ରାଜ୍ୟଗୋଷ୍ଠୀ କ୍ରୀଡ଼ା-୨୦୨୨ର ୫ମ ଦିନରେ ଭାରତକୁ ୨ଟି ସ୍ୱର୍ଣ୍ଣ ଓ ୨ଟି ରୌପ୍ୟ ପଦକ ମିଳିଛି । ଦେଶକୁ ଏପର୍ଯ୍ୟନ୍ତ ୧୩ଟି ପଦକ ମିଳିସାରିଛି । ଏଥିରେ ୫ଟି ସ୍ୱର୍ଣ୍ଣ, ୫ଟି ରୌପ୍ୟ ଓ ୩ଟି କାଂସ୍ୟ ପଦକ ସାମିଲ ରହିଛ ।