୭ ଘଣ୍ଟାରେ ପହଁରିଲେ ୨୨କିଲୋମିଟର: ଦିବ୍ୟାଙ୍ଗ ଝିଅ ଜିୟା ରାଓ ରଚିଲେ ଇତିହାସ
Khabar Odisha:Sports-Autistic-Uttar-Pradesh-girl-Jiya-Rai-Swam-22-km-to-sets-new-swimming-record

ମୁମ୍ବାଇ, ଜାନୁଆରୀ ୧୨ (ଖବର ଓଡ଼ିଶା): ଉତ୍ତର ପ୍ରଦେଶର ଆଜମଗଡ଼ ଜିଲ୍ଲାର ସଗଡ଼ି ତହସିଲ କଟାଇ ଅଲିମୁଦ୍ଦୀନପୁର ଝିଅ ଦିବ୍ୟାଙ୍ଗ ହୋଇ ମଧ୍ୟ ଇତିହାସ ରଚିଛନ୍ତି । ୧୨ ବର୍ଷୀୟ ଜିୟା ରାୟ ସନ୍ତରଣ ପ୍ରତିଯୋଗିତାରେ ରେକର୍ଡ କରିଛନ୍ତି । ଜିୟାଂ ଆରବ ସାଗରରେ ଅର୍ନାଲା ଫୋର୍ଟରୁ ୱସଇ ପର୍ଯ୍ୟନ୍ତ ୨୨କିଲୋମିଟର ଦୂର ୭ ଘଣ୍ଟା ୪ ମିନିଟରେ ପହଁରିଛନ୍ତି । 

ଜିୟାଙ୍କ ଏହି ଅଭିଜ୍ଞତାକୁ ଇଣ୍ଡିଆ ବୁକ ଅଫ ରେକର୍ଡ ଓ ଲିମକା ବୁକ ଅଫ ରେକର୍ଡରେ ମଧ୍ୟ ସାମିଲ କରାଯାଇଛି । ଜିୟାଙ୍କ ଏହି ଅଭିଜ୍ଞତା ଲାଗି ରାଜ୍ୟର ନଗର ଉନ୍ନୟନ ମନ୍ତ୍ରୀ ଏକନାଥ ଶିନ୍ଦେ ଜିୟାଙ୍କ ସହିତ ଅନ୍ୟ ପ୍ରତିଭାଗୀଙ୍କୁ ମଧ୍ୟ ସମ୍ମାନିତ କରାଯାଇଛି ।

ଜିୟା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫିଟ ଇଣ୍ଡିଆ ଅଭିଯାନରେ ଆୟୋଜିତ ପ୍ରତିଯୋଗିତାରେ କର୍ତ୍ତିମାନ ସ୍ଥାପିତ କରିଥିଲେ । ସମୁଦ୍ରର ଉଚ୍ଚ ଲହରୀ ମଧ୍ୟରେ ସକାଳୁ ୬ ଟା ୫୦ ମିନିଟରେ ପହଁରିବା ଆରମ୍ଭ କରିଥିଲେ । ସେ ୭ ଘଣ୍ଟା ୪ ମିନିଟରେ ୨୨ କିଲୋମିଟର ଦୂର ଅତିକ୍ରମ କରି ଅପରାହ୍ନ ୧ଟା ୫୪ ମିନିଟରେ ଲକ୍ଷ୍ୟ ହାସଲ କରିଥିଲେ ।    

 

  • Tags:

Subscribe

National International State Sports Entertainment