ରିୟାଦ୍: ଫୁଟବଲ ପ୍ରେମୀଙ୍କ ପାଇଁ ଆସିଛି ବଡ ଖବର। ସାଉଦି ଆରବ ଫୁଟବଲ ବିଶ୍ୱକପ ଆୟୋଜନ କରିଛି। ସାଉଦି ଆରବ ବିଶ୍ୱକପ୍ ଆୟୋଜନ କରିବ ବୋଲି ଫେଡେରେସନ ଇଣ୍ଟରନ୍ୟାସନାଲ ଫୁଟବଲ ଆସୋସିଏସନ (ଫିଫା) ଘୋଷଣା କରିଛି। ସାଉଦୀ ପ୍ରିନ୍ସ ମହମ୍ମଦ ବିନ୍ ସଲମାନ ଗଣମାଧ୍ୟମକୁ ଏହି ସୂଚନା ପ୍ରଦାନ କରିଛନ୍ତି। ଏହା ପୂର୍ବରୁ ୨୦୨୬ରେ କାନାଡା, ମେକ୍ସିକୋ ଓ ସଂଯୁକ୍ତ ରାଷ୍ଟ୍ରର ମିଳିତ ଉଦ୍ୟମରେ କ୍ରୀଡ଼ା ମହାକୁମ୍ଭ ଆଯୋଜନ ହେବ। ସେହିପରି ବିଶ୍ବକପ୍- ୨୦୩୦ ସ୍ପେନ୍, ପର୍ତ୍ତୁଗାଲ୍ ଓ ମରୋକ୍କୋ ମିଳିତ ଭାବେ ଆୟୋଜନ କରିବେ।
ସାଉଦି ଆରବ ଫୁଟବଲ ବିଶ୍ୱକପ୍-୨୦୩୪ ଆୟୋଜନ କରିବାକୁ ପାଇଛି। ଏହାବ୍ୟତୀତ ଫିଫା ଫୁଟବଲ ବିଶ୍ୱକପ୍- ୨୦୩୦ ଆୟୋଜନ କରିବାକୁ ମଧ୍ୟ ଘୋଷଣା କରିଛି। ଏହା ପ୍ରଥମ ଥର ନୁହେଁ ଯେ କୌଣସି ଆରବ ଦେଶରେ ଫୁଟବଲ ବିଶ୍ୱକପ ଆୟୋଜନ କରାଯିବ। ଶେଷ ବିଶ୍ୱକପ୍-୨୦୨୨ କତାରରେ ଖେଳାଯାଇଥିଲା। କାତାରରେ ଖେଳାଯାଇଥିବା ବିଶ୍ୱକପ୍ରେ ଲିଓନେଲ ମେସିଙ୍କ ଦଳ ଆର୍ଜେଣ୍ଟିନା ଟାଇଟଲ ଜିତିଥିଲା। ଏବେ ପୁଣି ଥରେ ଆରବ ଦେଶରେ ଖେଳାଯିବ କ୍ରୀଡ଼ାର ଏହି ସବୁଠାରୁ ବଡ ମହାକୁମ୍ଭ।
ପରବର୍ତ୍ତୀ ବିଶ୍ୱକପ୍ ୨୦୨୬ରେ ଆୟୋଜନ ହେବାର କାର୍ଯ୍ୟକ୍ରମ ରହିଛି। ୨୦୨୬ ବିଶ୍ୱକପ୍ ଆମେରିକା, କାନାଡା ଓ ମେକ୍ସିକୋରେ ଆୟୋଜନ କରାଯିବ। ତା'ପରେ ୨୦୩୪ରେ ବିଶ୍ୱକପ୍ ଆୟୋଜନ ହେବ। କ୍ରିକେଟ୍ ଭଳି ଫୁଟବଲ୍ ବିଶ୍ୱକପ୍ ମଧ୍ୟ ପ୍ରତି ୪ ବର୍ଷରେ ଖେଳାଯାଏ। ୨୦୩୦ ବିଶ୍ୱକପ୍ ମଧ୍ୟ ମିଳିତ ଭାବେ ଆୟୋଜନ କରାଯିବ। ୨୦୩୦ ବିଶ୍ୱକପ୍ ସ୍ପେନ୍, ପର୍ତ୍ତୁଗାଲ ଓ ମୋରକ୍କୋ ଆୟୋଜନ କରିବେ। ୨୦୩୪ ଫିଫା ବିଶ୍ୱକପ୍ ସାଉଦି ଆରବରେ ଖେଳାଯିବ। ବିଶ୍ୱକପ୍ ଆୟୋଜନ ପାଇଁ ସାଉଦି ଆରବ ଗତ କିଛି ବର୍ଷ ମଧ୍ୟରେ ଫୁଟ୍ ବଲ୍ ପାଇଁ ବହୁତ ଟଙ୍କା ଖର୍ଚ୍ଚ କରିଛି।

ଅଧିକ ପଢ଼ନ୍ତୁ: ରୁଟ୍ଙ୍କ ବାଦଶାହା ଖତମ, ହ୍ୟାରି ବ୍ରୁକ ନମ୍ବର ଓ୍ଵାନ ବ୍ୟାଟର