ଗ୍ଲେନ ମାକ୍ସୱେଲ ଏବଂ ଏବି.ଡିଭିଲିୟର୍ସଙ୍କ ଦୁର୍ଦଶ ଅର୍ଦ୍ଧ ଶତକ କୋଲକାତକୁ ପରାସ୍ତ କଲା ଆରସିବି
Khabar Odisha:Royal-Challengers-Bangalore-returned-to-the-top-spot-on-the-points-table-with-a-38-run-win-over-Kolkata-Knight-Riders

ଚେନ୍ନାଇ,୧୮ଏପ୍ରିଲ(ଖବର ଓଡିଶା); ଚଳିତ ଆଇପିଏଲ ସିଜନରେ ଲଗାତାର ତୃତୀୟ ବିଜୟ ସହକାରେ ରୟାଲ ଚ୍ୟାଲେଞ୍ଜର ବାଙ୍ଗାଲୋର ପଏଣ୍ଟ ଟେବୁଲରେ ମୁମ୍ବାଇ କୁ ହଟାଇ ପ୍ରଥମ ସ୍ଥାନ ଦଖଲ କରିଛି । ଆଜି ଚେନ୍ନାଇରେ ଅନୁଷ୍ଠିତ ମ୍ୟାଚରେ ବାଙ୍ଗାଲୋର ୩୮ ରନରେ କୋଲକାତ ନାଇଟ ରାଇଡର୍ସଲକୁ ଧୁଳି ଚଟାଇଛି ।

୨୦ ଓଭର ଖେଳରେ ମାକ୍ସୱେଲ ଏବଂ ଏବି.ଡିଭିଲିୟର୍ସଙ୍କ ଦୁର୍ଦଶ ଅର୍ଦ୍ଧ ଶତକ ବଳରେ ବାଙ୍ଗାଲୋର ୨୦୫ ରନର ବିଶାଳ ସ୍କୋର ଛିଡା କରିଥିଲା । ବେଳେ ବୋଲିଂରେ ଦଳ ପକ୍ଷରୁ କାଇଲି ଜମିଇସନ ୩ଟି , ଚହଲ ୨, ହର୍ସଲ୨ ଲେଖଅଏଁ ୱିକେଟ ଅକ୍ତିଆର କରିଥିଲେ । 

ତେବେ ୨୦୫ ରନର ପିଛା କରିବାକୁ ଯାଇ କୋଲକାତା ଦଳ ନିୟମିତ ବ୍ୟବଧାନରେ ୱିକେଟ ହରାଇ ଚାଲିଥିଲା ଯାହା ଦଳ ପରାଜୟର କାରଣ ପାଲଟିଥିଲା । ତେବେ ଦଳର ପ୍ରାରମ୍ଭିକ ବ୍ୟଟ୍ସମ୍ୟାନ ଶୁଭମନ ଗିଲ୍ ଆରମ୍ଭରୁ ଦୃତ ଗତିରେ ରନ ସଂଗ୍ରହ କରିଥିଲେ ମଧ୍ୟ ତାହାକୁ ବଡ ସ୍କୋରରେ ପରିଣତ କରିପାରି ନାଥିଲେ । ସେହିପରି ଦଳ ପକ୍ଷରୁ ରସେଲ (୩୧), ସକିବ(୨୬) କରି ଦଳ ପାଇଁ କିଛି ଆଶ ଇଂଚାର କରିଥିଲେ ମଧ୍ୟ ବାଙ୍ଗାଲୋର ପକ୍ଷରୁ କାଇଲି ଜାମିଇସନ ୧୮ତମ ଓଭରରେ ଦୁଇଟି ୱିକେଟ ଅକ୍ତିଆର କରି କୋଲକାତ ଆଶରେ ପାଣି ଭରିଦେଇ ଥିଲେ । 

ତେବେ ବାଙ୍ଗାଲୋକୁ ପ୍ରାରମ୍ଭିକ ଝଟକା ଲାଗିଥିଲେ ମଧ୍ୟ ଗ୍ଲେନ ମାକ୍ସୱେଲ(୪୯ ବଲରୁ ୭୮ରନ) ଏବଂ ଏବି.ଡିଭିଲିୟର୍ସ(୩୪ ବଲରୁ ୭୬ ରନ)ଙ୍କ ଦୁର୍ଦଶ ଅର୍ଦ୍ଧ ଶତକ କୋଲକାତାକୁ ଧୁଳି ଚଟାଇ ଦେଇଥିଲା ।

  • Tags:

Subscribe

National International State Sports Entertainment