ଭଦୋଦରା: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦ୍ଵିତୀୟ ଥର ପାଇଁ ମହିଳା ପ୍ରିମିୟର ଲିଗ୍ ଟାଇଟଲ ଜିତିଛି। WPL ୨୦୨୬ର ଫାଇନାଲ୍ ମ୍ୟାଚରେ ଆରସିବି ଦିଲ୍ଲୀ କ୍ୟାପିଟାଲ୍ସକୁ ୬ ୱିକେଟରେ ପରାସ୍ତ କରିଛି। ୨୦୨୪ ପରେ ଦ୍ଵିତୀୟ ଆରସିବି WPL ଟ୍ରଫି ଉଠାଇଛି। ଅନ୍ୟପଟେ, ଦିଲ୍ଲୀ କ୍ୟାପିଟାଲ୍ସ ଲଗାତାର ଚତୁର୍ଥ ଫାଇନାଲରେ ପରାସ୍ତ ହୋଇ ଇତିହାସ ସୃଷ୍ଟି କରିଛି। ଦଳର ପୁଣି ଥରେ ଚାମ୍ପିଅନ ହେବାର ସ୍ଵପ୍ନ ଧୂଳିସାତ ହୋଇଛି।
ଫାଇନାଲ ମ୍ୟାଚରେ, ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଥମେ ବ୍ୟାଟିଂ କରି ୨୦୩ ରନ କରିଥିଲା। ଏହା ମହିଳା ପ୍ରିମିୟର ଲିଗ୍ ଫାଇନାଲ ଇତିହାସରେ କୌଣସି ଦଳ ଦ୍ଵାରା ସର୍ବାଧିକ ସ୍କୋର ଥିଲା। ତଥାପି, ଆରସିବି ଫାଇନାଲରେ ଇତିହାସରେ ସର୍ବାଧିକ ରନ ଚେଜ୍ କରି ରେକର୍ଡ କରିଛି। ଅଧିନାୟକ ସ୍ମିତି ମନ୍ଧାନାଙ୍କ ବିସ୍ଫୋରକ ୮୭ ରନ ଏବଂ ଜର୍ଜିଆ ଓ୍ଵଲଙ୍କ ୭୯ ରନର ଇନିଂସ ବଳରେ ମ୍ୟାଚକୁ ୪ ଓ୍ଵିକେଟରେ ଜିତି ନେଇଛି।
୨୦୨୪ ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପ୍ରଥମ ଥର ପାଇଁ WPL ଟ୍ରଫି ଜିତିଥିଲା। ସେହି ସମୟରେ, ବେଙ୍ଗାଲୁରୁ ଫାଇନାଲରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୮ ୱିକେଟରେ ପରାସ୍ତ କରିଥିଲା। ଦୁଇ ବର୍ଷ ପରେ, ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୨୦୪ ରନର ରେକର୍ଡ ଟାର୍ଗେଟ ପିଛା କରି ଇତିହାସ ରଚିଛି।
ଅଧିନାୟିକା ସ୍ମୃତି ମନ୍ଧାନା ୪୭ ବଲରେ ୮୧ ରନ କରିଥିବା ବେଳେ ଜର୍ଜିଆ ୱାଲ୍ ୭୯ ରନର ଯୋଗଦାନ ଦେଇଥିଲେ। ମନ୍ଧାନା ଏବଂ ୱାଲଙ୍କ ଐତିହାସିକ ୧୬୫ ରନର ଭାଗୀଦାରୀ ଆରସିବିର ଲଗାତାର ଦ୍ୱିତୀୟ ଟାଇଟଲରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା।
ଦିଲ୍ଲୀ ଲଗାତାର ଚତୁର୍ଥ ଫାଇନାଲରେ ପରାସ୍ତ
ଦିଲ୍ଲୀ କ୍ୟାପିଟାଲ୍ସ ଲଗାତାର ଚତୁର୍ଥ ଥର ପାଇଁ ନିରାଶ ହୋଇଛି। ଦିଲ୍ଲୀ WPL ଇତିହାସରେ ପ୍ରତ୍ୟେକ ସିଜନରେ ଫାଇନାଲରେ ପରାଜିତ ହେବାରେ ପ୍ରଥମ ଦଳ ହୋଇ ନିଜ ନାମରେ ଏକ ଲଜ୍ଜାଜନକ ରେକର୍ଡ ଯୋଡ଼ିଛି। ଦିଲ୍ଲୀ ଦୁଇଟି ଫାଇନାଲରେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଠାରୁ ପରାସ୍ତ ହୋଇଛି।