ହକି ବିଶ୍ବକପ ପୂର୍ବରୁ ସଜେଇ ହେଉଛି ରାଉରକେଲା, ରଙ୍ଗୀନ ଆଲୋକରେ ଚିକମିକ୍ କରୁଛି ରାସ୍ତା ପାର୍ଶ୍ବ ରାଉରକେଲା, ନଭେମ୍ବର ୪(ଖବର ଓଡିଶା): Share story: ଝଟକୁଛି ରାଉରକେଲା । ପାର୍କ, ଓ୍ବାଟର ଫାଉଣ୍ଟେନ ସାଙ୍ଗକୁ ଚକାଚକ୍ ରାସ୍ତା । ରଙ୍ଗୀନ ଆଲୋକରେ ଚିକମିକ୍ କରୁଛି ରାସ୍ତା ପାର୍ଶ୍ବ । ସୁନ୍ଦର ସୁନ୍ଦର ପ୍ରତିକୃତି ଓ ଚିତ୍ର କଳା ଲୋକଙ୍କୁ ଆକୃଷ୍ଟ କରୁଛି । ବିଶ୍ବକପ ପୂର୍ବରୁ ରିଙ୍ଗ୍ ରୋଡର ସୌନ୍ଦର୍ଯ୍ୟକରଣ ସହ ସହରର ବିଭିନ୍ନ ରାସ୍ତା କଡ଼କୁ ଆଲୋକମାଳାରେ ସଜେଇ ହୋଇଛି । ସହରର ଟ୍ରାଫିକ୍ ଗେଟ ଛକ ନିକଟରେ ନିର୍ମାଣ କରାଯାଇଛି ସେନସୋରୀ ପାର୍କ । ଏହି ପାର୍କରେ ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବୟସ୍କଙ୍କ ମନୋରଞ୍ଜନ ପାଇଁ ସମସ୍ତ ବ୍ୟବସ୍ଥା ରହିଛି । ପରିତ୍ୟକ୍ତ ପୁଷ୍କରିଣୀର ସୌନ୍ଦର୍ଯ୍ୟ କରଣ କରାଯାଇ ଲାଇଟ ସହିତ ଓ୍ବାଟର ଫାଉଣ୍ଟେନର ବ୍ୟବସ୍ଥା କରାଯାଇଛି । ପାର୍କରେ ଭର୍ଟିକାଲ ଗାର୍ଡେନରେ କାନ୍ଥରେ ଲାଗିଛି ବିଭିନ୍ନ ଗଛ । ଖବର ଓଡ଼ିଶା, Reporter, 04/11/2022