ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ଦ୍ବାରା ପରିଚାଳିତ ପୁରୁଷ ଟି-୨୦ ବିଶ୍ବକପରେ ରୋହିତ ଶର୍ମାଙ୍କ ନେତୃତ୍ବରେ ଭାରତୀୟ କ୍ରିକେଟ୍ ଟିମ୍ ଶନିବାର ଦକ୍ଷିଣ ଆଫ୍ରିକାକୁ ୭ରନ୍ରେ ପରାସ୍ତ କହିବା ସହିତ ବିଶ୍ବବିଜେତା ହୋଇଛି। ୧୭ ବର୍ଷ ପରେ ପୁଣି ଥରେ ଟି-୨୦ ବିଶ୍ବକପ ଚାମ୍ପିଅନ ହେବା ସହିତ ବିଶ୍ବବାସୀଙ୍କୁ ଭାରତର ବଳ ଦେଖାଇଛି ଟିମ୍ ଇଣ୍ଡିଆ। ଭାରତ ଏହା ପୂର୍ବରୁ ୨୦୦୭ରେ ମହେନ୍ଦ୍ର ସିଂହ ଧୋନୀଙ୍କ ନେତୃ୍ବରେ ଟି-୨୦ ବିଶ୍ବକପ ବିଜୟୀ ହୋଇଥିଲା। ଏହି ସଫଳତା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଶ୍ବକପରେ ଭାରତୀୟ ଟିମ୍ର ଅଧିନାକୟକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏବେ ମୋଦୀଙ୍କ ଟୁଇଟ୍ ନେଇ ରୋହିତ ଶର୍ମା ପ୍ରତିକ୍ରିୟା ଦେଇଛନ୍ତି।
ପ୍ରଧାନମନ୍ତ୍ରୀ ମୋଦୀ ସାମାଜିକ ଗଣମାଧ୍ୟମର ସବୁଠୁ ଅଧିକ ଚର୍ଚ୍ଚିତ ପ୍ଲାଟଫର୍ମ ‘ଏକ୍ସ’ରେ ରୋହିତ ଶର୍ମାଙ୍କୁ ବିଶ୍ବକପ ବିଜୟ ନେଇ ଶୁଭେଚ୍ଛା ଜଣାଇଥିଲେ। ସେ ଲେଖିଥିଲେ ଯେ, ସ୍ନେହର ରୋହିତ, ଆପଣ ଉତ୍କୃଷ୍ଠତାର ଧନୀ। ଆପଣଙ୍କର ଆକ୍ରମଣାତ୍ମକ ମାନସିକତା, ବ୍ୟାଟିଂ ଓ ଅଧିନାୟକତ୍ବ ଭାରତୀୟ ଟିମ୍କୁ ସଫଳତା ଦେଇଛି। ଆପଣଙ୍କ ଟି-୨୦ କ୍ୟାରିୟରକୁ ମନେ କରାଯିବ। ଆପଣଙ୍କ ସହିତ କଥା ହୋଇ ଖୁସି ଲାଗୁଛି। ସୂଚନାଯୋଗ୍ୟ, ଭାରତ ବିଶ୍ବକପ-୨୦୨୪ ବିଜୟୀ ହେଲା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଦିନ ରୋହିତ ଶର୍ମାଙ୍କ ସମେତ ଟିମ୍ ଇଣ୍ଡିଆର ଅନ୍ୟ ଖେଳାଳିଙ୍କ ସହିତ ଫୋନରେ କଥା ହୋଇଥିଲେ।
ରୋହତ ଶର୍ମା ପ୍ରଧାନମନ୍ତ୍ରୀ ମୋଦୀଙ୍କ ଟୁଇଟ୍ ନେଇ ଉତ୍ତର ଦେଇଛନ୍ତି। ସେ ଲେଖିଛନ୍ତି ଆପଣଙ୍କର ଦୟାଳୁ ଶଦ୍ଦ ପାଇଁ ଧନ୍ୟବାଦ ଜଣାଉଛି। ମୋତେ ଓ ପୂରା ଟିମ୍କୁ ଘରକୁ ଆସିବା ପର୍ଯ୍ୟନ୍ତ ବହୁତ ଗର୍ବ ଅନୁଭବ ହେଉଛି। ବାସ୍ତବରେ ଆମେ ବହୁତ ଖୁସି ଅଛୁ। ଆମ ଦେଶବାସୀ ମଧ୍ୟ ବହୁତ ଖୁସି ଅଛନ୍ତି।