ନୂଆଦିଲ୍ଲୀ: ରାହୁଲ ଦ୍ରାବିଡ ଆଇପିଏଲର ଆଗାମୀ ସିଜିନ ପୂର୍ବରୁ ରାଜସ୍ଥାନ ରୟାଲ୍ସ ସହ ସଂପର୍କ ତୁଟାଇଛନ୍ତି । ରାଜସ୍ଥାନ ରୟାଲ୍ସ ଶନିବାର ଏହାର ସୂଚନା ଦେଇଛି । ଦ୍ରାବିଡଙ୍କୁ ଆଇପିଏଲ୍ ୨୦୨୫ ସିଜିନ ପୂର୍ବରୁ ରାଜସ୍ଥାନ ମୁଖ୍ୟ କୋଚ୍ ଭାବେ ନିଯୁକ୍ତ କରିଥିଲା । ଫ୍ରାଞ୍ଚାଇଜ କହିଛି ଯେ, ଦ୍ରାବିଡଙ୍କୁ ରାଜସ୍ଥାନରେ ବଡ ପଦର ଅଫର ଦିଆଯାଇଥିଲା, ମାତ୍ର ଏହି କିମ୍ବଦନ୍ତୀ ଖେଳାଳି ଏହାକୁ ଅଗ୍ରାହ୍ୟ କରିଛନ୍ତି । ଟିମ୍ ସହ ତାଙ୍କର ଦ୍ୱିତୀୟ କାର୍ଯ୍ୟକାଳ ସମାପ୍ତ ହୋଇଛି ।
ଫ୍ରାଞ୍ଚାଇଜ ପକ୍ଷରୁ ଜାରି ଏକ ବିଜ୍ଞପ୍ତିରେ କୁହାଯାଇଛି ଯେ, ୫୨ ବର୍ଷୀୟ ଦ୍ରାବିଡଙ୍କୁ ୨୦୨୪ ସେପ୍ଟେମ୍ବର ୬ରେ ବହୁ ବର୍ଷୀୟ ଚୁକ୍ତିନାମା ଆଧାରରେ ମୁଖ୍ୟ କୋଚ୍ ପଦରେ ନିଯୁକ୍ତ କରାଯାଇଥିଲା । ନିକଟରେ ତାଙ୍କୁ ଏକ ବଡ ଭୂମିକା ଅଫର କରାଯାଇଥିଲା, ମାତ୍ର ସେ ଏହି ପଦକୁ ଅସ୍ୱୀକାର କରିଥିଲେ । ପୂର୍ବତନ ଭାରତୀୟ ଅଧିନାୟକ ରାହୁଲ ଦ୍ରାବିଡ ଏହା ପୂର୍ବରୁ ୨୦୧୧ରୁ ୨୦୧୫ ପର୍ଯ୍ୟନ୍ତ ଖେଳାଳି ଏବଂ କୋଚ୍ ଭାବେ ରୟାଲ୍ସ ଦଳରେ ଥିଲେ ।
ଦ୍ରାବିଡ ଗତ ବର୍ଷ ଭାରତୀୟ କ୍ରିକେଟ୍ ଦଳର ମୁଖ୍ୟ କୋଚ୍ ଭାବେ ନିଜର କାର୍ଯ୍ୟକାଳ ସମାପ୍ତ ହେବା ପରେ ଫ୍ରାଞ୍ଚାଇଜରେ ମୁଖ୍ୟ କୋଚ୍ ଭାବେ ଯୋଗ ଦେଇଥିଲେ । ହେଲେ ତାଙ୍କର ପ୍ରତ୍ୟାବର୍ତ୍ତନ ଦମଦାର ନ ଥିଲା । କାରଣ ରାଜସ୍ଥାନର ଆଇପିଏଲ ୨୦୨୫ରେ ପ୍ରଦର୍ଶନ ନିରାଶଜନକ ଥିଲା ।
ଋୟାଲ୍ସ ଏକ୍ସରେ ଲେଖିଛି ଯେ, ରାହୁଲ ଅନେକ ବର୍ଷ ଧରି ରାଜସ୍ଥାନ ରୟାଲ୍ସର ଯାତ୍ରାର କେନ୍ଦ୍ରରେ ରହିଛନ୍ିତ । ତାଙ୍କ ନେତୃତ୍ୱ ଖେଳାଳିଙ୍କ ଏକ ପିଢିକୁ ପ୍ରଭାବିତ କରିଛି । ଦଳର ମୂଲ୍ୟବୋଧ ବଢାଇଛନ୍ତି । ଫ୍ରାଞ୍ଚାଇଜର ସଂସ୍କୃତିରେ ଏକ ଅମୂଲ୍ୟ ଛାପ ଛାଡିଛନ୍ତି ।