ନୂଆଦିଲ୍ଲୀ: ଆସନ୍ତାକାଲି ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ)ର ମୋବାଇଲ୍ ବ୍ୟାଙ୍କିଙ୍ଗ୍ ସେବା ବନ୍ଦ ରହିବ । ଗୁରୁବାର ଦିନ ୧୨ଟା ୩୦ରୁ ୧ଟ ୩୦ ଯାଏଁ ୟୋନୋ (YONO) ବନ୍ଦ ରହିବ । ମେଣ୍ଟେନାନ୍ସ ସର୍ଭିସ୍ ପାଇଁ ବନ୍ଦ ରହିବ ବୋଲି ଏସବିଆଇ ପକ୍ଷରୁ ସୂଚନା ଦିଆଯାଇଛି । ଅନ୍ୟ ୟୁପିଆଇ ଜରିଆରେ ଏସବିଆଇ ଗ୍ରାହକମାନେ ଟଙ୍କା ନେଣଦେଣ କରି ପାରିବେ । ଏହା ସହିତ ଏଟିଏମ୍ ମଧ୍ୟ ଚାଲୁ ରହିବ । ଏତଦବ୍ୟତୀତ ଆଇଏନବି, ୟୋନୋ ଲାଇଟ୍, ଏଟିଏମ୍ ଓ ୟୁପିଆ ଲାଇଟ୍ ସର୍ଭିସ୍ ଚାଲୁ ରହିବ ।