କାଠମାଣ୍ଡୁ: ନେପାଳରେ ବନ୍ୟା ପାଣି ମଧ୍ୟରେ ଏକ ଆମ୍ବ ଗଛ ଜଣେ ଶ୍ରମିକଙ୍କ ପାଇଁ ଜୀବନର ଉତ୍ସ ପାଲଟିଲା। ବୁଧବାର ଦିନ ନେପାଳୀ ଶ୍ରମିକ ବିବେକ କୁମାଲ ବିଦୁର ଅଞ୍ଚଳରେ ଏକ ନୂତନ ନିର୍ମିତ ଘର ବାହାରେ ଏକ ଶୌଚାଳୟ ଗର୍ତ୍ତ ଖୋଳୁଥିଲେ। ସେତେବେଳେ ସେ ଏକ ଶବ୍ଦ ଶୁଣିଲେ।
ପାଞ୍ଚ ଫୁଟ ଗଭୀର ଗର୍ତ୍ତ ଉପରେ ଠିଆ ହୋଇଥିବା ତାଙ୍କର ଚାରି ଜଣ ସାଥୀ ତାଙ୍କୁ ବାହାରକୁ ଯାଇ ଦୌଡ଼ିବାକୁ ଡାକିଲେ। ଯେତେବେଳେ ସେ ଗର୍ତ୍ତରୁ ବାହାରି ଆସିଲେ। ତାଙ୍କ ସାଥୀମାନେ ସେଠାରୁ ଚାଲିଗଲେ। ସେ ନିଜ ଜୀବନ ପାଇଁ ଦୌଡ଼ିଲେ। କିନ୍ତୁ ବନ୍ୟା ତାଙ୍କୁ ଏବଂ ତାଙ୍କ ଚାରିପାଖରେ ଥିବା ସବୁକିଛିକୁ ଭସାଇ ନେଇଗଲା। ବିଦୁର ଚୀନର ତିବ୍ଦତ ସହିତ ନେପାଳର ହିମାଳୟ ସୀମା ନିକଟରେ ଅବସ୍ଥିତ। କାଠମାଣ୍ଡୁରର ଜାତୀୟ ଟ୍ରମା ସେଣ୍ଟରରେ ତାଙ୍କ ବିଛଣାରେ ଶୋଇ ବିବେକ କହିଥିଲେ, ମୁଁ ଦୌଡ଼ିବା ଆରମ୍ଭ କଲି। ତା'ପରେ ବନ୍ୟା ପାଣି ଆସିଲା। ଭୂମିକମ୍ପ ପରି ଲାଗିଲା। ବନ୍ୟା ମୋତେ ଭସାଇ ନେଲା। ସୌଭାଗ୍ୟବଶତଃ ମୁଁ ଏକ ଆମ୍ବ ଗଛରେ ଲାଗି ରହିଲି। ପରେ ପୋଲିସ ପହଞ୍ଚି ମୋତେ ସୁରକ୍ଷିତ ଭାବରେ ବାହାର କରି ଆଣିଥିଲା। ଯଦି ଆମ୍ବ ଗଛ ନ ଥାନ୍ତା, ତେବେ ମୁଁ ବୁଡ଼ି ମରିଯାଇଥାନ୍ତି।
ଅଧିକ ପଢ଼ନ୍ତୁ: ନେପାଳରେ ବନ୍ୟା: ଆସିଗଲା ସହାୟତା