ରୋଡ ସେଫଟି ୱାର୍ଲଡ ସିରିଜ ଟି-୨୦ ; ବାଲାଂଦେଶ ଲିଜେଣ୍ଡସକୁ ୧୦ ୱିକେଟରେ ହରାଇଲା ଭାରତ ଲିଜେଣ୍ଡସ
Khabar Odisha:Road-Safety-World-Series-T20-India-Legends-won-by-10-wickets
ରାୟପୁର, ମାର୍ଚ୍ଚ ୦୬ (ଖବର ଓଡ଼ିଶା):

ରୋଡ ସେଫଟି ୱାର୍ଲଡ ସିରିଜ ଟି-୨୦ ଟୁର୍ଣ୍ଣାମେଣ୍ଟରେ ଚମକୁଛନ୍ତି ଭାରତୀୟ କ୍ରିକେଟର । ନିଜର କ୍ୟାରିୟର ମଧ୍ୟରେ ଅନେକ ବିସ୍ଫୋରକ ଇଂନିସ ଖେଳିଥିବା ପୂର୍ବତନ ଭାରତୀୟ ଓପନର ବୀରେନ୍ଦ୍ର ସେଭାଗ ଗତକାଲି ୩୫ ବଲରୁ ୮୦ ରନର ଏକ ବିସ୍ଫୋରକ ଇଂନିସ ଖେଳିଛନ୍ତି । ତାଙ୍କର ଏହି ଇଂନିସ ବଳରେ ଭାରତ ଲିଜେଣ୍ଡସ ୧୦ ୱିକେଟରେ ବାଂଲାଦେଶ ଲିଜେଣ୍ଡସକୁ ପରାସ୍ତ କରିଛି । ଭାରତ ଲିଜେଣ୍ଡସର ଅଧିନାୟକ ସଚ୍ଚିନ ତେନ୍ଦୁଲକର ୨୬ ବଲରୁ ୩୩ ରନ ସ୍କୋର କରି ଅପରାଜିତ ରହିଥିଲେ । ପ୍ରଥମେ ବ୍ୟାଟିଙ୍ଗ କରିଥିବା ବାଂଲାଦେଶ ଲିଜେଣ୍ଡସ ୧୯.୪ ଓଭରରେ ୧୦୯ ରେ ଅଲଆଉଟ ହୋଇଯାଇଥିଲା । ଦଳ ପକ୍ଷରୁ ନାଜିମୁଦ୍ଦିନ ସର୍ବାଧିକ ୪୯ ରନ ସ୍କୋର କରିଥିଲେ । ଭାରତ ପକ୍ଷରୁ ବିନୟ କୁମାର, ଯୁବରାଜ ସିଂ ଏବଂ ମନପ୍ରୀତ ଗୋନି ଦୁଇଟି ଲେଖାଁଏ ୱିକେଟ ଅକ୍ତିଆର କରିଛନ୍ତି । ପୂର୍ବ ବର୍ଷ ମହାମାରୀ କରୋନା ପାଇଁ ଅଧାରୁ ବାତିଲ ହୋଇଥିବା ଏହି ଟୁର୍ଣ୍ଣାମେଣ୍ଟ ପୁଣି ଥରେ ଆରମ୍ଭ ହୋଇଛି । ଲୋକ ମାନଙ୍କୁ ସଡକ ସମ୍ବନ୍ଧରେ ସଚେତନ କରିବାକୁ ଆୟୋଜିତ ହେଉଥିବା ଏହି ଟୁର୍ଣ୍ଣାମେଣ୍ଟରେ ଛଅଟି ଦେଶର ଅବସର ନେଇସାରିଥିବା କ୍ରିକେଟର ମାନେ ଅଂଶଗ୍ରହଣ କରୁଛନ୍ତି । ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ମାର୍ଚ୍ଚ ୨୧ ତାରିଖରେ ଅନୁଷ୍ଠିତ ହେବ ।

  • Tags:

Subscribe

National International State Sports Entertainment