ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବୁଧବାର ଅଲିମ୍ପିକରେ କାଂସ୍ୟ ପଦକ ବିଜୟିନୀ ସାଇନା ନେହୱାଲଙ୍କ ସହିତ ବ୍ୟାଡମିଣ୍ଟନ ଖେଲିଛନ୍ତି। ରାଷ୍ଟ୍ରପତି ଭବନର ବ୍ୟାଡମିଣ୍ଟନ କୋର୍ଟରେ ଉଭୟଙ୍କ ମଧ୍ୟରେ ଏହି ମୁକାବିଲା ହୋଇଛି। ୬୬ ବର୍ଷୀୟ ଦ୍ରୌପଦୀ ମୁର୍ମୁ ଖେଳ ସମୟରେ ଭଲ ସର୍ଟ ମାରିଥିଲେ। ସେ ସ୍ମେସ ସର୍ଟ ମଧ୍ୟ ଖେଳିଥିଲେ। ତାଙ୍କର ଦକ୍ଷତାକୁ ଦେଖି ଅଲିମ୍ପିକ ପଦକ ବିଜୟିନୀ ସାଇନା ନେହୱାଲ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଉଭୟଙ୍କ ମଧ୍ୟରେ ହୋଇଥିବା ମୁକାବିଲାର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି।
ରାଷ୍ଟ୍ରପତି ଭବନର ‘ଏକ୍ସ’ ହ୍ୟାଣ୍ଡେଲରେ ଖେଳର କିଛି ଫଟୋ ସେୟାର କରାଯାଇଚି। ଗୋଟିଏ ପୋଷ୍ଟରେ ଲେଖାଯାଇଛି ଯେ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବହୁଚର୍ଚ୍ଚିତ ଖେଳାଳି ସାଇନା ନେହୱାଲଙ୍କ ସହିତ ବ୍ୟାଡମିଣ୍ଟନ ଖେଳିଛନ୍ତି। ରାଷ୍ଟ୍ରପତିଙ୍କ ଏହି ପ୍ରେରଣାଦାୟକ ପଦକ୍ଷେପ ବ୍ୟାଡମିଣ୍ଟନ ଦୁନିଆରେ ଏକ ଶକ୍ତିଶାଳୀ ଦେଶ ଭାବେ ଅବଧାରଣା ହେବାର ପ୍ରୟାସ।
ସାଇନା ନେହୱାଲ ମଧ୍ୟ ରାଷ୍ଟ୍ରପତିଙ୍କ ସହିତ ଖେଳିବାକୁ ଭେଟିବା ନେଇ ଖୁସି ଅନୁଭବ କରିଛନ୍ତି। ସେ ସାମାଜିକ ଗଣମାଧ୍ୟମର ପୋଷ୍ଟରେ ଲେଖିଛନ୍ତି, ଭାରତର ରାଷ୍ଟ୍ରପତିଙ୍କ ସହିତ ଖେଳିବା ମୋ ପାଇଁ ସମ୍ମାନର ବିଷୟ। ଏହା ମୋ ପାଇଁ ସ୍ମରଣୀୟ ଦିନ ମୋ ସହିତ ବ୍ୟାଡମିଣ୍ଟନ ଖେଳିଥିବାରୁ ରାଷ୍ଟ୍ରପତିଙ୍କୁ ବହୁତ ବହୁତ ଧନ୍ୟବାଦ ଜଣାଉଛି।