ଅକ୍ସିଜେନ କ୍ରୟ କରିବା ଲାଗି ପିଏମ କେୟାର ପାଣ୍ଠିକୁ ୫୦,୦୦୦ ୟୁଏସ୍ ଡଲାର ଦାନ କଲେ ପ୍ୟାଟ୍ କମିନ୍ସ
Khabar Odisha:Pat-Cummins-donates-USD-50000-to-PM-CARES-Fund-to-purchase-oxygen-supplies

ନୁଆଦିଲ୍ଲୀ,ଏପ୍ରିଲ୨୬(ଖବର ଓଡିଶା); ଅଷ୍ଟ୍ରେଲିଆର ଷ୍ଟାର୍ ଦୃତ ବୋଲର ପ୍ୟାଟ୍ କମିନ୍ସ ଆଜି ପିଏମ୍ କେୟାର ପାଣ୍ଠିକୁ ୫୦,୦୦୦ ହଜାର ଆମେରିକିୟ ଡଲାର ସମ୍ପ୍ରତି ଭାରତରେ କରୋନାର ଦ୍ୱିତ୍ୱୀୟ ଲହରରେ ଦେଖାଯାଇଥିବା ଅକ୍ସିଜେନ କ୍ରୟ କରିବା ଲାଗି ଦାନ କରିଛନ୍ତି । ଏହା ସହିତ ସେ ଆଇପିଏଲରେ ଖେଳ ଜାରି ରଖିବେ ବୋଲି କହିଛନ୍ତି ଏବଂ କରୋନା ମହାମାରି ସମୟରେ ଏହା ଲୋକମାନଙ୍କୁ କିଛି ମୁହୁର୍ତ ଖୁସି ପ୍ରଦାନ କରୁଛି ବୋଲି ସେ କହିଛନ୍ତି । 

ଆଜି ନିଜ ଟ୍ୱିଟର ଆକାଉଣ୍ଟରେ ସେ ଏ ବିଷୟରେ ଜଣାଇଛନ୍ତି । ଏହା ସହିତ ଅନ୍ୟ ଖେଳାଳି ମାନଙ୍କୁ ମଧ୍ୟ ଏହିପରି କରି କରୋନାର ଦ୍ୱିତ୍ୱୀୟ ଲହର ସହିତ ଲଢୁଥିବା ଘଡିସନ୍ଧି ମୁହୁର୍ତରେ ସରକାରଙ୍କୁ ସାହାଯ୍ୟ କରିବାକୁ ସେ ଅପିଲ କରିଛନ୍ତି । 

ତେବେ ବର୍ତମାନ ସମୟରେ ଆଇପିଏଲ ଖେଳ ଜାରି ରଖିବାକୁ ନେଇ ବିଭିନ୍ନ ମହଲରେ ଆଲୋଚନା ଚାଲୁଛି ଏ ନେଇ ଭାରତ ସରକାରଙ୍କ ପକ୍ଷରୁ ଆନକୁ ମିଳୀଥିବା ନିର୍ଦେଶ ଅନୁଯାଇ କରୋନା ମହାମାରି ସୟରେ ଯେତେବେଳେ ଲୋକମାନେ ଘରେ ରହୁଛନ୍ତି ଆଇପିଏଲ ତାଙ୍କ ପାଇଁ କିଛି ମୁର୍ତର ଖୁସି ପ୍ରଦାନ କରୁଛି ବୋଲି କମିନ୍ସ ତାଙ୍କର ବିବୃତିରେ କହିଛନ୍ତି । 

ଆଜି ଭାରତରେ ସର୍ବାଧିକ ୩.୫୩ ଲକ୍ଷ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏବଂ ବର୍ତମାନ ସମୟରେ ବହୁତ ଲୋକ ବିଭିନ୍ନ ସମସ୍ୟାର ସମ୍ମୁଖିନ ହେଉଥିବା ଜାଣି ତାଙ୍କୁ ଦୁଖଃ ଦେଉଥିବା ସେ ଉଲ୍ଲେଖ କରିଛନ୍ତି । ପୁର୍ବରୁ ଭାରତରେ କରୋନା ସଂକ୍ରମଣ ବଢୁଥିବା ଦେଖି କିଛି ରଷ୍ଟ୍ରେଲିଅ ଖେଳାଳି ନି ଦେଶକୁ ଫେରୁଥିବାର ନିଷ୍ପତି ନେଇଛନ୍ତି । ସେମାନେ ହେଲେ ଆଡାମ୍ ଜାମ୍ପା, କେନ୍ ରିଚାର୍ଡସନ୍‌, ଏବଂ ଆଣ୍ଡୃଟ୍ରାୟ୍ ।

 pic.twitter.com/2TPkMmdWDE

  • Tags:

Subscribe

National International State Sports Entertainment