ଟୋକିଓ ଅଲିମ୍ପିକ୍ସ ଆରମ୍ଭ ହେବାର ଗୋଟିଏ ସପ୍ତାହ ପୁର୍ବରୁ ଆଥଲେଟ୍ସ ଗ୍ରାମରେ ପ୍ରଥମ କରୋନା ସଂକ୍ରମଣ ଚିହ୍ନଟ
Khabar Odisha:One-week-before-the-start-of-the-Tokyo-Olympics-the-first-corona-infection-was-detected-in-the-olympics-village

ନୁଆଦିଲ୍ଲୀ/ଟୋକିଓ,ଜୁଲାଇ ୧୭(ଖବର ଓଡ଼ିଶା):ଟୋକିଓ ଅଲିମ୍ପିକ୍ସ ଆଥଲେଟ୍ସ ଗ୍ରାମରେ ଜଣେ ଜଣେ ଖେଳାଳୀଙ୍କ ସହିତ ପାଞ୍ଚଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ଆୟୋଜକମାନେ ଶନିବାର ଦିନ କହିଛନ୍ତି । ଯାହା ଆସନ୍ତା ସପ୍ତାହରେ ଆରମ୍ଭ ହେବାକୁ ଥିବା ଗେମ୍ସରେ ସଂକ୍ରମଣ ବିଷୟରେ ଚିନ୍ତା ବଢାଇ ଦେଇଛି ।

ଟୋକିଓ ୨୦୨୦ ସିଇଓ ତୋସିରୋ ମୁଟୋ ନିଶ୍ଚିତ କରିଛନ୍ତି ଯେ ବିଦେଶରୁ ଆସିଥିବା ଜଣେ ପରିଦର୍ଶକ ଯିଏ ଖେଳର ଆୟୋଜନ ସହ ଜଡିତ ଅଛନ୍ତି ସେ ସଂକ୍ରମିତ ହୋଇଛନ୍ତି।ତେବେ ଗୋପନୀୟତା ଚିନ୍ତା ଦର୍ଶାଇ ସେ ବ୍ୟକ୍ତିଜଣଙ୍କର ଦେଶର ନାଁ କହିନାହାନ୍ତି । ବୈଶ୍ୱୟୀକ କରୋନା ମହାମାରୀ ହେତୁ ଏକ ବର୍ଷ ପାଇଁ ସ୍ଥଗିତ ଥିବା ଟୋକିଓ ଅଲିମ୍ପିକ୍ସ ୨୦୨୦ ଅଧିକାଂଶ ଦର୍ଶକ ବିନା ଏବଂ କଡ଼ା କ୍ୱାରେଣ୍ଟାଇନ୍ ନିୟମ ସହିତ ଅନୁଷ୍ଠିତ ହେଉଛି ।

ଜୁଲାଇ ୨୩ ରୁ ଅଗଷ୍ଟ ୮ ପର୍ଯ୍ୟନ୍ତ ଆରମ୍ଭ ହେବାକୁ ଥିବା ଖେଳଗୁଡିକ ପାଇଁ ବିଭିନ୍ନ ଦେଶର ଆଥଲେଟ୍ସ ମାନେ ପହଞ୍ଚୁଥିବା ବେଳେ ଅଥଲେଟ୍ସ ଗ୍ରାମରେ କରୋନା ସଂକ୍ରମଣ ଚିହ୍ନଟ ହେବା ଅୟୋଜକଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି ।

  • Tags:

Subscribe

National International State Sports Entertainment