ରାଜୀବ ଗାନ୍ଧୀ ଖେଳ ରତ୍ନ ସମ୍ମାନରେ ସମ୍ମାନିତ ହେବେ ରେସଲର ବଜରଙ୍ଗ ପୁନିଆ
Khabar Odisha:National-sports--Wrestler-Bajrang-Punia-To-Get-Rajiv-Gandhi-Khel-Ratna-Award
ନୂଆଦିଲ୍ଲୀ, ଅଗଷ୍ଟ ୧୬ (ଖବର ଓଡ଼ିଶା):

ଭାରତୀୟ ଷ୍ଟାର ରେସଲର ବଜରଙ୍ଗ ପୁନିଆଙ୍କୁ ଚଳିତ ବର୍ଷ ରାଜୀବ ଗାନ୍ଧୀ ଖେଳ ରତ୍ନ ସମ୍ମାନରେ ସମ୍ମାନିତ କରାଯିବ । ଏହି ପୁରସ୍କାର ଖେଳ କ୍ଷେତ୍ରରେ ଦିଆଯାଉଥିବା ଭାରତର ସର୍ବୋଚ୍ଚ ସମ୍ମାନ । କୁସ୍ତୀ ଖେଳରେ ବଜରଙ୍ଗଙ୍କ ଅତୁଳନୀୟ ପ୍ରଦର୍ଶନ ପାଇଁ ତାଙ୍କୁ ଚଳିତ ବର୍ଷ ସମ୍ମାନରେ ସମ୍ନାନିତ କରାଯିବ । ବଜରଙ୍ଗ ଜର୍ଜିୟାରୁ ସମ୍ୱାଦ ସରବରାହ ସଂସ୍ଥା ପିଟିଆଇକୁ କହିଛନ୍ତି, “ମୋ ପାଖରେ ଏହି ପୁରସ୍କାର ପାଇଁ ସମସ୍ତ ଯୋଗ୍ୟତା ରହିଛି । ମୁଁ ଆଗରୁ କହି ଆସିଛି ପୁରସ୍କାର ସବୁଠାରୁ ଯୋଗ୍ୟ ଲୋକଙ୍କୁ ମିଳିବା ଦରକାର” ।  

ପୁନିଆ ନିକଟରେ ତବିଲିସୀ ହ୍ରା ପ୍ରିରେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । ସେ ଇରାନର ପେଇମାନ ବିବୟାନୀଙ୍କୁ ପରାସ୍ତ କରି 65 କିଲୋଗ୍ରାମ ବର୍ଗରେ ସ୍ୱର୍ଣ୍ଣ ପଦକ ହାସଲ କରିବାରେ ସଫଳ ହୋଇଥିଲେ । ଭାରତୀୟ କୁସ୍ତୀ ମହାସଂଘ ଏହି ପ୍ରତିଷ୍ଠିତ ପୁରସ୍କାର ପାଇଁ ବଜରଙ୍ଗ ପୁନିଆଙ୍କ ସହ ମହିଳା ରେସଲର ବିନେଶ ଫୋଗାତଙ୍କ ନାଁ ସୁପାରିଶ କରିଥିଲା ।  

ଗତବର୍ଷ ପୁନିଆଙ୍କୁ ଖେଳ ରତ୍ନରୁ ବଞ୍ଚିତ ହୋଇଥିଲେ । ଯାହାକୁ ନେଇ ସେ କ୍ଷୋଭ ମଧ୍ୟ ପ୍ରକାଶ କରିଥିଲେ । ସେହି ସମୟରେ ସେ ଖେଳମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂହ ରାଠୋରଙ୍କୁ ଭେଟି ନିଜର ଦୁଖ ବଖାଣିଥିଲେ । ଚେସ ଖେଳାଳି ବିଶ୍ୱନାଥ ଆନନ୍ଦଙ୍କୁ 1991-1992 ମସିହାରେ ପ୍ରଥମ ଖେଳ ରତ୍ନ ମିଳିଥିଲା । 

Subscribe

National International State Sports Entertainment