ମୁମ୍ବାଇ: ମହିଳା ପ୍ରିମିୟର ଲିଗ୍-୨୦୨୬ର ତୃତୀୟ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସକୁ ମୁମ୍ବାଇ ଇଣ୍ଡିଆନ୍ସ ୫୦ରନରେ ପରାସ୍ତ କରିଛି। ଅଧିନାୟକ ହରମନପ୍ରୀତ କୌରଙ୍କ ୭୪ ରନର ଇନିଂସ ମୁମ୍ବାଇର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। ନଭି ମୁମ୍ବାଇରେ ହୋଇଥିବା ଏହି ମ୍ୟାଚରେ ପ୍ରଥମେ ଖେଳି ମୁମ୍ବାଇ ୧୯୫ ରନ କରିଥିଲା। ଜବାବରେ ଦିଲ୍ଲୀ ସମ୍ପୂର୍ଣ୍ଣ ୨୦ ଓଭର ପୂରଣ କରିପାରିନଥିଲା ଏବଂ ୧୪୫ ରନରେ ଅଲଆଉଟ ହୋଇଥିଲା। ଟୁର୍ଣ୍ଣାମେଣ୍ଟ ର ପ୍ରଥମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜରର୍ସ ହାତରୁ ମୁମ୍ବାଇ ଇଣ୍ଡିଆନ୍ସ ୧ ରନରେ ପରାଜୟ ବରଣ କରିଥିଲା। ଏଥର ମୁମ୍ବାଇ ଏକ ଦଳ ଭାବରେ ଖେଳି ଦିଲ୍ଲୀ ବିପକ୍ଷରେ ୫୦ ରନର ଏକ ବଡ଼ ବିଜୟ ହାସଲ କରିଥିଲା।
ମୁମ୍ବାଇ ପାଇଁ ଅଧିନାୟିକା ହରମନପ୍ରୀତ କୌର ୪୨ ବଲରୁ ଅପରାଜିତ ୭୪ ରନ କରିଥିଲେ। ଏହି ଇନିଂସରେ ସେ ୮ ଚୌକା ଏବଂ ୩ ଛକା ମାରିଥିଲେ। ସେ ନାଟ୍ ସାଇଭର ବ୍ରଣ୍ଟଙ୍କ ସହିତ ୬୬ ରନର ପାର୍ଟନରସିପ୍ କରିଥିଲେ। ସେ ନିକୋଲା କେରିଙ୍କ ସହ ୨୫ବଲ୍ରେ ୬୩ ରନ୍ ଯୋଡ଼ିଥିଲେ। ମୁମ୍ବାଇର ଇନିଂସରେ ୨୯ ଚୌକା ଏବଂ ୩ ଛକା ସାମିଲ ଥିଲା।
ଏହି ମ୍ୟାଚ୍ ରେ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଭାରତର ଷ୍ଟାର ଓପନିଂ ବ୍ୟାଟ୍ସମ୍ୟାନ୍ ଶାଫାଲି ବର୍ମା ଭଲ ପ୍ରଦର୍ଶନ କରିପାରି ନଥିଲେ। ସେ ୱିକେଟକିପର-ବ୍ୟାଟ୍ସମ୍ୟାନ୍ ଲିଜେଲ୍ ଲିଙ୍କ ସହିତ ଇନିଂସ ଓପନ କରିଥିଲେ। ଉଭୟ ଓପନର ୩୨ ରନ୍ କରି ଆଉଟ ହୋଇଥିଲେ। ଶାଫାଲି ମାତ୍ର ୮ ରନ୍ କରିଥିଲେ।
ଦିଲ୍ଲୀର ଦଳ ଖରାପ ଆରମ୍ଭରୁ କେବେ ବି ଉଠିପାରିନଥିଲା; କିଛି ମିନିଟ୍ ମଧ୍ୟରେ, ଦିଲ୍ଲୀ କ୍ୟାପିଟାଲ୍ସ ଦଳର ଅଧା ଖେଳାଳି ୪୬ ରନ୍ କରି ପ୍ୟାଭିଲିୟନ ଫେରି ଆସିଥିଲେ। ଦିଲ୍ଲୀ ପାଇଁ ଅର୍ଦ୍ଧଶତକ ହାସଲ କରିଥିବା ଏକମାତ୍ର ବ୍ୟାଟ୍ସମ୍ୟାନ୍ ଥିଲେ ଚିନେଲ୍ ହେନରୀ, ଯିଏ ୩୩ ବଲ୍ ରେ ୫୬ ରନ୍ କରିଥିଲେ। ତାଙ୍କ ପରେ, ଦିଲ୍ଲୀ ପାଇଁ ନିକି ପ୍ରସାଦ ଦ୍ୱିତୀୟ ସର୍ବାଧିକ ସ୍କୋର କରିଥିଲେ, ଯିଏ ୧୨ ରନ୍ କରିଥିଲେ।
ଅଧିକ ପଢ଼ନ୍ତୁ: ଚାରି ବର୍ଷରେ ଆଠ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଛି