ନୂଆଦିଲ୍ଲୀ: ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ହେବାକୁଥିବା ଆଗାମୀ ରୋମାଞ୍ଚକର କ୍ରିକେଟ୍ ସିରିଜ୍ ପାଇଁ କ୍ରିକେଟ୍ପ୍ରେମୀଙ୍କ ମଧ୍ୟରେ ଅଭୂତପୂର୍ବ ଉତ୍ସାହ ଦେଖିବାକୁ ମିଳିଛି। ଟିକେଟ୍ ବିକ୍ରି ଆରମ୍ଭ ହେବା ମାତ୍ରେ ଅନଲାଇନ୍ ପ୍ଲାଟଫର୍ମରେ ଫ୍ୟାନ୍ସଙ୍କ ଭିଡ଼ ଜମିଥିଲା ଏବଂ ମାତ୍ର କିଛି ଘଣ୍ଟା ଭିତରେ ପ୍ରାୟ ୨୬,୦୦୦ ଟିକେଟ୍ ବିକ୍ରି ହୋଇସାରିଛି।
ଭାରତୀୟ ଦଳର ମ୍ୟାଚ୍ ଥିବାରୁ ନ୍ୟୁଜିଲ୍ୟାଣ୍ଡର ବିଭିନ୍ନ ଷ୍ଟାଡିୟମର ଆସନଗୁଡ଼ିକ ଅତି ଶୀଘ୍ର ଫୁଲ୍ ହେବାରେ ଲାଗିଛି। ବିଶେଷ କରି ଟି-ଟ୍ୱେଣ୍ଟି ଏବଂ ଦିନିକିଆ ମ୍ୟାଚ୍ ପାଇଁ ଲୋକଙ୍କ ମଧ୍ୟରେ ବେଶ୍ ଉତ୍ସାହ ରହିଛି।କ୍ରିକେଟ୍ ପ୍ରଶଂସକମାନେ କେବଳ ଅଫିସିଆଲ୍ ୱେବସାଇଟ୍ କିମ୍ବା ଅଧିକୃତ ଟିକେଟ୍ ପାର୍ଟନରଙ୍କ ଜରିଆରେ ହିଁ ଟିକେଟ୍ ସଂଗ୍ରହ କରିବାକୁ କର୍ତ୍ତୃପକ୍ଷ ପରାମର୍ଶ ଦେଇଛନ୍ତି, ଯାହାଫଳରେ କୌଣସି ପ୍ରକାରର ଫ୍ରଡ୍ ବା ଜାଲିଆତିରୁ ବର୍ତ୍ତିହେବ।
ପ୍ରଥମ କିଛି ଘଣ୍ଟାରେ ହିଁ ହଜାର ହଜାର ସଂଖ୍ୟାରେ ଟିକେଟ୍ ବିକ୍ରି ହୋଇଥିବାରୁ ଏହି ସିରିଜ୍ର ପ୍ରତ୍ୟେକଟି ମ୍ୟାଚ୍ ହାଉସଫୁଲ୍ ରହିବା ଏକପ୍ରକାର ନିଶ୍ଚିତ ବୋଲି ଜଣାପଡୁଛି।
ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଆଗାମୀ କ୍ରିକେଟ୍ ସିରିଜ୍ ଚଳିତ ବର୍ଷ ଅକ୍ଟୋବର ୨୨, ୨୦୨୬ ରୁ ଆରମ୍ଭ ହେବାକୁ ଯାଉଛି। ଏହି ଗସ୍ତରେ ଭାରତୀୟ ଦଳ ନ୍ୟୁଜିଲ୍ୟାଣ୍ଡ ଗସ୍ତ କରିବ ଏବଂ ସେଠାରେ ୫ଟି ଟି-ଟ୍ୱେଣ୍ଟି, ୫ଟି ଦିନିକିଆ ଏବଂ ୨ଟି ଟେଷ୍ଟ ମ୍ୟାଚ୍ ଖେଳିବ।