ମୁୁମ୍ବାଇ: ମୁମ୍ବାଇ ଇଣ୍ଡିଅ।।ନ୍ସ ମହିଳା ପ୍ରିିମିୟର ଲିଗ୍(ଡବ୍ଲ୍ୟୁପିଏଲ)ର ଫାଇନାଲରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୮ ରନରେ ହରାଇ ଦ୍ୱିତୀୟ ଥର ଟ୍ରଫି ନିଜ ନାମରେ କରିଛି । ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ହରମନପ୍ରୀତ କୌରଙ୍କ ୬୬ ରନର ଦମଦାର ଅର୍ଦ୍ଧଶତକ ପରେ ବୋଲରଙ୍କ ଶାଣିତ ବୋଲିଂ ବଳରେ ମୁମ୍ବାଇ ଚାମ୍ପିଅନ ହୋଇଛି । ଦିଲ୍ଲୀ କ୍ୟାପିଟାଲ୍ସକୁ ତୃତୀୟ ଥର ଫାଇନାଲରେ ଉପ ବିଜେତାରେ ସନ୍ତୁଷ୍ଟ ହେବାକୁ ପଡିଛି ।
ପ୍ରଥମେ ବ୍ୟାଟିଂ କରିଥିବା ମୁମ୍ବାଇ ପକ୍ଷରୁ ଅଧିନାୟକ ହରମନପ୍ରୀତ କୌର ୪୪ ବଲରେ ୯ ଚୌକା ଓ ୨ ଛକା ବଳରେ ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ । ହରମନପ୍ରୀତ ନାଟ୍ ସାଇବର ବ୍ରଣ୍ଟଙ୍କ ସହିତ ତୃତୀୟ ୱିକେଟ୍ ପାଇଁ ୬୨ ବଲରୁ ୮୯ ରନର ଭାଗିଦାରୀ କରିଥିଲେ । ବ୍ରଣ୍ଡ ୩୦ ରନ କରିଥିଲେ । ଯଦି ଏହି ଭାଗିଦାରୀ ହୋଇ ନ ଥାନ୍ତା ତେବେ ମୁମ୍ବାଇ ଇଣ୍ଡିଆନ୍ସ ଏହି ସ୍କୋରରେ ପହଞ୍ଚି ପାରି ନ ଥାନ୍ତା । ମୁମ୍ବାଇ ଇଣ୍ଡିଆନ୍ସର ବୋଲର ଦମଦାର ବୋଲିଂ କରି ଏହି ଦିଲ୍ଲୀକୁ ୧୪୧ ରନରେ ସୀମିତ ରଖିଥିଲେ ।
ଦିଲ୍ଲୀ ପକ୍ଷରୁ ଜେମିମା ରୋଡ୍ରିଗେଜ ଓ ମାରିଜାନେ କାପଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟାଟର ବଡ ଇନିଂସ ଖେଳିପାରି ନ ଥିଲେ । ରୋଡ୍ରିଗେଜ ୩୦ ରନ କରିଥିବା ବେଳେ ମାରିଜାନେ କାପ ୨୬ ବଲରୁ ୪୦ ରନର ଇନିଂସ ଖେଳିଥିଲେ । ନିକି ପ୍ରସାଦ ୨୫ ରନରେ ଅପରାଜିତ ଥିଲେ । ତଥାପି ଦିଲ୍ଲୀ ୯ ୱିକେଟ୍ ହରାଇ ୧୪୧ ରନ କରି ପାରିଥିଲା ।