ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆ ୨୦୨୪ ଟି-୨୦ ବିଶ୍ୱକପ୍ ଟାଇଟଲ ଜିତିଛି। ବାର୍ବାଡୋସ୍ ମାଟିରେ ଦକ୍ଷିଣ ଆଫ୍ରିକାକୁ ହରାଇ ଭାରତୀୟ ଦଳ ଚାମ୍ପିୟନ ହୋଇଥିଲା। ୨୦୨୪ ଟି-୨୦ ବିଶ୍ୱକପ୍ ଜିତିବା ଟିମ୍ ଇଣ୍ଡିଆ ଏବଂ ପ୍ରଶଂସକଙ୍କ ପାଇଁ ଖୁସିର ବିଷୟ ଥିଲା, କାରଣ ଏହାର କିଛି ମାସ ପୂର୍ବରୁ ଭାରତୀୟ ଦଳ ଫାଇନାଲ୍ ହାରି ୨୦୨୩ ଦିନିକିଆ ବିଶ୍ୱକପ୍ ଟାଇଟଲ୍ ହରାଇଥିଲା। ଟି-୨୦ ବିଶ୍ୱକପ୍ ପୂର୍ବରୁ ବିସିସିଆଇ ସମ୍ପାଦକ ଜୟ ଶାହା ଭବିଷ୍ୟବାଣୀ କରିଥିଲେ ଯେ ରୋହିତ ଶର୍ମା ବାର୍ବାଡୋସରେ ତ୍ରିରଙ୍ଗା ଉଡ଼ାଇବେ। ଏବେ ସେ ଚାମ୍ପିୟନ୍ସ ଟ୍ରଫି ଓ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ ଫାଇନାଲକୁ ନେଇ ମଧ୍ୟ ବଡ଼ ଭବିଷ୍ୟବାଣୀ କରିଛନ୍ତି।
ଟିମ୍ ଇଣ୍ଡିଆ ୨୦୨୪ ଟି-୨୦ ବିଶ୍ୱକପ୍ ଜରିଆରେ ୧୩ ବର୍ଷର ଆଇସିସି ଟ୍ରଫି ମରୁଡ଼ିର ଅନ୍ତ ଘଟାଇଛି। ଏବେ ଜୟ ଶାହା ପୁଣି ଥରେ ବିଭିନ୍ନ ଆଇସିସି ଟ୍ରଫିରେ ତ୍ରିରଙ୍ଗା ଉଡ଼ାଇବା କଥା କହିଛନ୍ତି। ଯଦି ଆମକୁ ୧.୪ ବିଲିୟନ ଲୋକ ଆଶୀର୍ବାଦ ଦିଅନ୍ତି, ତେବେ ଆମେ ଚାମ୍ପିୟନ୍ସ ଟ୍ରଫି ଏବଂ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ ଫାଇନାଲରେ ମଧ୍ୟ ଏହା କରିବୁ।
ସିଏଟ୍ ପୁରସ୍କାର ସମ୍ପର୍କରେ ଜୟ ଶାହା କହିଛନ୍ତି ଯେ, ମୁଁ ରାଜକୋଟରେ କହିଥିଲି ଯେ ରୋହିତ ଶର୍ମା ବାର୍ବାଡୋସରେ ତ୍ରିରଙ୍ଗା ରୋପଣ କରିବେ, ଏଠାରେ ମୁଁ କହୁଛି ଯେ ଯଦି ଆମକୁ ୧.୪ ବିଲିୟନ ଲୋକଙ୍କ ଆଶୀର୍ବାଦ ମିଳେ ତେବେ ଆମେ ଚାମ୍ପିୟନ୍ସ ଟ୍ରଫି ଏବଂ ବିଶ୍ୱ ଚାମ୍ପିଅନସିପ୍ ଫାଇନାଲରେ ମଧ୍ୟ ଏହା କରିବୁ।
ଫେବ୍ରୁଆରି-ମାର୍ଚ୍ଚରେ ଖେଳାଯିବାକୁ ଥିବା ୨୦୨୫ ଚାମ୍ପିୟନ୍ସ ଟ୍ରଫିକୁ ପାକିସ୍ତାନ ଆୟୋଜନ କରୁଛି। ଏବେ ପ୍ରଶ୍ନ ଉଠୁଛି ଟିମ୍ ଇଣ୍ଡିଆ ଚାମ୍ପିୟନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବ କି ନାହିଁ? ଗୋଟିଏ ପଟେ ପାକିସ୍ତାନ ଟୁର୍ଣ୍ଣାମେଣ୍ଟ ଆୟୋଜନ ପାଇଁ ଜିଦ୍ ଧରିଛି। ଅନ୍ୟପକ୍ଷରେ ବିସିସିଆଇ ପକ୍ଷରୁ ପାକିସ୍ତାନ ଗସ୍ତ ପାଇଁ ଏପର୍ଯ୍ୟନ୍ତ କୌଣସି ବାର୍ତ୍ତା ମିଳିନାହିଁ। ୨୦୨୩ ଏସିଆ କପ୍ ଭଳି ଏହି ଟୁର୍ଣ୍ଣାମେଣ୍ଟ ହାଇବ୍ରିଡ୍ ମୋଡ଼ରେ ଆୟୋଜନ ହୋଇପାରିବ ବୋଲି ବିଶ୍ୱାସ କରାଯାଉଛି। ତେବେ ଟୁର୍ଣ୍ଣାମେଣ୍ଟ କିପରି ଖେଳାଯିବ ସେ ନେଇ କୌଣସି ଆନୁଷ୍ଠାନିକ ସୂଚନା ମିଳିନାହିଁ।