କରୋନାର କରୁଣ ପରିସ୍ଥିତିରେ ଆଇପିଏଲ ଖେଳକୁ ନେଇ ସାଧାରଣରେ ଉଠିଲା ପ୍ରଶ୍ନବାଚୀ?
Khabar Odisha:Indian-Premier-League-under-fire-for-plan-to-keep-playing-despite-COVID-19-crisis

ନୁଆଦିଲ୍ଲୀ,ଏପ୍ରିଲ୨୫(ଖବର ଓଡିଶା); ବିଶ୍ୱର ସବୁଠାରୁ ଧନୀ କ୍ରିକେଟ ଲିଗ୍ ଇଣ୍ଡିଆନ ପ୍ରମିଅର ଲିଗ୍ (ଆଇପିଏଲ୍‌) ପୁର୍ବ ନିର୍ଦ୍ଧାରିତ ଯୋଜନା ଅନୁଯାୟୀ ଜାରି ରହିବ ବୋଲି ଆଜି ଏହାର ଆୟୋଜକଙ୍କ ପକ୍ଷରୁ ସୂଚନା ଦିଆଯାଇଛି । କିନ୍ତୁ ସମଗ୍ର ଦେଶରେ କରୋନା ମହାମାରୀର ଦୃତ ସଂକ୍ରମଣ ସମୟରେ ଏହାକୁ ଜାରି ରଖିବାକୁ ନେଇ ବିଭିନ୍ନ ମହଲରେ ସମାଲୋଚନା କରାଯାଉଛି ।

ଏହାକୁ ବିରୋଧ କରି ଚେନ୍ନାଇର ନ୍ୟୁ ଇଣ୍ଡିଆନ୍ ନାମକ ଏକ ସମ୍ବାଦ ପତ୍ର ଆଇପିଏଲ ଖବର ପ୍ରସାରଣକୁ ସ୍ଥଗିତ ରଖିଛି । ଯେତେବେଳେ ସୋସିଆଲ ମିଡିଆରେ କିଛି ଫ୍ୟାନ୍ ମାନେ ମଧ୍ୟ ଏହାକୁ ବିରୋଧ କରୁଛନ୍ତି ।

ତେବେ ଏହାକୁ ନେଇ ଆଇପିଏଲ ଗଭର୍ଣ୍ଣି କାଉଂସିଲର ଜଣେ ସଦସ୍ୟ ଆନ୍ତର୍ଜତୀୟ ସମ୍ବାଦ ସରବରାହ ସଂସ୍ଥା ରିଉଟର୍ସକୁ କହିଛନ୍ତି ଲିଗ ଏକ ସୁରକ୍ଷିତ ବାୟୋ-ବବଲରେ ଦର୍ଶକଙ୍କ ବିନା ଖେଳାଯାଉଛି ଏବଂ ଏହା ସୁରକ୍ଷିତ ଭାବରେ ଜାରି ରହିବ । ଏହା ସହିତ ସେ କହିଛନ୍ତି ଯେ ଆମ ଚାରି ପାଖରେ ଘଟୁଥିବା ଦୁଖଃ ଏବଂ ଅନ୍ଧକାରରୁ ଲୋକମାନଙ୍କୁ ମନସିକ ସ୍ତରରେ ଦୁରେଇ ରଖିବାକୁ ସାହାଯ୍ୟ କରିବ ବୋଲି ସେ ତାଙ୍କ ନାମ ଗୋପନ ରଖିବା ସର୍ତରେ କହିଛନ୍ତି ।

ଦିଲ୍ଲୀରେ କରୋନା ସକ୍ରମଣ ସଂଖ୍ୟା ବଢିଚାଲଥିବାରୁ ଦିଲ୍ଲୀ ଭେନ୍ୟୁ ପାଇଁ କିଛି ଚିନ୍ତା ଅଛି , ସେଥି ପାଇଁ ଆମେ ଦୁଇଟି ଷ୍ଟାଣ୍ଡବାଏ ଷ୍ଟାଡିୟମ ରଖିଛୁ ହାଇଦ୍ରାବାଦ ଏବଂ ଇଣ୍ଡୋର, ଯଦି ଦରକାର ପଡେ ଆମେ ତାକୁ ବ୍ୟବାହାର କରିବୁ ବୋଲି ସେ କହିଛନ୍ତି ।

ଆଜି କରୋନା ସଂକ୍ରମଣରେ ଭାରତରେ ୩,୪୯,୬୯୧ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି, ଯାହା ଏକ ରେକର୍ଡ ଏବଂ ସମଗ୍ର ଦେଶରେ ମେଡିକାଲ ଗୁଡିକ ରୋଗିଙ୍କୁ ଅଲକ୍ସିଜେନ ବେଂ ବେଡ ଅଭାବରୁ ଅଡମିସନ କରିବାରୁ ଦୁରରେ ରହୁଛନ୍ତି ।

  • Tags:

Subscribe

National International State Sports Entertainment