ଲକ ଡାଉନରେ ରହି ଆଗାମୀ ସିଜିନ ପାଇଁ ପ୍ରସ୍ତୁତି ଚଳାଇଛନ୍ତି ଭାରତୀୟ ହକି ଅଧିନାୟକ ମନପ୍ରୀତ ସିଂ
Khabar Odisha:Indian-Hockey-captain-preparing-himself-for-upcoming-season-during-lockdown
ବେଙ୍ଗାଲୁରୁ, ଜୁଲାଇ ୨ (ଖବର ଓଡିଶା);

 ମହାମାରୀ କରୋନା ପ୍ରଭାବରେ କ୍ରୀଡା ଜଗତ ସମ୍ପୂର୍ଣ୍ଣ ରୂପେ ଠପ ହୋଇଯାଇଛି । ତେବେ ଏହି ସମୟରେ ସରକାର ଲକ ଡାଉନ ଏବଂ ସଟ ଡାଉନ ଆଦି ଜାରି କରୁଛନ୍ତି । ତେବେ ଏହି ସମୟରେ କ୍ରୀଡାବିତ ମାନେ ପ୍ରସ୍ତୁତି ଚଳାଇଛନ୍ତି । ଭାରତର ହକି ଅଧିନାୟକ ମନପ୍ରୀତ ସିଂ ଏହି ଲକ ଡାଉନ ସମୟରେ ବେଙ୍ଗାଲୁରୁ ସ୍ଥିତ ସ୍ପୋର୍ଟସ ଅଥେରିଟି ଅଫ ଇଣ୍ଡିଆ କ୍ୟାମ୍ପସରେ ରହି ନିଜର ପ୍ରସ୍ତୁତି ଚଳାଇଛନ୍ତି ।


ଅଲମ୍ପିକ ଘୁଂଚି ଯିବାରୁ ସେ ସ୍ପୋର୍ଟସ ଅଥେରିଟି ଅଫ ଇଣ୍ଡିଆ କ୍ୟାମ୍ପସରେ ରହି ବିଭିନ୍ନ ଅନଲାଇନ ଶିକ୍ଷା କ୍ଲାସ, ବିଭିନ୍ନ ହକି ଟ୍ରିକ ଏବଂ ପ୍ରତିପକ୍ଷ ଦଳର ଖେଳିବାର ଭିଜୁଆଲ ଧରି ବିଶ୍ଲେଷଣ କିରୁଛନ୍ତି ଏହି ୨୫ ବର୍ଷିୀୟ ହକି ଷ୍ଟାର । ଏହା ସହ ବର୍ତ୍ତମାନ ବାହାରେ ଅଭ୍ୟାସ କରିବା ମନା ହୋଇଛି ତେଣୁ ନିଜକୁ ଫିଟ ରଖିବା ପାଇଁ ନିଜ ରୁମ ମଧ୍ୟରେ କିଛି ଶାରୀରିକ ବ୍ୟାୟାମ ଏବଂ ରହୁଥିବା କ୍ୟାମ୍ପସ ମଧ୍ୟରେ ଦୌନିକ ୪ରୁ୫ କିମି ଦୌଡିବା ଅଭ୍ୟାସ କରୁଛନ୍ତି ମନପ୍ରୀତ । 


ସାରା ବିଶ୍ୱ ଏବେ ମହାମାରୀ କରୋନା ବିପକ୍ଷରେ ଲଢେଇ କରୁଛି । ଏହି ପରିସ୍ଥିତିରେ ଅଲମ୍ପିକ ଘୁଂଚିବା ନିଷ୍ପତ୍ତିକୁ ସ୍ୱୀକାର କରିବା ସହ ଏହି ମହାମାରୀ ସରିଲେ ପୁଣି ଥରେ ସେମାନେ ପଡିଆକୁ ଓହ୍ଲାଇବେ ବୋଲି କହିଛନ୍ତି ମନପ୍ରୀତ ।

  • Tags:

Subscribe

National International State Sports Entertainment