ନୂଆଦିଲ୍ଲୀ: ଭାରତୀୟ ଦଳ କେବଳ ଚାମ୍ପିଅନ୍ସ ଟ୍ରଫି ୨୦୨୫ର ପ୍ରଥମ ସେମି ଫାଇନାଲରେ ଅଷ୍ଟ୍ରେଲିଆକୁ ହରାଇ ନାହିଁ ବରଂ ଏକ ଇତିହାସ ବି ରଚିଛି । ଭାରତୀୟ ଦଳ ଦୁନିଆର ଏମିତି ଦଳ ଯିଏ ୧୪ତମ ଥର ଆଇସିସି ଟୁର୍ଣ୍ଣାମେଣ୍ଟର ଫାଇନାଲ୍ ଖେଳିବ । ଅଷ୍ଟ୍ରେଲିଆ ଏ ପର୍ଯ୍ୟନ୍ତ ୧୩ ଥର ଆଇସିସି ଇଭେଣ୍ଟର ଫାଇନାଲରେ ଖେଳିଛି । ଏହି ପରି ଭାରତୀୟ ଦଳ ମାର୍ଚ୍ଚ ୯ ତାରିଖ ଅଷ୍ଟ୍ରେଲିଆକୁ ପଛରେ ପକାଇ ଦେବ । କିନ୍ତୁ ଆଇସିସି ଇଭେଣ୍ଟର ଫାଇନାଲରେ ସବୁଠୁ ଅଧିକ ଥର ପହଞ୍ଚିଥିବା ଟିମ୍ ହେଉଛି ଅଷ୍ଟ୍ରେଲିଆ । ଏହି କ୍ଷେତ୍ରରେ ଭାରତ କଙ୍ଗାରୁ ଦଳର ସମକକ୍ଷ ହେବ ।
ଆଇସିସି କ୍ରିକେଟ୍ ବିଶ୍ୱକପ୍, ଟି-୨୦ ବିଶ୍ୱକପ୍, ବିଶ୍ୱ ଟେଷ୍ଟ ଚାମ୍ପଅନସିପ୍ ଓ ଚାମ୍ପିଅନ୍ସ ଟ୍ରଫି ଫାଇନାଲରେ ସର୍ବାଧିକ ପହଞ୍ଚିଥିବା ଟିମ୍ ହେଉଛି ଅଷ୍ଟ୍ରେଲିଆ । ଅଷ୍ଟ୍ରେଲିଆ ମୋଟ୍ ୧୪ଥର ଆଇସିସି ଇଭେଣ୍ଟର ଫାଇନାଲରେ ପହଞ୍ଚିଥିବା ଟିମ୍ । ଆଉ ଭାରତ ମଧ୍ୟ ସେତିକି ଫାଇନାଲରେ ପହଞ୍ଚିଛି । କିନ୍ତୁ ଭାରତୀୟ ଦଳ ସର୍ବପ୍ରଥମେ ୧୪ ଥର ଆଇସିସି ଟୁର୍ଣ୍ଣାମେଣ୍ଟ ଫାଇନାଲ୍ ଖେଳିବାର ଟିମ ପାଲଟିବ । ଆପଣ ଭାବୁଥିବେ ଏମିତି କେମିତିି ? ଏହା ପଛରେ ଏକ କାରଣ ରହିଛି ।
ଭାରତ ମାର୍ଚ୍ଚ ୯ରେ ଚାମ୍ପିଅନ୍ସ ଟ୍ରଫିର ଫାଇନାଲ ଖେଳିବ, ଯାହା ଆଇସିସି ଟୁର୍ଣ୍ଣାମେଣ୍ଟରେ ଭାରତର ୧୪ତମ ଫାଇନାଲ୍ ମୁକାବିଲା ହେବ । ଅନ୍ୟପଟେ ଅଷ୍ଟ୍ରେଲିଆ ଜୁନରେ ନିଜର ୧୪ତମ ଆଇସିସି ଇଭେଣ୍ଟର ଫାଇନାଲ୍ ଖେଳିବ । ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷରେ ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ଫାଇନାଲ୍ ମ୍ୟାଚ୍ ଖେଳିବ । ଏହିପରି ଭାବେ ଭାରତ ସର୍ବପ୍ରଥମେ ସବୁଠୁ ଅଧିକ ଆଇସିସି ଇଭେଣ୍ଟର ଫାଇନାଲ୍ ମ୍ୟାଚ୍ ଖେଳିବ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଏହି ତାଲିକାରେ ପାକିସ୍ତାନର ନାଁ ମଧ୍ୟ ରହିଛି । ଏହି ଦଳ ୬ ଥର ଆଇସିସି ଟୁର୍ଣ୍ଣାମେଣ୍ଟର ଫାଇନାଲ୍ ଖେଳିଛି ।
ସବୁଠୁ ଅଧିକ ଆଇସିସି ଫାଇନାଲ୍ ଖେଳିଥିବା ଦଳ
୧୪- ଭାରତ
୧୩- ଅଷ୍ଟ୍ରେଲିଆ
୯- ଇଂଲଣ୍ଡ
୮- ୱେଷ୍ଟଇଣ୍ଡିଜ
୭- ଶ୍ରୀଲଙ୍କା
୬- ପାକିସ୍ତାନ
୬- ନ୍ୟୁଜିଲାଣ୍ଡ
୩- ଦକ୍ଷିଣ ଆଫ୍ରିକା