କାନପୁର: ଭାରତର ବିସ୍ଫୋରକ ବ୍ୟାଟ୍ସମ୍ୟାନ ବିରାଟ କୋହଲି ଆଜି ଭାରତ ବନାମ ବାଂଲାଦେଶର ଦ୍ଵିତୀୟ ଟେଷ୍ଟ ମ୍ୟାଚରେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିବେ। କାନପୁରର ଗ୍ରୀନ ପାର୍କ ଠାରେ ଖେଳାଯିବାକୁ ଥିବା ଏହି ମ୍ୟାଚରେ ବିରାଟ କୋହଲି ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇ ଦ୍ରୁତତମ ବ୍ୟାଟସ୍ମ୍ୟାନର ରେକର୍ଡ ନିଜ ନାମରେ ନାମିତ କରିପାରନ୍ତି। ମ୍ୟାଚରେ କୋହଲି ଓପନର ଭାବେ ପ୍ରଥମ ଟେଷ୍ଟ ମ୍ୟାଚରେ ୬ ଓ ୧୭ ରନ କରି ପାଭିଲିୟନ ଫେରିଥିଲେ। ମାତ୍ର ଆଜି ଖେଳାଯିବାକୁ ଥିବା ଦ୍ଵିତୀୟ ଟେଷ୍ଟ ମ୍ୟାଚ ପାଇଁ ସେ ବିଶେଷ ଭାବେ ପ୍ରସ୍ତୁତ ହେଉଛନ୍ତି।
ଏହି ଦ୍ଵିତୀୟ ଟେଷ୍ଟ ମ୍ୟାଚ ବିରାଟଙ୍କ ସହିତ ତାଙ୍କର ପ୍ରଶଂସକଙ୍କ ପାଇଁ ଖୁବ ଖାସ ହେବାକୁ ଯାଉଛି। କାରଣ ଆନ୍ତର୍ଜାତିକ କ୍ରିକେଟରେ ୨୭୦୦୦ ରନ ଠାରୁ ମାତ୍ର ୩୫ ରନ ଦୂରରେ ଅଛନ୍ତି ବିରାଟ। ଯଦି ଆଜି ଏହି ଲକ୍ଷ୍ୟ ସାଧ୍ୟ ହୁଏ ତେବେ ବିରାଟ ୨୭୦୦୦ ରନ ସଂଗ୍ରହ କରିବା ସହ ସଚିନଙ୍କ ରେକର୍ଡ ଭାଙ୍ଗି ବିଶ୍ୱର ଦ୍ରୁତତମ ୨୭୦୦୦ ରନ ସ୍କୋର କରିଥିବା ବ୍ୟାଟ୍ସମ୍ୟାନ ହେବେ। ବର୍ତମାନ ପର୍ଯ୍ୟନ୍ତ ବିରାଟ ୫୩୪ ମ୍ୟାଚରୁ ୨୬,୯୬୫ ରନ ସଂଗ୍ରହ କରିଛନ୍ତି। ଆଗାମୀ ମ୍ୟାଚରେ ୩୫ ରନ ସଂଗ୍ରହ କରିଲେ ବିରାଟ ସବୁଠାରୁ କମ ମ୍ୟାଚରେ ୨୭୦୦୦ ରନ ସଂଗ୍ରହ କରିଥିବା ଖେଳାଳି ହେବେ।
ବିଶ୍ୱ କ୍ରିକେଟ ଇତିହାସରେ ମାତ୍ର ୩ଜଣ ହିଁ ଏହି ବିଶ୍ୱ ରେକର୍ଡର ଅଧିକାରୀ ହୋଇପାରିଛନ୍ତି- ସଚିନ ତେନ୍ଦୁଲକର(୩୪,୩୫୭), କୁମାର ସାଙ୍ଗାକାରା (୨୮,୦୧୬) ଓ ରିକି ପଣ୍ଟିଙ୍ଗ (୨୭,୪୮୩)
ଆଗକୁ ପଢନ୍ତୁ : କ୍ରିକେଟକୁ ବିଦାୟ ଦେଲେ ଡ୍ୱେନ୍ ବ୍ରାଭୋ, ଖେଳିବେ ନାହିଁ କୌଣସି ମ୍ୟାଚ୍