ଭୁବନେଶ୍ୱର: ଜାଡରେ ଥରୁଛି ଓଡିଶା। କଲବଲ ହେଉଛନ୍ତି ରାଜ୍ୟବାସୀ। ବିଗତ ୩ଦିନ ହେବ ସାରା ରାଜ୍ୟରେ ଜାରି ରହିଛି ଶୀତ ଲହରୀ। ପାରଦ ତଳମୁହାଁ ହେବା ସହ ପ୍ରବଳ ଶୀତକୁ ଜାଡ କଲବଲ କରୁଛି। ସଞ୍ଜ ନଇଁଲେ ଶୀତର ପ୍ରକୋପ ବଢ଼ିବାରେ ଲାଗୁଛି। ରାତି ଯେତେ ବଢୁଛି, ଜାଡ଼ ସେତେ ଅଧିକ ହେଉଛି। ପ୍ରବଳ ଥଣ୍ଡା ସହ କାକର ପଡୁଥିବା ଯୋଗୁଁ ଅସ୍ତବ୍ୟସ୍ତ ହୋଇପଡିଛି ସାଧାରଣ ଜନଜୀବନ।
ଏପରିକି ଶୀତ ସହିତ ଘନ କୁହୁଡି ମଧ୍ୟ ଅନୁଭୂତ ହେଉଛି। ସକାଳ ୮ଟା ଯାଏଁ ଥଣ୍ଡା ସହ ଶୀତ ଲହରି ଓ ପ୍ରବଳ କୁହୁଡି ଯୋଗୁଁ ଲୋକେ ଘରୁ ବାହାରିବା ମୁସ୍କିଲ ହୋଇପଡିଛି। ପାଣିପାଗ କେନ୍ଦ୍ରରୁ ମିଳିବା ସୂଚନା ଅନୁସାରେ ଆଗାମୀ ସପ୍ତାହଯାଏଁ ଶୀତ ଶୀତ ଲହରୀ ଜାରି ରହିବ। ରାଜ୍ୟର ପ୍ରବଳ ଶୀତ ହେଉଥିବା ଜିଲ୍ଲା ମଧ୍ୟରେ ନବରଙ୍ଗପୁର ଜିଲ୍ଲା ସାମିଲ ହୋଇଛି। ଏହାର ପ୍ରଭାବ ଖାସ୍ କରି ଦିନ ମଜୁରିଆ, ଉଠା ଦୋକାନୀ, ସ୍କୁଲ, କଲେଜ ଛାତ୍ରଛାତ୍ରୀ, ସରକାରୀ କର୍ମଚାରୀ ଆଦିଙ୍କ ଉପରେ ବେଶି ମାତ୍ରାରେ ପ୍ରଭାବ ପଡୁଛି।
ତେବେ କନ୍ଧମାଳ ଜିଲ୍ଲାରେ ମଧ୍ୟ ପ୍ରଚଣ୍ଡ ଥଣ୍ଡା। ଜି. ଉଦୟଗିରି ସହରର ତାପମାତ୍ରା ୪ରୁ ୫ଡିଗ୍ରି ରହୁଥିବା ବେଳେ ଦାରିଙ୍ଗବାଡି, ଫୁଲବାଣୀ, ବାଲିଗୁଡ଼ା, ବେଲଘର୍ ସମେତ ଜିଲ୍ଲା ତମାମ ୬ରୁ ୮ ଡିଗ୍ରୀ ମଧ୍ୟ ରେ ଗତ ମାସେ ହେବ ଶୀତ କମିବାର ନାଁ ନେଉନି। ନବରଙ୍ଗପୁର ସହର ଓ ବ୍ଲକ ସମେତ ତେନ୍ତୁଳିଖୁଣ୍ଟି, ନନ୍ଦାହାଣ୍ଡି, କୋଷାଗୁମୁଡା, ପାପଡାହାଣ୍ଡି, ଉମରକୋଟ, ଡାବୁଗାଁ, ରାଇଘର, ଝରିଗାଁ ଆଦି ବ୍ଲକ ଅଂଚଳରେ ଭୀଷଣ ଥଣ୍ଡା ଅନୁଭୂତ ହେଉଛି।
ଅଧିକ ପଢନ୍ତୁ : ଆଜି ଜାତୀୟ ଗଣିତ ଦିବସ : ମନେ ପଡନ୍ତି ଗଣିତର ଯାଦୁଗର ଶ୍ରୀନିବାସ ରାମାନୁଜ