କୋରାପୁଟ :ଚାକିରିରୁ ନିଲମ୍ବିତ ହେଲେ ଲାଞ୍ଚ ନେଇ ଗିରଫ ହୋଇଥିବା କୋରାପୁଟ ଦଶମନ୍ତପୁର ଥାନାଧିକାରୀ ସୁକମା ହାଁସଦା । ଥାନାଧିକାରୀ ସୁକମାଙ୍କୁ ଏକ ଲାଞ୍ଚ ମାମଲାରେ ଗିରଫ କରାଯାଇଛି ।
ସୂଚନା ଅନୁସାରେ, ଏକ ମାମଲାରେ ରଫାଦଫା କରିବାକୁ ଥାନାଧିକାରୀ ସୁକମା ୨୦ ହଜାର ମାଗିଥିଲେ। ଗତ ୧୮ ତାରିଖରେ ଡିଲ୍ ମୁତାବକ ୨୦ ହଜାର ଲାଞ୍ଚ ନେବା ବେଳେ ଜୟପୁର ଭିଜିଲାନ୍ସ ଟିମ୍ ତାଙ୍କୁ ଧରିଥିଲା। ଏହାପରେ ଏନେଇ ତଦନ୍ତ ହେବା ପରେ ତାଙ୍କୁ ନିଲମ୍ବିତ କରାଯାଇଛି।