ଜଗତସିଂହପୁର : ଗିରଫ ହେଲେ ଜଗତସିଂହପୁର ରାହାମା ଫରେଷ୍ଟ ରେଞ୍ଜର। ରାହାମା ଫରେଷ୍ଟ ରେଞ୍ଜର ରାଜେନ୍ଦ୍ର ସାମନ୍ତରାୟଙ୍କୁ ଗିରଫ କଲା ଭିଜିଲାନ୍ସ । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଗତକାଲି ଚାଟରା ସ୍ଥିତ ବାସଭବନରେ ରେଡ୍ ହୋଇଥିଲା । ଚଢଉ ସମୟରେ ରେଞ୍ଜରଙ୍କର ୨ଟି କୋଠା ସହ ୫ଟି ମୂଲ୍ୟବାନ ପ୍ଲଟ ଠାବ ହୋଇଛି । ୨୫୦ ଗ୍ରାମ୍ ସୁନା ସହ ନଗଦ ୩.୬୯ ଲକ୍ଷ ଟଙ୍କା ଜବତ । ରେଞ୍ଜରଙ୍କର ୮୦.୬୮ ଲକ୍ଷ ଟଙ୍କାର ଡିପୋଜିଟ୍ ମଧ୍ୟ ଠାବ ହୋଇଛି ।
ତେବେ ଦୁର୍ନୀତି ନିବାରଣ (ପିସି) ଆଇନ ଅନୁଯାୟୀ, ଜଗତସିଂହପୁର ଜିଲ୍ଲା ରାହାମା ଫରେଷ୍ଟ ରେଞ୍ଜର ଫରେଷ୍ଟ ରେଞ୍ଜ ଅଧିକାରୀ ରାଜେନ୍ଦ୍ର କୁମାର ସାମନ୍ତରାୟଙ୍କ ବିରୁଦ୍ଧରେ କଟକ ଭିଜିଲାନ୍ସ ମାମଲା ରୁଜୁ କରିଛି।
ଏହି ଚଢାଉରେ ଓଡିଶା ଭିଜିଲାନ୍ସ ଦୁଇ ଜଣ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ, ୫ ଡିଏସପି, ୮ ନୀରିକ୍ଷକ ଏବଂ ଅନ୍ୟାନ୍ୟ ସହାୟକ ଅଧିକାରୀ ସାମିଲ ହୋଇଥିଲେ ।