ଭୁବନେଶ୍ୱର : ରାଜଧାନୀରେ ପୁଣି ଲଜ୍ଜ୍ୟା । ଚାକିରି ଦେବାକୁ କହି ନାବାଳିକାକୁ ଗଣଦୁଷ୍କର୍ମ । କିଛିଦିନ ପୂର୍ବେ ଧଉଳି ଥାନା ଅଞ୍ଚଳରେ ଘଟିଥିବା ଗଣବଳାତ୍କାର ଘଟଣା ମନରୁ ନଲିଭିନଥିବା ବେଳେ ପୁଣି ଏକ ଲୋମହର୍ଷଣକାରୀ ଗଣବଳାହାର ଘଟଣା ସାମ୍ନାକୁ ଆସିଛି। ରାଜଧାନୀର ସହିଦନଗର ଥାନା ଅଞ୍ଚଳରେ ଏହି ଘଟଣା ଘଟିଛି । ଚାକିରି ଦେବାକୁ ଡାକି ଜଣେ ୧୭ ବର୍ଷର ନାବାଳିକାଙ୍କୁ ଗଣଦୁଷ୍କର୍ମ କରିଛନ୍ତି ୩ ଜଣ ଦୁର୍ବୃତ୍ତ । ଏନେଇ ଅଭିଯୋଗ ହେବା ପରେ ପୁଲିସ୍ ଘଟଣାର ତଦନ୍ତ କରି ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ହେଲେ ଅକ୍ଷୟ ଦାସ, ସାହିଲ୍ ଖାନ୍ ।
ସୂଚନା ଅନୁଯାୟୀ, ଗିରଫ ଅଭିଯୁକ୍ତ ଅକ୍ଷୟ ଗତ କିଛି ଦିନ ତଳେ ସୋସିଆଲ ମିଡ଼ିଆରେ ଏକ ବିଜ୍ଞାପନ ଦେଇଥିଲେ। ସେଥିରେ ସେ ଉଲ୍ଲେଖ କରିଥିଲେ ଯେ ଡାଟା ଏଣ୍ଟ୍ରି ଅପରେଟର ପାଇଁ ପିଲା ଆବଶ୍ୟକ। ଦରମା ୧୦ରୁ ୧୨ ହଜାର ମିଳିବ। ଏହା ଦେଖି ନାବାଳିକା ଜଣଙ୍କ ତାଙ୍କୁ ସେ ଫୋନ୍ କରିଥିଲେ। ଅଭିଯୁକ୍ତ ଅକ୍ଷୟ ତାଙ୍କୁ ଏକ ଠିକଣା ଦେଇଥିଲେ। ଗତ ୧୮ ତାରିଖ ଦିନ ପ୍ରାୟ ୨ଟା ବେଳେ ନାବାଳିକା ସେଠାରେ ପହଞ୍ଚି ଯାଇଥିଲେ। ନାବାଳିକା ଦେଖିଥିଲେ ରୁମ୍ ରେ ୩ ଜଣ ଯୁବକ ଅଛନ୍ତି। ନାବାଳିକାଙ୍କ ରୁମକୁ ଯିବା ମାତ୍ରେ ଜଣେ ଯୁବକ ବାହାକୁ ପଳାଇ ଆସି ରୁମ୍ ବାହାର ପଟୁ ବନ୍ଦ କରି ଦେଇଥିଲେ। ଅକ୍ଷୟ ଓ ସାହିଲ୍ ନାବାଳିକାକୁ ଗଣଦୁଷ୍କର୍ମ କରିଥିଲେ। ଖାଲି ସେତିକି ନୁହେଁ ଏହି ଅମାନବୀୟ କାଣ୍ଡର ଭିଡିଓ ମଧ୍ୟ କରିଥିଲେ।
ସ୍ଥିତି ଏମିତି ହୋଇଥିଲା ଯେ ନାବାଳିକା ଜଣଙ୍କ ଚେତା ହରାଇଥିଲେ। ଚେତା ଫେରିବା ପରେ ଅକ୍ଷୟ ଓ ସାହିଲ୍ ନାବାଳିକାଙ୍କୁ ନେଇ ବିଳମ୍ବିତ ରାତିରେ ଆଚାର୍ଯ୍ୟ ବିହାର ଛକରେ ଛାଡ଼ି ଦେଇଥିଲେ। ଏନେଇ ନାବାଳିକା ଜଣକ ଘରକୁ ଯାଇ ଘଟଣା ବିଷୟରେ ପରିବାର ଲୋକଙ୍କୁ ଜଣାଇଥିଲେ। ୧୯ ତାରିଖ ଦିନ ପରିବାର ଲୋକ ସହିନଗର ଥାନାରେ ଏତଲା ଦେଇଥିଲେ । ୧୯ତାରିଖ ଦିନ ନାବାଳିକାଙ୍କ ଡାକ୍ତରୀ ପରୀକ୍ଷା ସବ ବୟାନ ରେକର୍ଡ କରିଥିଲା ପୋଲିସ। ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି ପୋଲିସ କୋର୍ଟ ଚାଲାଣ କରିଛି ।