ଭୁବନେଶ୍ୱର: ଆସନ୍ତା ୨୬ ତାରିଖରେ ୨୯ତମ ପ୍ରତିଷ୍ଠା ଦିବସ ପାଳନ କରିବ ବିଜୁ ଜନତା ଦଳ। ଏହାକୁ ବିଜେଡି ପ୍ରତି ନିର୍ବାଚନ ମଣ୍ଡଳୀରେ ପାଳନ କରିବ। ଏହି ଅବସରରେ ନବୀନ ପଟ୍ଟନାୟକଙ୍କ ସରକାର ସମୟର ସଫଳତା ସମ୍ପର୍କରେ ଜନସଚେତନତ ସୃଷ୍ଟି କରାଯିବ। ଜନସେବା ଜାରି ରଖିବାକୁ ପ୍ରତିଷ୍ଠା ଦିବସରେ ସଂକଳ୍ପ ନେବେ ଦଳୀୟ କର୍ମୀ ଓ ନେତୃବୃନ୍ଦ।
ବିଜୁ ଜନତା ଦଳ ୨୮ ବର୍ଷ ପୂରଣ କରି ୨୯ ବର୍ଷରେ ପଦାର୍ପଣ କରିବ। ଏଥିପାଇଁ ଦଳୀୟ ପଦାଧିକାରୀଙ୍କୁ ଚିଠି ଲେଖି ସେବା କାର୍ଯ୍ୟ ଜାରି ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଓଡ଼ିଶାବାସୀଙ୍କ ଭଲ ପାଇବାକୁ ପାଥେୟ କରି ବିଜେଡି ତା’ର କାର୍ଯ୍ୟକ୍ରମକୁ ଜାରି ରଖିବ। ପ୍ରତିଷ୍ଠା ଦିବସ ଅବସରରେ ଓଡ଼ିଶାବାସୀଙ୍କୁ ଶୁଭକାମନା ଜଣାଇବେ ନବୀନ। ଏହାସହ ନୂଆବର୍ଷ ସମସ୍ତ ପାଇଁ ମଙ୍ଗଳମୟ ହେଉ ବୋଲି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ସେ ପ୍ରାର୍ଥନା କରିବେ।