କୋରାପୁଟ: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି କୋରାପୁଟ ଗସ୍ତରେ ଯାଇଥିବା ବେଳେ ସେଠାରେ ଜାତୀୟସ୍ତରୀୟ ଆୟୋଜିତ ଆଦିବାସୀ ଲୋକ ମହୋତ୍ସବ ‘ପରବ’ ହେବାକୁ ଥିବା ଚତୁର୍ଥ ସନ୍ଧ୍ୟାରେ ମୁଖ୍ୟ ଅତିଥିଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଜିଲାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ପ୍ରାୟ ୫୫୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଘୋଷଣା କରିବେ।
ପରବ ପଡ଼ିଆରେ ମୁଖ୍ୟମନ୍ତ୍ରୀଙ୍କୁ ଜିଲା ପ୍ରଶାସନ ପକ୍ଷରୁ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯିବ। ଏହା ପରେ ପଲ୍ଲିଶ୍ରୀ ମେଳାକୁ ଯାଇ ସେଠାରେ କରାଯାଇଥିବା ମାଣ୍ଡିଆ ପ୍ରଦର୍ଶନୀ ଷ୍ଟଲ୍ ଓ କୋରାପୁଟ କଫି ଷ୍ଟଲ ପରିଦର୍ଶନ କରିବା ପରେ ପରବ ଚତୁର୍ଥ ସାର ଶୁଭାରମ୍ଭ କରିବେ ମୁଖ୍ୟମନତ୍ରୀ। ପରେ ପରବ କୋର୍ଟର ଶୁଭାରମ୍ଭ କରିବା ସହିତ ଜିଲାର ଉଲ୍ଲେଖନୀୟ ସଫଳତା ପାଇଥିବା କଳାକାର ଓ ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରିବେ। ଏଥିରେ ପ୍ରାୟ ୫୫୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଘୋଷଣା କରିବେ। ଶେଷରେ ମୁଖ୍ୟମନ୍ତ୍ରୀ ତାଙ୍କର ବକ୍ତବ୍ୟ ରଖିବାର କାର୍ଯ୍ୟକ୍ରମ ରହିଥିବା ଜିଲା ପ୍ରଶାସନ ପକ୍ଷରୁ ଜଣାଯାଇଛି। ଏନେଇ କୋରାପୁଟରେ ପୋଲିସ ପକ୍ଷରୁ ପ୍ରାୟ ୬୦ ପ୍ଲାଟୁନ ପୋଲିସ ଫୋର୍ସ ନିୟୋଜିତ ହୋଇଥିବା ସୂଚନା ମିଳିଛି।
ଅଧିକ ପଢନ୍ତୁ: ମାଓବାଦୀଙ୍କ ଠିକଣା ଜଣାଇଲେ ମିଳିବ ଆକର୍ଷଣୀୟ ପୁରସ୍କାର; ୧୮ ଜଣଙ୍କ ମୁଣ୍ଡ ଉପରେ ରହିଛି ଏତିକି କୋଟି