ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଅପରାହ୍ଣ ୨ଟା ବେଳେ ଆଇସିସି ବିଶ୍ୱକପର ପ୍ରଥମ ସେମିଫାଇନାଲରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲ୍ୟାଣ୍ଡ। ବିଗତ ଲଗାତର ୯ଟି ମ୍ୟାଚ୍ ଜିତି ଅପରାଜେୟ ଥିବା ଟିମ୍ ଇଣ୍ଡିଆ ଏହି ଧାରା ବଜାୟ ରଖି ଫାଇନାଲରେ ପ୍ରବେଶ କରିବାକୁ ଲକ୍ଷ୍ୟ ରଖିଛି। ଏହି ରୋମାଞ୍ଚକର ମ୍ୟାଚ ଦେଖିବାକୁ କ୍ରିକେଟ ଫ୍ୟାନ୍ସ ମାନେ ମଧ୍ୟ ଉତ୍ସାହର ସହିତ ଅନେଇ ବସିଛନ୍ତି। ୨୦୧୯ରେ ମାଞ୍ଚେଷ୍ଟରର ଓଲ୍ଡ ଟ୍ରାଫର୍ଡ ଗ୍ରାଉଣ୍ଡରେ ମହେନ୍ଦ୍ର ସିଂ ଧୋନୀ ରନ୍ ଆଉଟ୍ ହେବା ପରେ ଭାରତୀୟ ଦଳର ଜିତିବାର ସ୍ୱପ୍ନ ଧୂଳିସାତ ହୋଇଯାଇଥିଲା । ସେହି ମ୍ୟାଚର ବଦଲା ନେଵା ପାଇଁ ଇଣ୍ଡିଆ ମୈଦାନକୁ ଓଲ୍ହାଇବା ରୋହିତ ସେନା ।
ସୂଚନା ଅନୁସାରେ , ଆଇସିସି ବିଶ୍ୱକପ୍ର ପ୍ରଥମ ସେମିଫାଇନାଲରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲ୍ୟାଣ୍ଡ। ଲଗାତର ୯ଟି ମ୍ୟାଚ୍ ଜିତି ଅପରାଜେୟ ଥିବା ଟିମ୍ ଇଣ୍ଡିଆ ଧାରା ବଜାୟ ରଖି ଟାଇଟଲ୍ ରାଉଣ୍ଡରେ ପ୍ରବେଶ କରିବାକୁ ଲକ୍ଷ୍ୟ ରଖିଛି। ୨୦୧୯ରେ ମାଞ୍ଚେଷ୍ଟରର ଓଲ୍ଡ ଟ୍ରାଫର୍ଡ ଗ୍ରାଉଣ୍ଡରେ ମହେନ୍ଦ୍ର ସିଂ ଧୋନୀଙ୍କ ସେହି ରନ୍ ଆଉଟ୍ ଭାରତର ସବୁ ଆଶା ଶେଷ କରିଦେଇଥିଲା। ଏବେ ପୁଣିଥରେ ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମୁହାଁମୁହିଁ ହେଉଛନ୍ତି। ଚଳିତ ଟୁର୍ଣ୍ଣାମେଣ୍ଟରେ ଅଧିନାୟକ ରୋହିତ ଶର୍ମାଙ୍କ ଭାରତୀୟ ଦଳ ପ୍ରତି ମ୍ୟାଚରେ ଭଲ ଷ୍ଟାର୍ଟ ଦେଉଛନ୍ତି। ସେପଟେ ଟୁର୍ଣ୍ଣାମେଣ୍ଟ ଆରମ୍ଭରୁ ଲଗାତର ୮ଟି ମ୍ୟାଚ ମଧ୍ୟରୁ ୪ଟି ମ୍ୟାଚ୍ ଜିତିଥିବା ବେଳେ ୪ଟି ମ୍ୟାଚ୍ ହାରିଯାଇଥିଲା। ତେବେ ଶେଷ ମ୍ୟାଚରେ ଶ୍ରୀଲଙ୍କାକୁ ହରାଇ ସେମିଫାଇନାଲ୍ ଟିକେଟ୍ କାଟିଥିଲା ନ୍ୟୁଜିଲ୍ୟାଣ୍ଡ। ଆଜି ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ କଡା ଟକ୍କର ହେବାକୁ ଯାଉଛି ଏବଂ ଏହି ରୋମାଞ୍ଚକର ମ୍ୟାଚ ଦେଖିବାକୁ କ୍ରିକେଟ ଫ୍ୟାନ୍ସ ମାନେ ମଧ୍ୟ ଉତ୍ସାହର ସହିତ ଅନେଇ ବସିଛନ୍ତି। ସମସ୍ତେ ଦେଖିବାକୁ ଅପେକ୍ଷା କରିଛନ୍ତି ଭାରତ ତାର ବିଜୟର ଧାରା ଆଗେଇ ନେଉଛି ନା ୨୦୧୯ ପରି ପୁଣି ବାଜି ମାରିନେବ ନିଉଜିଲାଣ୍ଡ।
ଅଧିକ ପଢନ୍ତୁ ; ଟିମ୍ ଇଣ୍ଡିଆର ଗୁପ୍ତ ଫ୍ୟାଶନ ଶୋ