ନୂଆଦିଲ୍ଲୀ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ପଞ୍ଚମ ତଥା ସିରିଜର ଶେଷ ଟି-୨୦ ମ୍ୟାଚ୍ ଆସନ୍ତାକାଲି ଗାବାରେ ଖେଳାଯିବ । ଚତୁର୍ଥ ଟି-୨୦ରେ ଘରୋଇ ଅଷ୍ଟ୍ରେଲିଆକୁ ହରାଇ ଭାରତ ସିରିଜରେ ୨-୧ରେ ଆଗୁଆ ରହିଛି । ଯଦି ପଞ୍ଚମ ମ୍ୟାଚ୍ ବର୍ଷା କାରଣରୁ ରଦ୍ଦ ହୁଏ ତଥାପି ଭାରତ ସିରିଜ ଜିତିବ । ତେବେ ଭାରତୀୟ ଦଳର ଚୂଡାନ୍ତ ଏକାଦଶରେ ପରିବର୍ତ୍ତନ ଦେଖିବାକୁ ମିଳିବ କି ?
ଏହି ସିରିଜରେ ଏ ପର୍ୟ୍ୟନ୍ତ ତିଳକ ବର୍ମାଙ୍କ ପ୍ରଦର୍ଶନ ଏକ ପ୍ରମୁଖ ଚିନ୍ତାର ବିଷୟ ପାଲଟିଛି । ସେ ପୂର୍ବରୁ ଭଲ ଫର୍ମରେ ଥିଲେ କିନ୍ତୁ ଏହି ସିରିଜରେ ପ୍ରଭାବ ପକାଇପାରି ନାହାଁନ୍ତି। ତାଙ୍କର ବ୍ୟାଟିଂ କ୍ରମ ମଧ୍ୟ ଏକ ପ୍ରମୁଖ ପ୍ରଶ୍ନ, ଶିବମ ଦୁବେଙ୍କୁ ତୃତୀୟ ନମ୍ବରରେ ଏବଂ ଅଧିନାୟକ ସୂର୍ୟ୍ୟକୁମାର ଯାଦବଙ୍କୁ ଚତୁର୍ଥ ନମ୍ବରରେ ଚେଷ୍ଟା କରାଯାଉଛି। ପ୍ରଥମ ମ୍ୟାଚ୍ ବ୍ୟତୀତ ସୂର୍ୟ୍ୟ ସମସ୍ତ ତିନୋଟି ମ୍ୟାଚ୍ରେ ବିଫଳ ହୋଇଛନ୍ତି। ସେ ଚାରି ଇନିଂସରେ ମୋଟ ୮୪ ରନ୍ କରିଛନ୍ତି।
ଗାବା ଷ୍ଟାଡିୟମର ପିଚ୍ ବାଉନ୍ସୀ ହେବ ବୋଲି ଆଶା କରାଯାଉଛି। ଦ୍ରୁତ ବୋଲରଙ୍କୁ ପିଚରୁ ସହାୟତା ମିଳିପାରେ । ଯଦି ପାଗ ଅନୁକୂଳ ଥାଏ, ତେବେ ବଲ୍ ଗତି କରିପାରିବ। ଅନ୍ୟପକ୍ଷରେ, ବ୍ୟାକ୍ ଫୁଟରେ ଭଲ ଖେଳୁଥିବା ବ୍ୟାଟର ଏହାକୁ ସହାୟକ ପାଇପାରନ୍ତି, କାରଣ ୱିକେଟରେ ବାଉନ୍ସ ମଧ୍ୟ ବ୍ୟାଟରଙ୍କ ପାଇଁ ଲାଭଦାୟକ ହୋଇପାରେ।
ପୂର୍ବ ରେକର୍ଡ ଅନୁଯାୟୀ, ପ୍ରଥମେ ବ୍ୟାଟିଂ କରୁଥିବା ଦଳର ରେକର୍ଡ ଦମଦାର ଅଛି। ଏଠାରେ ଖେଳାଯାଇଥିବା ୧୧ ଟି-୨୦ ମ୍ୟାଚ୍ ମଧ୍ୟରୁ, ପ୍ରଥମେ ବ୍ୟାଟିଂ କରୁଥିବା ଦଳ ଆଠଟି ଜିତିଛି। ଏଠାରେ ହାରାହାରି ପ୍ରଥମ ଇନିଂସ ସ୍କୋର ୧୫୯ ଏବଂ ହାରାହାରି ଦ୍ୱିତୀୟ ଇନିଂସ ସ୍କୋର ୧୩୮।
ଭାରତର ସମ୍ଭାବିତ ଏକାଦଶ
ଅଭିଷେକ ଶର୍ମା, ଶୁଭମନ ଗିଲ, ଶିବମ ଦୁବେ, ସୂର୍ଯ୍ୟକୁମାର ଯାଦବ(ଅଧିନାୟକ), ତିଳକ ବର୍ମା, ଜିତେଶ ଶର୍ମା(ୱିକେଟ୍ କିପର), ୱାଶିଂଟନ ସୁନ୍ଦର, ଅକ୍ଷର ପଟେଲ, ଅର୍ଶଦୀପ ସିଂ, ବରୁଣ ଚକ୍ରବର୍ତ୍ତୀ, ଯଶପ୍ରୀତ ବୁମରା ।