ସମସ୍ତ ଓଡିଶା ଓଡ଼ିଶାରେ ରହୁଥିବା ସମସ୍ତ କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସି ଖବର । ଏବେ ତାଙ୍କୁ IPL ମ୍ୟାଚ୍ ଦେଖିବା ପାଇଁ ବାହାରକୁ ନ ଯାଇ କଟକ ବାରବାଟୀ ଷ୍ଟାଡିୟମରେ ଆସିବାକୁ ହେବ । ତେବେ ଦିଲ୍ଲୀ କ୍ୟାପିଟାଲ୍ସ ବାରବାଟୀରେ ଖେଳିପାରେ ମ୍ୟାଚ୍। ପୁଣିଥରେ ବାରବାଟୀରେ ଶୁଣିବାକୁ ମିଳିବ କ୍ରିକେଟ ପ୍ରେମୀଙ୍କ ଶୋର । ସୂଚନା ଅନୁଯାୟୀ, ଦିଲ୍ଲୀ ତା’ର ପ୍ରଥମ ୨ଟି ମ୍ୟାଚ୍ ପୁଣେ ଓ କଟକରେ ଖେଳିପାରେ ବୋଲି ଜାତୀୟ ଗଣମାଧ୍ୟମରୁ ସୂଚନା ମିଳିଛି ।
ଏହାକୁ ନେଇ ଏକ ରିପୋର୍ଟ ପ୍ରକାଶ କରାଯାଇଛି ଯେ,ଆଇପିଏଲ୍ ଦଳ ଦିଲ୍ଲୀ ରାଜଧାନୀ ପୁଣେ ଏବଂ କଟକ ଠାରେ ସେମାନଙ୍କର ପ୍ରଥମ ଦୁଇଟି ଆଇପିଏଲ୍ ମ୍ୟାଚ୍ ଖେଳିବାର ସମ୍ଭାବନା ରହିଛି କାରଣ ଦିଲ୍ଲୀର ଅରୁଣ ଜେଟଲୀ କ୍ରିକେଟ୍ ଷ୍ଟାଡିୟମ୍ ମହିଳା ପ୍ରିମିୟର ଲିଗ୍ ଫାଇନାଲ୍ ମ୍ୟାଚ୍ ଆୟୋଜନ କରିବାର କିଛି ଦିନ ପରେ ଏହି ଟୁର୍ନାମେଣ୍ଟ ଆୟୋଜନ କରିବାକୁ ପ୍ରସ୍ତୁତ ହେବ ନାହିଁ। ଆଜି ପରେ ଆଇପିଏଲ୍ କାର୍ଯ୍ୟସୂଚୀ ଆଶା କରାଯାଏ |
ତେବେ ଏ ପର୍ଯ୍ୟନ୍ତ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମ ସଠିକ ଭାବରେ ପ୍ରସ୍ତୁତ ନ ଥିବାରୁ ପ୍ରଥମ ଦୁଇଟି ମ୍ୟାଚ୍ ଅନ୍ୟ ଷ୍ଟାଡିୟମରେ ଖେଳାଯିବ । ଚଳିତ ବର୍ଷ ଆଇପିଏଲ ମାର୍ଚ୍ଚ ୨୦-୨୨ ମଧ୍ୟରେ ଆରମ୍ଭ ହେବାର ସମ୍ଭାବନା ଥିବା ବେଳେ ଆଇପିଏଲର ସୂଚୀ ପ୍ରକାଶ କରାଯାଇନାହିଁ । ତେବେ ଏହି ଖୁସି ଖବରଟି ସମସ୍ତ କ୍ରିକେଟ ପ୍ରେମୀଙ୍କ ଉତ୍ସାହକୁ ଆହୁରି ବଢ଼ାଇ ଥିବ ।