ନୂଆଦିଲ୍ଲୀ: ଆଇପିଏଲ୍ ୨୦୨୬ରେ କୋଲକାତା ନାଇଟ୍ ରାଇଡର୍ସ (KKR) ର ବିଜୟ ଯାତ୍ରା ଅବ୍ୟାହତ ରଖିଛି। ଶୁକ୍ରବାର ଖେଳାଯାଇଥିବା ମ୍ୟାଚରେ KKR ଦିଲ୍ଲୀ କ୍ୟାପିଟାଲ୍ସକୁ ତା’ରି ଘରୋଇ ମଇଦାନରେ ଅତି ଶୋଚନୀୟ ଭାବେ ପରାସ୍ତ କରିଛି। କେବଳ ପରାସ୍ତ କରିନାହିଁ, ବରଂ ଦିଲ୍ଲୀ ଦେଇଥିବା ଲକ୍ଷ୍ୟକୁ ମାତ୍ର ୩୪ ବଲ୍ ବାକି ଥାଇ ହାସଲ କରି କୋଲକାତା ଏକ ବଡ଼ ବିଜୟ ହାସଲ କରିଛି। ବୋଲରଙ୍କ ଘାତକ ବୋଲିଂ ଓ ଫିନ ଆଲେନଙ୍କ ବିସ୍ଫୋରକ ଶତକ କେକେଆରକୁ ବଡ଼ ବିଜୟ ଦେଇଛି। ପ୍ରଥମେ ବ୍ୟାଟିଂ କରିଥିବା ଦିଲ୍ଲୀ ସାମୂହିକ ବ୍ୟାଟିଂ ବିପର୍ଯ୍ୟୟ ଭୋଗି ୧୪୨ ରନ କରିଥିଲା। ଜବାବରେ କୋଲକାତା ୧୪.୨ ଓଭରରେ ମାତ୍ର ୨ ଓ୍ଵିକେଟ୍ ହରାଇ ମ୍ୟାଚ୍ ଜିତି ନେଇଛି।
ଫିନ୍ ଆଲେନ୍ଙ୍କ ଐତିହାସିକ ଶତକ
KKR ର ଏହି ବିଶାଳ ବିଜୟର ହିରୋ ସାଜିଥିଲେ ଓପନର ଫିନ୍ ଆଲେନ୍। ସେ ଦିଲ୍ଲୀ ବୋଲରଙ୍କୁ ନିର୍ଧୂମ ପ୍ରହାର କରି ଏକ ଐତିହାସିକ ଶତକ ହାସଲ କରିଛନ୍ତି। ଆଲେନ୍ ନିଜର ଶତକୀୟ ଇନିଂସରେ ଚୌକା ଓ ଛକାର ବର୍ଷା କରି କ୍ରମାଗତ ଚତୁର୍ଥ ବିଜୟରେ ଦଳକୁ ସହାୟକ ହୋଇଛନ୍ତି। ତାଙ୍କର ଏହି ବିସ୍ଫୋରକ ବ୍ୟାଟିଂ ଯୋଗୁଁ ଦିଲ୍ଲୀର ସମସ୍ତ ରଣନୀତି ଫେଲ୍ ମାରିଥିଲା। ତାଙ୍କ ବାତ୍ୟତ କ୍ୟାମେରୁନ ଗ୍ରୀନ ୩୩ ରନ କରି ଅପରାଜିତ ଥିଲେ। ଆଲେନ ୪୭ ବଲରୁ ୫ ଚୌକା ଓ ୧୦ ଛକା ସହ ୧୦୦ ରନ କରି ଅପରାଜିତ ଥିଲେ।
ଦିଲ୍ଲୀର ବ୍ୟାଟିଂ-ବୋଲିଂ ବିପର୍ଯ୍ୟୟ
ଋଷଭ ପନ୍ତଙ୍କ ନେତୃତ୍ୱାଧୀନ ଦିଲ୍ଲୀ କ୍ୟାପିଟାଲ୍ସ ଆଜି ଉଭୟ ବ୍ୟାଟିଂ ଓ ବୋଲିଂରେ ସମ୍ପୂର୍ଣ୍ଣ ବିଫଳ ହୋଇଛି। ପ୍ରଥମେ ବ୍ୟାଟିଂ କରି ଦଳ ଏକ ସମ୍ମାନଜନକ ସ୍କୋର କରିଥିଲେ ମଧ୍ୟ କୋଲକାତାର ବ୍ୟାଟରଙ୍କ ଆଗରେ ଦିଲ୍ଲୀର ବୋଲରମାନେ ଅସହାୟ ହୋଇ ପଡ଼ିଥିଲେ। ଖାସ୍ କରି ଫିନ୍ ଆଲେନ୍ଙ୍କ ଆଗରେ ଦିଲ୍ଲୀର ସବୁ ରଣନୀତି ଫେଲ୍ ମାରିଥିଲା।
କ୍ରମାଗତ ୪ର୍ଥ ବିଜୟ ସହ ଶୀର୍ଷରେ KKR
ଏହି ବିଜୟ ସହ କୋଲକାତା ନାଇଟ୍ ରାଇଡର୍ସ ପଏଣ୍ଟ ଟେବୁଲରେ ନିଜର ସ୍ଥିତିକୁ ଆହୁରି ମଜବୁତ କରିଛି। ଦଳ ଏବେ ଲଗାତାର ୪ଟି ମ୍ୟାଚ୍ ଜିତି ପ୍ଲେ-ଅଫ୍ ଦୌଡ଼ରେ ସବୁଠାରୁ ଆଗରେ ରହିଛି। ଅନ୍ୟପଟେ ଘରୋଇ ମଇଦାନରେ ଏଭଳି ବଡ଼ ପରାଜୟ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଚିନ୍ତାର ବିଷୟ ପାଲଟିଛି।