ଆଇପିଏଲ ୨୦୨୩ :ପ୍ଲେ ଅଫରେ ଚାରି ଦଳ
Khabar Odisha:IPL-2023-4-team-in-playoff-match
ଖବର ଓଡିଶା : 22/01/2023:

ଆଇପିଏଲ ୨୦୨୩ର ୧୬ତମ ସଂସ୍କରଣର ବର୍ତ୍ତମାନ ଶେଷ ପର୍ଯ୍ୟୟରେ ପହଞ୍ଚିଛି।  ମେ' ୨୩ରୁ ପ୍ଲେ ଅଫ ମ୍ୟାଚ ଖେଳାଯିବ। ଚେନ୍ନାଇ ସୁପର କିଙ୍ଗ୍ସ, ଲକ୍ଷ୍ନୌ ସୁପର ଜାଏଣ୍ଟସ, ଗୁଜରାଟ ଟାଇଟନ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ପ୍ଲେ ଅଫ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ଆଇପିଏଲ ୨୦୨୩ର ଲିଗ ପର୍ଯ୍ୟାୟ ଶେଷ ହେବାପରେ ଗୁଜରାଟ ଟାଇଟନ୍ସ ପ୍ରଥମ ସ୍ଥାନରେ ଥିବାବେଳେ ଚେନ୍ନାଇ ସୁପର କିଙ୍ଗ୍ସ ଦ୍ବିତୀୟ, ଲକ୍ଷ୍ନୌ ତୃତୀୟ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ଚତୁର୍ଥ ସ୍ଥାନରେ ରହିଛନ୍ତି। ଏଭଳି ପରିସ୍ଥିତିରେ ଗୁଜରାଟ ଏବଂ ଚେନ୍ନାଇ ଲକ୍ଷ୍ନୌ ଏବଂ ମୁମ୍ବାଇ ମଧ୍ୟରେ ଏଲିମିନେଟର ମୁକାବିଲା ହେବ। 

ତେବେ ପ୍ରଥମ କ୍ବାଲିଫାୟାର ମ୍ୟାଚ ମେ' ୨୩ରେ ଚେନ୍ନାଇ ଏବଂ ଗୁଜରାଟ ମଧ୍ୟରେ ଏମଏ ଚିଦାମ୍ବରମ ଷ୍ଟାଡିୟମ ଚେନ୍ନାଇରେ ଖେଳାଯିବ। ଯିଏ ଏହି ମ୍ୟାଚ ଜିତିବ ସେ ଫାଇନାଲରେ ପ୍ରବେଶ କରିବ। ଏଥିସହିତ ହାରିଥିବା ଦଳ ଫଇନାଲକୁ ଯିବାକୁ ଆଉ ଏକ ସୁଯୋଗ ପାଇବ। 

ଏହାପରେ ମେ' ୨୪ରେ ଚେନ୍ନାଇର ଏମ.ଏ ଚିଦାମ୍ବରମ ଷ୍ଟାଡିୟମରେ ଲକ୍ଷ୍ନୌ ସୁପର ଜାଏଣ୍ଟସ ଏବଂ ମୁମ୍ବାଇ ମଧ୍ୟରେ ଏଲିମିନେଟର ମ୍ୟାଚ ଖେଳାଯିବ। ଏହି ମ୍ୟାଚରେ ଯିଏ ହାରିବ ସେ ହାରିଯିବ। ଅନ୍ୟପକ୍ଷରେ ବିଜେତା ଦଳ ପ୍ରଥମ କ୍ଲାଲିଫାୟାରରେ ହାରିଥିବା ଦଳ ସହିତ ଦ୍ବିତୀୟ କ୍ବାଲିଫାୟାର ମ୍ୟାଚ ଖେଳିବ।

ମେ' ୨୬ରେ ପ୍ରଥମ କ୍ବାଲିଫାୟାରରେ ହାରିଥିବା ଦଳ ଏବଂ ଏଲିମିନେଟର ମ୍ୟାଚ ଜିତିଥିବା ଦଳ ଅହମ୍ମଦାବାର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଦ୍ବିତୀୟ କ୍ଲାଲିଫାୟାର ଖେଳିବ। ଅନ୍ୟପକ୍ଷରେ ମେ' ୨୮ରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ପ୍ରଥମ କ୍ବାଲିଫାୟାର ଦଳର ବିଜେତା ଦଳ ଏବଂ ଦ୍ବିତୀୟ କ୍ବାଲିଫାୟାର ଦଳର ବିଜେତା ଦଳ ମଧ୍ୟରେ ଫାଇନାଲ ମ୍ୟାଚ ଖେଳାଯିବ। 

Subscribe

National International State Sports Entertainment