ଏକାଧୀକ ଖେଳାଳୀ ଓ ଷ୍ଟାଫ୍ କରୋନା ସଂକ୍ରମିତ ହେବା ପରେ ଚଳିତ ବର୍ଷ ଆଇପିଏଲ୍ ବାତିଲ
Khabar Odisha:IPL-2021-suspended-owing-to-increase-in-Covid-19-cases-in-IPL-bio-bubble

 ମୁମ୍ବାଇ, ମେ ୪(ଖବର ଓଡିଶା); ଚଳିତ ବର୍ଷ ଆଇପିଏଲ୍ କୁ ଲାଗିଛି କରୋନାର ଶକ୍ତ ଧକ୍କା । ପ୍ରଥମେ କେକେଆର, ଚେନ୍ନାଇ ଏବେ ସନରାଜର୍ସ ଦଳର ରିଦ୍ଧୀମାନ ଶାହା କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଚଳିତ ବର୍ଷର ଆଇପିଏଲ୍ କୁ ବିସିସିଆଇ ପକ୍ଷରୁ ବାତିଲ କରିଦିଆ ଯାଇଛି । ଏ ନେଇ ବିସିସିଆଇର ଉପ ସଭାପତି ରାଜୀବ ଶୁକ୍ଳା ସୂଚନା ଦେଇଛନ୍ତି । ଆଇପିଏଲରେ ବିସିସିଆଇ ପକ୍ଷରୁ ଖେଳାଳୀ ମାନଙ୍କ ପାଇଁ କରାଯାଇଥିବା “ବାୟୋ ବବଲ୍‌” ମଧ୍ୟରୁ ଏକାଧୀକ ଖେଳାଳୀ ଏବଂ ଷ୍ଟାଫ୍ ସଂକ୍ରମିତ ଚିହ୍ନଟ ହେବାରୁ ଆଇପିଏଲ ମଧ୍ୟ ଭାଗରୁ ଏହାକୁ ବନ୍ଦ କରିବାକୁ ବିସିସିଆଇ ପକ୍ଷରୁ ନିଷ୍ପତି ହୋଇଛି । 

ଗତ କାଲି କୋଲକାତା ନାଇଟ ରାଇଡର୍ସର ବରୁଣ ଚକ୍ରବର୍ତି ଓ ସନ୍ଦୀପ ୱାରିୟର କରୋନା ସଂକ୍ରମିତ ହେବା ପରେ କାଲିର ମୁକାବିଲାକୁ ବାତିଲ କରି ଦିଆଯାଇଥିଲା । ଏହା ପରେ ଚେନ୍ନାଇ ସୁପର କିଙ୍ଗ୍‌ସର ୩ ଜଣ ସଦସ୍ୟଙ୍କ ରିପୋର୍ଟ ପଜିଟିଭ ଚିହ୍ନଟ ହୋଇଥିବା ଖବର ଆସିଥିଲା । 

ଅବଶ୍ୟ ଏଥିରେ କୌଣସି ଖେଳାଳି ସଂକ୍ରମିତ ହୋଇ ନାହାନ୍ତି । ଚେନ୍ନାଇ ସୁପର କିଙ୍ଗ୍ସର ସିଇଓ କେସି ବିଶ୍ୱନାଥନ୍, ବୋଲିଂ କୋଚ୍ ଏଲ୍ ବାଲାଜୀ ଏବଂ ଜଣେ ନିମ୍ନ କର୍ମଚାରୀ କର୍ମଚାରୀ ରବିବାର ଦିନ ପଜିଟିଭ୍ ପରୀକ୍ଷା କରିଥିଲେ କିନ୍ତୁ ସୋମବାର ସେମାନଙ୍କର ରିପୋର୍ଟ ନେଗେଟିଭ ଆସିଛି ।

ଭାରତରେ ଏବେ କରୋନା ସଂକ୍ରମଣ ଏହାର କରାଳ ରୁପ ଦେଖାଇ ଚାଲିଛିି । ଗତ ୨୪ ଘଣ୍ଟା ମଧ୍ୟରେ ୩,୫୭,୨୨୯ ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲା ବେଳେ ୩,୪୪୯ ଜଣଙ୍କର ମୃତ୍ୟୁ ହୋଇଛି । ଏହା ସହିତ ଭାରତରେ ମୋଟ କରୋନା ଆକ୍ରନ୍ତଙ୍କ ସଂଖ୍ୟା ୨,୦୨,୮୨,୮୩୩ ରେ ପହଁଚିଛି । 

ତେବେ ପୁର୍ବରୁ ଭାରତରେ କରୋନା ସଂକ୍ରମଣ ଦୃତଗତିରେ ବଢୁଥିବା ସମୟରେ ଭାରତରେ ଆଇପିଏଲ୍ ଆୟୋଜନକୁ ନେଇ ମଧ୍ୟ ବିଭିନ୍ନ ପୁର୍ବତନ ଖେଳାଳୀ ଏବଂ ସାଧାରଣ ଲୋକେ ପ୍ରଶ୍ନ ଉଠାଇଥିଲେ । ଚଳିତ ସିଜନର ଆଇପିଏଲ୍ ଆରମ୍ଭ ହେବା ପୁର୍ବରୁ ବିଭିନ୍ନ ଦଳର ଖେଳାଳୀ କରୋନାରେ ସଂକ୍ରମିତ ହୋଇଥିଲା । ତେବେ ଏଥି ମଧ୍ୟରେ ଚଳିତ ସିଜନ ଆସି ଏହାର ମଧ୍ୟ ଭାଗରେ ପହଁଚିଥିଲା ବେଳେ ଏବେ ଖେଳାଳୀମାନେ ସଂକ୍ରମିତ ଚିହ୍ନଟ ହେବା ପରେ ଚଳିତ ବର୍ଷ ଆଇପିଏଲକୁ ବିସିସିଆଇ ଦେଇଛି ।

 

 

 

 

  • Tags:

Subscribe

National International State Sports Entertainment