ଆଇପିଏଲ ୨୦୨୦; ସଚିନଙ୍କ ରେକର୍ଡ ଭାଙ୍ଗିଲେ ରାହୁଲ
Khabar Odisha:IPL-2020-Rahul-broke-Sachins-record
ନୂଆଦିଲ୍ଲୀ, ସେପ୍ଟେମ୍ବର ୨୫ (ଖବର ଓଡ଼ିଶା):

ଆଇପିଏଲରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିଲେ କେଏଲ ରାହୁଲ । ଗତକାଲି ଖେଳାଯାଇଥିବା ମ୍ୟାଚରେ ୧୩୨ ରନର ଇନିଂସ ଖେଳିବା ସହ ଭାରତୀୟ ଭାବେ ଆଇପିଏଲରେ ଦ୍ରୁତତମ ୨୦୦୦ ରନ ପୂରଣ କରିଛନ୍ତି କେଏଲ ରାହୁଲ । ରାହୁଲ ୬୦ ଟି ଇନିଂସରୁ ଆଇପିଏଲରେ ୨୦୦୦ ରନ ପୂରଣ କରିଛନ୍ତି । ପୂର୍ବରୁ ଏହି ରେକର୍ଡ ସଚିନ ତେନ୍ଦୁଲକରଙ୍କ ନାମରେ ରହିଥିଲା । ସଚିନ ୬୩ ଟି ଆଇପିଏଲ ଇନିଂସରେ ୨୦୦୦ ରନ ପୂରଣ କରିଥିଲେ । ଆଇପିଏଲ ଇତିହାସରେ ଦ୍ରୁତତମ ୨୦୦୦ ସ୍କୋର କରିବାର ରେକର୍ଡ ୟୁନିଭର୍ସ ବସ କ୍ରିସ ଗେଲଙ୍କ ନାମରେ ରହିଛି । ଗେଲ ମାତ୍ର ୪୮ ଟି ଆଇପିଏଲ ଇନିଂସରୁ ୨୦୦୦ ରନ ପୂରଣ କରିଥିଲେ । ଗେଲଙ୍କ ପରେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ଅଷ୍ଟ୍ରେଲିଆ ବ୍ୟାଟସମ୍ୟାନ ସନ ମାର୍ଶ ।

  • Tags:

Subscribe

National International State Sports Entertainment