ଡିଆରଏସ ନିୟମରେ ସାମାନ୍ୟ ପରିବର୍ତ୍ତନ କଲା ଆଇସିସି
Khabar Odisha:ICC-made-minor-changes-to-the-DRS-rules
ନୂଆଦିଲ୍ଲୀ, ଏପ୍ରିଲ ୦୨ (ଖବର ଓଡ଼ିଶା):

ଆଇସିସି ପକ୍ଷରୁ ଏକ ବୌଠକ ଅନୁଷ୍ଠିତ ହୋଇ ଡିଆରଏସ ଏବଂ ଅମ୍ପାୟରସ କଲକୁ ନେଇ ବହୁ ଚର୍ଚ୍ଚା ହୋଇଛି । ପୂର୍ବତନ ଭାରତୀୟ ସ୍ପିନର ଅନିଲ କୁମ୍ବଲେଙ୍କ ନେତୃତ୍ୱରେ ଏହି ବୌଠକ ଅନୁଷ୍ଠିତ ହୋଇଥିଲା । ଏହି ବୌଠକରେ ଡିଆରଏସ୍‌(ଡିସିସନ ରିଭ୍ୟୁ ସିଷ୍ଟମ) ଅଧିନରେ ରହିଥିବା 'ଅମ୍ପାୟାର୍ସ କଲ୍‌' ନିୟମକୁ ନେଇ ଖେଳାଳିଙ୍କ ମଧ୍ୟରେ ଅସନ୍ତୋଷ ରହିଥିଲେ ହେଁ ଏହି ନିୟମକୁ କାଏମ୍ ରଖିବାକୁ ଆଇସିସି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଏହି ନିୟମ ଅନୁସାରେ କୌଣସି ଏଲ୍‌ବିଡବ୍ଲ୍ୟୁ ଅପିଲ୍ ସମୟରେ ପଡ଼ିଆ ଅମ୍ପାୟାର ବଲ୍‌ର ଗତି ପଥକୁ ଦେଖି ଆଉଟ୍ କିମ୍ବା ନଟ୍ ଆଉଟ୍ ନିଷ୍ପତ୍ତି ଶୁଣାଇ ପାରିବେ । ୩ଟି ୱିକେଟ୍ ମଧ୍ୟରୁ କୌଣସି ୱିକେଟ୍‌ରେ ବଲ୍ ଅତି କମ୍‌ରେ ୫୦ପ୍ରତିଶତ ବାଜିବାର ସମ୍ଭାବନା ଥିଲେ ଅମ୍ପାୟାର 'ଆଉଟ୍‌' କିମ୍ବା 'ନଟ୍ ଆଉଟ୍‌' ନିଷ୍ପତ୍ତି ନେଇପାରିବେ । ଏଭଳି ସ୍ଥଳେ ଫିଲ୍ଡିଂ ଦଳର ଅଧିନାୟକ କିମ୍ବା ବ୍ୟାଟ୍ସମ୍ୟାନ୍ ପଡ଼ିଆ ଅମ୍ପାୟାରଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଡିଆରଏସ୍ ନେଲେ ବିଫଳ ହେବେ । 'ଅମ୍ପାୟାର କଲ୍‌' ନିୟମ ଅନୁଯାୟୀ ପଡ଼ିଆ ଅମ୍ପାୟାରଙ୍କ ନିଷ୍ପତ୍ତି କାଏମ ରହିବ । କିଛି ଦିନ ତଳେ ଏହି ଡିଆରଏସରେ ଥିବା ଅମ୍ପାୟାରସ କଲକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ ଭାରତୀୟ ଅଧିନାୟକ ବିରାଟ କୋହଲି । ଅନେକ କ୍ଷେତ୍ରରେ ବଲ ଷ୍ଟମ୍ପରେ ବାଜିଥିଲେ ମଧ୍ୟ ଅମ୍ପାୟାରଙ୍କ ନଟଆଉଟ ନିଷ୍ପତ୍ତି ଥିଲେ ତାହା ନଟଆଉଟ କିପରି ହେବ ବୋଲି ସେ ଅଭିଯୋଗ କରିଛନ୍ତି । ତେବେ ଡିଆରଏସରେ ହୋଇଥିବା ନୂଆ ପରିବର୍ତ୍ତନ ନିୟମ ଅନୁସାରେ, ପୂର୍ବରୁ ଏଲ୍‌ବିଡବ୍ଲ୍ୟୁ ନିଷ୍ପତ୍ତି ନେବା ପୂର୍ବରୁ ୱିକେଟ୍‌ର ଉଚ୍ଚତାକୁ ମାପ ଦଣ୍ଡ ରୂପେ ରଖାଯାଇଥିଲା । ବର୍ତ୍ତମାନ ଏହାକୁ ବୃଦ୍ଧି କରାଯାଇଛି । ଅର୍ଥାତ ୱିକେଟ ଉପରେ ରହିଥିବା ବଲ୍ ବେଲ୍‌ରେ ବାଜିବାର ସମ୍ଭାବନା ଥିଲେ ଅମ୍ପାୟାର ଆଉଟ୍ ନିଷ୍ପତ୍ତି ଶୁଣାଇ ପାରିବେ । ଫିଲ୍ଡିଂ ଦଳର ଡିଆରଏସ୍ ନେବା ପୂର୍ବରୁ ବ୍ୟାଟସମ୍ୟାନ୍ ଜଣକ ସଟ୍ ଖେଳିବାକୁ ପ୍ରୟାସ କରୁଥିଲା କି ନାହିଁ, ତାହା ପଡ଼ିଆ ଅମ୍ପାୟାରଙ୍କୁ ପଚାରି ବୁଝି ପାରିବେ । ଏହା ସହ ପୂର୍ବରୁ କେବଳ ନୋ-ବଲ ତୃତୀୟ ଅମ୍ପାୟାର ଚେକ କରୁଥିବା ବେଳେ ଏଥର ବ୍ୟାଟସମାନ ମାନେ ନେଉଥିବା ରନ ମଧ୍ୟ ତୃତୀୟ ଅମ୍ପାୟାର ଚେକ କରିବେ ବୋଲି ଏହି ବୌଠକରେ ନିଷ୍ପତ୍ତି ନିଆଯାଇଛି ।

  • Tags:

Subscribe

National International State Sports Entertainment