ଚେନ୍ନାଇ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ର ୧୭ତମ ସଂସ୍କରଣରେ ଆଜି ସନ୍ଧ୍ୟାରେ କ୍ୱାଲିଫାୟର-୨ ଖେଳାଯିବ। ରାଜସ୍ଥାନ ରୟାଲ୍ସ ଓ ସନରାଇଜର୍ସ ହାଇଦ୍ରାବାଦ୍ ମଧ୍ୟରେ ଏହି ମୁକାବିଲା ଚେନ୍ନାଇର ଏମ୍ଏ ଚିଦାମ୍ବରମ୍ ଷ୍ଟାଡିୟମ୍ରେ ହେବ। ଆଜିର ବିଜେତା ୨୬ ତାରିଖରେ କୋଲକାତା ନାଇଟ୍ ରାଇଡର୍ସକୁ ଫାଇନାଲରେ ଭେଟିବ।
ଚଳିତ ସଂସ୍କରଣରେ ରାଜସ୍ଥାନ ଭଲ ପ୍ରଦର୍ଶନ କରିଛି। ଲିଗ ପର୍ଯ୍ୟାୟରେ ଏହି ଟିମ୍ ୧୪ରୁ ୮ଟି ମୁକାବିଲାରେ ବିଜୟୀ ହୋଇଛି। ସନ୍ରାଇଜର୍ସ ହାଇଦ୍ରାବାଦ୍ ୧୪ଟି ମ୍ୟାଚ୍ରୁ ୮ଟିରେ ଜିତିଥିବା ବେଳେ ୫ଟି ମ୍ୟାଚ୍ ହାରିଛି। ଗୋଟିଏ ମ୍ୟାଚ୍ ବର୍ଷା ଯୋଗୁଁ ବାତିଲ କରିଦିଆଯାଇଥିଲା । ରାଜସ୍ଥାନର ଶେଷ ଲିଗ୍ ମ୍ୟାଚ୍ ବର୍ଷା ଯୋଗୁଁ ବାତିଲ ହୋଇଥିଲା।
ତେବେ ଆଜିର ମ୍ୟାଚରେ ଦର୍ଶକମାନେ ୫ ଜଣ ଖେଳାଳିଙ୍କ ଉପରେ ସ୍ୱତନ୍ତ୍ର ନଜର ରଖିବେ। ହାଇଦ୍ରାବାଦ୍ର ଖେଳାଳି ଟ୍ରେଭିସ ହେଡ ଏହି ସଂସ୍କରଣ ବିସ୍ଫୋରକ ବ୍ୟାଟର ହୋଇପାରିଛନ୍ତି। କାରଣ ସେ ୩୭ଟି ବଲ୍ ଖେଳି ଶତକ ହାସଲ କରିଛନ୍ତି। ସେହିପରି ସେ ୫ଟି ଅର୍ଦ୍ଧଶତକ ହାସଲ କରିଛନ୍ତି। ଅଭିଷେକ ଶର୍ମାଙ୍କ ସହିତ ଅନେକ ରେକର୍ଡ ଭାଗିଦାରୀ କରିପାରିଛନ୍ତି।
ରାଜସ୍ଥାନର ଯୁବ ବ୍ୟାଟର ଯଶସ୍ୱୀ ଜୟସ୍ୱାଲ ଗତ ମ୍ୟାଚରେ ବେଙ୍ଗାଲୁରୁ ବିପକ୍ଷରେ ଭଲ ପ୍ରଦର୍ଶନ କରିଥିଲେ। ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ସେ ଶତକ ହାସଲ କରିଥିଲେ। ଯୁବ୍ୟ ବ୍ୟାଟର ଅଭିଷେକ ଶର୍ମା ହାଇଦ୍ରାବାଦ୍ ପାଇଁ ଭଲ ବ୍ୟାଟିଂ କରିଛନ୍ତି । କୋଲକାତା ବିପକ୍ଷରେ କ୍ୱାଲିଫାୟର-୧ରେ ଭଲ ପ୍ରଦର୍ଶନ କରିଥିଲେ।
ସେହିପରି ଦକ୍ଷିଣ ଆଫ୍ରିକୀୟ କ୍ରିକେଟର ହେନରିକ କ୍ଲାସେନ୍ ହାଇଦ୍ରାବାଦ୍ର ମଧ୍ୟକ୍ରମ ବ୍ୟାଟର ପାଲଟିଛନ୍ତି। ସେ ହେଉଛନ୍ତି ଜଣେ ଭଲ ଫିନିଶର। ତେଣୁ ତାଙ୍କ ଠାରୁ ଦଳ ଓ ପ୍ରଶଂସକ ଭଲ ଆଶା ରଖିଛନ୍ତି। ରାଜସ୍ଥାନର ଅଧିକାୟକ ସଂଜୁ ସାମସନ୍ଙ୍କ ପ୍ରଦର୍ଶନ ଉଚ୍ଚକୋଟୀର। ଦଳକୁ ଯେତେବେଳେ ଯାହା ଦରକାର, ତାହା କରିଥାନ୍ତି।