ପୁରୁଷ ହକି ବିଶ୍ୱକପରେ ବେଲଜିୟମକୁ ହରାଇ ବିଶ୍ୱବିଜେତା ହେଲା ଜର୍ମାନୀ
Khabar Odisha:Hockey-World-Cup-2023-final-GER-beat-BEL-5-4-in-shootout-to-lift-third-World-Cup
ଖବର ଓଡିଶା : 30/01/2023:

ପୁରୁଷ ହକି ବିଶ୍ୱକପରେ ବେଲଜିୟମକୁ ହରାଇ ଜର୍ମାନୀ ହେଲା ବିଶ୍ୱ ବିଜୟୀ | କଳିଙ୍ଗ ଷ୍ଟାଡିୟମରେ ଦେଖିବାକୁ ମିଳିଲା ରୋମାଞ୍ଚକର ମ୍ୟାଚ ପୁରୁଷ ହକି ବିଶ୍ୱକପ ଚାମ୍ପିୟନ ହୋଇଛି ଜର୍ମାନୀ । ଏକ ରୋମାଞ୍ଚକର ମ୍ୟାଚରେ ବେଲଜିୟମକୁ ହରାଇଛି ଜର୍ମାନୀ । ପ୍ରଥମ କ୍ୱାର୍ଟରରୁ ହିଁ ଆକ୍ରମଣ ଖେଳ ଆରମ୍ଭ କରିଥିଲା ବେଲଜିୟମ । ୯ ମିନିଟରେ ବେଲଜିୟମ ପ୍ରଥମ ଓ ୧୦ ମିନିଟରେ ଦ୍ୱିତୀୟ  ଗୋଲ ସ୍କୋର କରି ମ୍ୟାଚରେ ୨-୦ରେ ଆଗୁଆ ହୋଇଥିଲା । ପ୍ରଥମ କ୍ୱାଟରରେ ଜର୍ମାନୀ ପେନାଲଟି କର୍ଣ୍ଣର ପାଇଥିଲେ ମଧ୍ୟ ସୁଯୋଗକୁ ଗୋଲରେ ପରିଣତ କରିପାରିନଥିଲା । ୨୯ ମିନିଟରେ ଜର୍ମାନୀ ଦଳରୁ ପ୍ରଥମ ଗୋଲ ଦେଇଥିଲେ ୱେଲ୍ଲେନ ନିକ୍ଲାସ । ତୃତୀୟ କାର୍ଟରରେ ଜର୍ମାନୀ ଆଉ ଏକ ଗୋଲ ଦେଇ ସ୍ଥିତିକୁ ବାରବାର କରିଥିଲେ । ୪୮ ମିନିଟରେ ଜର୍ମାନୀ ଅଧିନାୟକ ଆଉ ଏକ ଗୋଲ ଦେଇ ଦଳକୁ ୩-୨ରେ ଆଗୁଆ କରିନେଇଥିଲେ । ପରେ ବେଲଜିୟମ ଏକ ପେନାଲଟି କର୍ଣ୍ଣର ସହାୟତାରେ ସ୍ଥିତିକୁ ବରାବର କରିଥିଲା । ପରେ ସଡନ ଡେଥରେ ବେଲଜିୟମକୁ ହରାଇ ୫-୪ ଗୋଲରେ ବିଶ୍ୱ ଚାମ୍ପିୟନ ହୋଇଛି ଜର୍ମାନୀ ।

ଶେଷ କ୍ଵାଟରର ଲଗାତାର ଭାବରେ ବେଲଜିଅମକୁ ମିଳିଥିଲା ୩ ଟି ପେନାଲଟି ସୁଯୋଗ ମାଧରୁ ଗୋଟିଏରେ ଗୋଲ ଦେବାରେ ସଫଳ ହୋଇଥିଲେ ବେଲଜିଅମ ଖେଳାଳୀ ଵୋମ ଟୋମ।  ଏହି ଗୋଲ ସହ ୩-୩  ରେ ମ୍ୟାଚ ଡ୍ର ହୋଇଥିଲା। ପରେ ସଡ଼ନ ଡେଥରେ ବେଲଜିଅମକୁ ହରାଇ 5-4 ଗୋଲରେ ବିଶ୍ୱ ଚାମ୍ପିଆନ ହେଲା ଜର୍ମାନୀ। ଏହାକୁ ମିଶାଇ ୩ ଥର  ବିଶ୍ୱକପ ଚାମ୍ପିୟନ ହେଲା ଜର୍ମାନୀ।  ୨୦୦୨, ୨୦୦୬ ପରେ  ୨୦୨୩  ବିଶ୍ୱକପକୁ ନିଜ ନାରେ କଲା ବିଶ୍ୱବିଜେତା ଜର୍ମାନୀ ।  

Subscribe

National International State Sports Entertainment