ଭୁବନେଶ୍ଵର: ହକି ଇଣ୍ଡିଆ ଲିଗରେ ଚାମ୍ପିଅନ ବେଦାନ୍ତ କଳିଙ୍ଗ ଲାନସର୍ସ। ଭୁବନେଶ୍ଵରର କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ଫାଇନାଲ୍ ମ୍ୟାଚରେ ରାଞ୍ଚି ରୟାଲ୍ସକୁ ୩-୨ରେ ହରାଇ ଚାମ୍ପିଅନ ହୋଇଛି ବେଦାନ୍ତ କଳିଙ୍ଗ ଲାନସର୍ସ। ଦ୍ଵିତୀୟ ଥର ଚାମ୍ପିଅନ ହୋଇଛି କଳିଙ୍ଗ ଲାନସର୍ସ। ଏହା ପୂର୍ବରୁ ଦଳ ୨୦୧୭ରେ ଚାମ୍ପିଅନ ହୋଇଥିଲା।
ମ୍ୟାଚ ଆରମ୍ଭରୁ ପ୍ରଭାବଶାଳୀ ପ୍ରଦର୍ଶନ ଜାରି କରିଥିଲା ବେଦାନ୍ତ କଳିଙ୍ଗ ଲାନ୍ସର୍ସ। ମାତ୍ର ୪ ମିନିଟରେ ଏକ ପେନାଲଟି ଗୋଲ ଦେଇ ୧-୦ ରେ ଆଗୁଆ ରହିଥିଲା କଳିଙ୍ଗ ଲାନ୍ସର୍ସ। ପରେ ରାଞ୍ଚି ପକ୍ଷରୁ ୯ ମିନିଟ ସୁଦ୍ଧା ଏକ ଫିଲଡ଼ ଗୋଲ ଦେଇ ମ୍ୟାଚକୁ ୧-୧ ସ୍ଥିତିକୁ ଆଣିଥିଲେ ଅରାଇଜିତ ସିଂ ହୁଣ୍ଡାଲ। ଦ୍ଵିତୀୟ କ୍ଵାର୍ଟରରେ କଳିଙ୍ଗ ଲାନସର୍ସଙ୍କୁ ପଛକୁ ପଛ ୩ଟି ପେନାଲଟି ମିଳିଥିଲା। ଆଉ ଗୋଟିଏ ଗୋଲ କରିଥିଲା କଳିଙ୍ଗ ଲାନ୍ସର୍ସ। ଦିଲପ୍ରୀତ ସିଂଙ୍କ ଏହି ଗୋଲ ବଳରେ ଦଳକୁ ୨-୧ ରେ ଅଗ୍ରଣୀ କରାଇଥିଲା।
ପରେ ପୁଣି ଦୁଇଟି ବ୍ୟାକ ଟୁ ବ୍ୟାକ ପେନାଲଟିରୁ ଗୋଟିଏ ଗୋଲ କରି ଦଳକୁ ୩-୧ ରେ ଆଗୁଆ କରିଥିଲେ ଆଲେକଜାଣ୍ଡାର ହେଣ୍ଡ୍ରିକ୍ସ। ତୃତୀୟ କ୍ୱାର୍ଟରରେ ଉଭୟ ଦଳ ଗୋଟିଏ ଲେଖାଏଁ ପେନାଲଟି ସୁଯୋଗ ହାତଛଡା କରିଥିଲେ। ଶେଷ କ୍ୱାର୍ଟର ତଥା ୫୧ ମିନିଟରେ ରାଞ୍ଚି ରୟାଲସ ଲାଗ ଲାଗ ଦୁଇଟି ପେନାଲଟି ସୁଯୋଗ ହାତଛଡା କରିଥିଲା। ଶେଷ କ୍ୱାର୍ଟରରେ ରାଞ୍ଚିକୁ ୫ ଟି ପେନାଲଟି ସୁଯୋଗ ମିଳିଥିଲେ ବି ମାତ୍ର ଗୋଟିଏ ଗୋଲ କରିବାରେ ସକ୍ଷମ ହୋଇଥିଲା ଦଳ। ଶେଷରେ ୩-୨ ରେ ଟାଇଟଲ ଜିତିଲା ଘରୋଇ ଦଳ ବେଦାନ୍ତ କଳିଙ୍ଗ ଲାନ୍ସର୍ସ।
ହକି ଇଣ୍ଡିଆ ଲିଗ ଉଦଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଚାମ୍ପିଅନ ବେଦାନ୍ତ କଳିଙ୍ଗ ଲାନ୍ସର୍ସକୁ ସ୍ୱର୍ଣ୍ଣ ପଦକ ସହ ୩ କୋଟି ଟଙ୍କାର ପୁରସ୍କାର ରାଶି ପ୍ରଦାନ କରିଛନ୍ତି।
Also read: ସମାଲୋଚକଙ୍କୁ ଦୃଢ ଜବାବ ଦେଲେ ଯଶପ୍ରୀତ ବୁମରା, କହିଲେ- ମୋତେ ୬ ମାସର ସମୟ ଦେଇଥିଲେ...