ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପ୍ରଶଂସକଙ୍କ ପାଇଁ ଖୁସି ଖବର, ପୁଣି ଆଇପିଏଲ୍କୁ ଫେରିପାରନ୍ତି ଏବି ଡି ଭିଲିୟର୍ସ! ନୁଆଦିଲ୍ଲୀ, ଜାନୁଆରୀ ୦୪(ଖବର ଓଡିଶା): Share story: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପ୍ରଶଂସକଙ୍କ ପାଇଁ ଖୁସି ଖବର । ପୁଣି ଥରେ ଆଇପିଏଲ୍କୁ ଫେରିପାରନ୍ତି ବିସ୍ପୋରକ ବ୍ୟାଟ୍ସମ୍ୟାନ୍ ଏବି ଡି ଭିଲିୟର୍ସ । ସେ ଗତ ବର୍ଷ କ୍ରିକେଟରୁ ସମ୍ପୂର୍ଣ୍ଣ ଅବସର ନେଇଥିଲେ। ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ପାଇଁ ଆଇପିଏଲରେ ୧୦ ବର୍ଷ ଖେଳିଥିବା ଡି ଭିଲିୟର୍ସ ପ୍ରଶଂସକଙ୍କୁ ଏକ ବଡ଼ ଖବର ଦେଇଛନ୍ତି। ସେ ଏହି ଟୁର୍ନାମେଣ୍ଟରେ ପ୍ରତ୍ୟାବର୍ତ୍ତନ କରିବାକୁ ସଙ୍କେତ ଦେଇଛନ୍ତି । ତେବେ ଯଦି ସେ ଫେରି ଆସନ୍ତି, ସେ ଜଣେ ଖେଳାଳି ଭାବରେ ଦେଖାଯିବେ ନାହିଁ । ଦକ୍ଷିଣ ଆଫ୍ରିକାର ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ ରବିବାର ଟାଇମ୍ସକୁ ଦେଇଥିବା ଏକ ସାକ୍ଷାତକାରରେ କହିଛନ୍ତି ଯେ ସେ କ୍ରିକେଟ୍ ଦକ୍ଷିଣ ଆଫ୍ରିକା ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପାଇଁ କିଛି ଭୂମିକା ଗ୍ରହଣ କରିବାକୁ ଚାହୁଁଛନ୍ତି। ଡି ଭିଲିୟର୍ସ ଅନୁଭବ କରୁଛନ୍ତି ଯେ ଦକ୍ଷିଣ ଆଫ୍ରିକା କ୍ରିକେଟ୍ ଏବଂ ଆରସିବିରେ ତାଙ୍କର ଏକ ବଡ଼ ଭୂମିକା ରହିପାରିବ। ସେ କହିଛନ୍ତି ଯେ ଗତ କିଛି ବର୍ଷ ଧରି ଯୁବ ପ୍ରତିଭାକୁ ପ୍ରଭାବିତ କରିଥିଲେ ଏବଂ ଖେଳାଳିଙ୍କ ଜୀବନରେ ଏକ ବଡ ପରିବର୍ତ୍ତନ ଆଣିବାକୁ ଚାହୁଁଛନ୍ତି। ଆଇପିଏଲରେ ୧୮୪ ଟି ମ୍ୟାଚ୍ ଖେଳିଥିବା ଡି ଭିଲିୟର୍ସ କହିଛନ୍ତି, “ମୁଁ ବିଶ୍ୱାସ କରେ ଯେ ଆଇପିଏଲରେ କ୍ରିକେଟ୍ ଦକ୍ଷିଣ ଆଫ୍ରିକା ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ପାଇଁ ଖେଳିବାକୁ ମୋର ବହୁତ ବାକି ଅଛି । ମୁଁ ଗତ କିଛି ବର୍ଷ ଧରି କିଛି ଯୁବକଙ୍କୁ ସାହାଯ୍ୟ କରିଆସୁଥିଲି ଏବଂ ସେମାନଙ୍କୁ ନିରନ୍ତର ପରାମର୍ଶ ଦେଇ ଆସୁଥିଲି। ସେ ଆହୁରି କହିଛନ୍ତି ଯେ ଭବିଷ୍ୟତରେ କ’ଣ ହେବ ତାହା କେହି ଜାଣନ୍ତି ନାହିଁ । ଭବିଷ୍ୟତରେ ମୁଁ ଯେତେବେଳେ ପଛକୁ ଚାହିଁବି, ମୁଁ ଖୁସି ହେବି ଯେ ମୁଁ କିଛି ଖେଳାଳିଙ୍କ ଜୀବନରେ ଏକ ବଡ଼ ପରିବର୍ତ୍ତନ ଆଣିଛି । ତେବେ ସମଗ୍ର ବିଶ୍ୱ କରୋନା ସହିତ ଲଢେଇ କରୁଥିବା ବେଳେ କରୋନା ଅବସର ଗ୍ରହଣ କରିବାର ଅନ୍ୟତମ କାରଣ ବୋଲି ଡି ଭିଲିୟର୍ସ କହିଛନ୍ତି। ଖବର ଓଡ଼ିଶା, Reporter, 04/01/2022