ପିତାମାତାଙ୍କୁ ପ୍ରଥମ ଥର ବିମାନରେ ବସାଇ ନିଜ ପିଲା ଦିନର ସ୍ୱପ୍ନ ପୁରଣ କଲେ ସୁନାପୁଅ ନୀରଜ ଚୋପ୍ରା
Khabar Odisha:Golden-Boy-Neeraj-Chopra-fulfilled-his-childhood-dream-by-parents-first-plane-ride

ନୁଆଦିଲ୍ଲୀ, ସେପ୍ଟେମ୍ବର୧୧ (ଖବର ଓଡ଼ିଶା): ଭାରତୀୟ ଅଲିମ୍ପିକ୍ ଗେମ୍ସର ସ୍ୱର୍ଣ୍ଣ ପଦକ ବିଜେତା ନୀରଜ ତାଙ୍କର ଛୋଟ ଦିନର ସ୍ୱପ୍ନ ପୁରଣ କରିଛନ୍ତି । ନିଜ ପିତାମାତାଙ୍କ ସହ ଫଟୋ ସେୟାର କରି ଚୋପ୍ରା ଟ୍ୱିଟ୍ କରି କହିଛନ୍ତି “ଆଜି ମୋର ଏକ ଛୋଟ ସ୍ୱପ୍ନ ସାକାର ହେଲା, ପିତାମାତାଙ୍କୁ ପ୍ରଥମ ଥର ବିମାନରେ ବସଇବାକୁ ସକ୍ଷମ ହେଲି । ସମସ୍ତଙ୍କ ପ୍ରାର୍ଥନା ଏବଂ ଆଶୀର୍ବାଦ ପାଇଁ ମୁଁ ସର୍ବଦା କୃତଜ୍ଞ ରହିବି ବୋଲି ସେ ଏକ ଟ୍ୱିଟ୍ କରିଛନ୍ତି । 

 pic.twitter.com/Kmn5iRhvUf

 ଏହି ଖୁସିର ମୁହୁର୍ତ୍ତ ନୀରଜ ଚୋପ୍ରା ତାଙ୍କ ପିତା-ମାତା ସତୀଶ କୁମାର ଏବଂ ମାତା ସରୋଜ ଦେବୀଙ୍କ ସହ କିଛି ଫଟୋ ତାଙ୍କର ଟ୍ୱିଟର ପେଜରେ ସେୟାର କରିଥିିଲେ । ୨୦୨୦ ଟୋକିଓ ଅଲିମ୍ପିକ୍ ଗେମ୍ସରେ ଆଥଲେଟିକ୍ସ ଇଭେଣ୍ଟରେ ଐତିହାସିକ ସ୍ୱର୍ଣ୍ଣ ପଦକ ଜିତି ପୁରା ଦେଶର ସୁନାପୁଅ ପାଲଟି ଯାଇଥିଲେ । ଅବିନାଭ ବିନ୍ଦ୍ରଙ୍କ ପରେ ସେ କେବଳ ଦ୍ୱିତୀୟ ଭାରତୀୟ ଆଥଲେଟ୍ ହୋଇଥିଲେ ଏବଂ ବ୍ୟକ୍ତିଗତ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିଥିଲେ।

ଚୋପ୍ରାଙ୍କ ପୂର୍ବରୁ ତଙ୍କର ଶ୍ରେଷ୍ଠ ପ୍ରଦର୍ଶନ ବଳରେ ୨୦୧୮ ଏସିଆନ୍ ଗେମ୍ସ ଏବଂ ୨୦୧୮ କମନୱେଲଥ୍ ଗେମ୍ସରେ ୮୮.୦୬ ମିଟର ଜାଭଲିନ୍ ଫିଙ୍ଗି ସ୍ୱର୍ଣ୍ଣ ପଦକ ଜିତିଥିଲେ ।୨୦୧୮ ଏସିଆନ୍ ଗେମ୍ସରେ ଭାରତ ପାଇଁ ଉଦ୍ଘାଟନୀ ସମାରୋହରେ ସେ ପତାକା ଉତ୍ତୋଳନକାରୀ ଭାବରେ ମଧ୍ୟ ମନୋନୀତ ହୋଇଥିଲେ ।

  • Tags:

Subscribe

National International State Sports Entertainment