ଭୁବନେଶ୍ୱର,ଅକ୍ଟୋବର ୧୧(ଖବର ଓଡ଼ିଶା):
ସଜେଇ ହୋଇଛି କଳିଙ୍ଗ ଷ୍ଟାଡିୟମ । ହକି ପାଇଁ ସ୍ୱତନ୍ତ୍ର ପରିଚୟ ପାଇଥିବା କଳିଙ୍ଗ ଷ୍ଟାଡିୟମରେ ଏବେ ଫୁଟବଲ ଫିଭର ଦେଖିବାକୁ ମିଳିଛି। ଆଜିଠୁ ଆରମ୍ଭ ହୋଇଛି ୧୭ ବର୍ଷରୁ କମ୍ ମହିଳା ଫିଫା ବିଶ୍ୱକପ୍ ।
ପ୍ରଥମ ଥର ପାଇଁ ଭାରତରେ ଏହି ବିଶ୍ୱସ୍ତରୀୟ ଟୁର୍ଣ୍ଣାମେଣ୍ଟ ଆୟୋଜନ ହୋଇଛି। ତେବେ ଦେଶର ତିନୋଟି ଷ୍ଟାଡିୟମ ମଧ୍ୟରୁ କଳିଙ୍ଗ ଷ୍ଟାଡିୟମ ହେଉଛି ଅନ୍ୟତମ । ଯେଉଁ ମ୍ୟାଚକୁ ଦେଖିବାକୁ ଦୀର୍ଘ ୨ ବର୍ଷ ହେବ ଅପେକ୍ଷା କରିଥିଲେ ଫୁଟବଲ କ୍ରୀଡା ପ୍ରେମୀ ।
ସେହିପରି ଘରୋଇ ଦର୍ଶକଙ୍କ ପାଇଁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ କିନ୍ତୁ ସ୍ୱତନ୍ତ୍ର ଆକର୍ଷଣ ରହିଛି । କୋଭିଡ୍ ପାଇଁ ଏହି ବହୁପ୍ରତୀକ୍ଷିତ ବିଶ୍ୱକପ ମ୍ୟାଚର ତାରିଖ ଘୁଂଚି ଘୁଂଚି ଆସିଥିଲା । ଶେଷରେ ଏହି ଫିଫା ବିଶ୍ୱକପର ସପ୍ତମ ସଂସ୍କରଣ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହୋଇଛି ।