ଅଭ୍ୟାସ ବେଳେ ଅସୁସ୍ଥତା ଅନୁଭବ କରିବାରୁ, ଆଇସୋଲେସନରେ ରହିଲେ ଇଂଲଣ୍ଡ ଦ୍ରୁତ ବୋଲର ସାମ କରନ
Khabar Odisha:Feeling-ill-during-practice-england-speed-bowler-sam-curran-in-isolation
ଲଣ୍ଡନ, ଜୁଲାଇ ୦୩ (ଖବର ଓଡ଼ିଶା):

ଇଂଲଣ୍ଡର ଯୁବ ଫାଷ୍ଟ ବୋଲର ସାମ କରନଙ୍କ କୋଭିଡ଼ ଟେଷ୍ଟ କରାଯିବ । ତାଙ୍କ ପାଖରେ କୋଭିଡ଼ର ଲକ୍ଷଣ ଦେଖାଯାଇଥିବାରୁ ତାଙ୍କର ନମୂନା ପରୀକ୍ଷା କରାଯିବ ବୋଲି ଇଂଲଣ୍ଡ କ୍ରିକେଟ ବୋର୍ଡ଼ ପକ୍ଷରୁ କୁହାଯାଇଛି ।

ଏହି 22 ବର୍ଷୀୟ ଅଲରାଉଣ୍ଡର ଏବେ ଏକ ଅଭ୍ୟାସ ମ୍ୟାଚରେ ଟିମ ବଟଲର ପକ୍ଷରୁ ଖେଳୁଥିଲେ । ଏହି ଖେଳ ସମୟରେ ସେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ଆଇସୋଲେସନରେ ରଖାଯାଇଥିଲା । 

ଇଂଲଣ୍ଡ ଏବଂ ୱେଷ୍ଟ ଇଣ୍ଡିଜ ମଧ୍ୟରେ ଜୁଲାଇ 8 ତାରିଖରୁ ଟେଷ୍ଟ ମ୍ୟାଚ ସିରିଜ ଆରମ୍ଭ ହେବାକୁ ଯାଉଛି । ତା ପୂର୍ବରୁ ଇଂଲଣ୍ଡ ଦଳ ମଧ୍ୟରେ ଦୁଇଟି ଦଳ କରାଯାଇ ଅଭ୍ୟାସ ମ୍ୟାଚ ଖେଳାଯାଉଥିଲା । ଲେହି ସମୟରେ ସାମ କରନ ଅସୁସ୍ଥ ହୋଇପଡିଥିବା ଜଣାପଡିଛି ।

  • Tags:

Subscribe

National International State Sports Entertainment