ସମସ୍ତ ପ୍ରକାର କ୍ରକେଟ୍ରୁ ଅବସର ନେଲେ ଆଇପିଏଲର ସବୁଠାରୁ ଦାମୀ ଖେଳାଳି କ୍ରିସ୍ ମୋରିସ୍ ନୂଆଦିଲ୍ଲୀ, ଜାନୁଆରୀ ୧୧(ଖବର ଓଡିଶା): Share story: ଦକ୍ଷିଣ ଆଫ୍ରିକା ଅଲରାଉଣ୍ଡର କ୍ରିସ୍ ମୋରିସ୍ ଖେଳର ସମସ୍ତ ଫର୍ମରୁ ଅବସର ଘୋଷଣା କରିଛନ୍ତି। ମୋରିସ୍ ଏବେ ତାଙ୍କର ଘରୋଇ ଦଳ ଟାଇଟାନ୍ସ ସହିତ କୋଚିଂ ଭୂମିକା ଗ୍ରହଣ କରିଛନ୍ତି। ସାମାଜିକ ଗଣାମଧ୍ୟମରେ ସେ ଲେଖିଛନ୍ତି "ଆଜି ମୁଁ ସମସ୍ତ ପ୍ରକାର କ୍ରିକେଟ୍ ରୁ ମୋର ଅବସର ଘୋଷଣା କରିଛି! ମୋ ଯାତ୍ରାରେ ଏକ ବଡ଼ ଭୂମିକା ଗ୍ରହଣ କରିଥିବା ସମସ୍ତଙ୍କୁ ଧନ୍ୟବାଦ! ଏବଂ ଟାଇଟାନ୍ସରେ କୋଚିଂ ଭୂମିକା ଗ୍ରହଣ କରି ଆନନ୍ଦିତ ଅଟେ।" View this post on Instagram A post shared by Chris Morris (@tipo_morris) ମୋରିସ୍ ସମସ୍ତ ଫର୍ମାଟରେ ୬୯ ଟି ଆନ୍ତର୍ଜାତୀୟ ମୁକାବିଲାରେ ଦକ୍ଷିଣ ଆଫ୍ରିକାର ପ୍ରତିନିଧିତ୍ୱ କରିଥିଲେ ଏବଂ ସମଗ୍ର ବିଶ୍ୱରେ ଟି -୨୦ ଲିଗରେ ତାଙ୍କର ଦବଦବା ଜାହିର କରିଥିଲେ । ଆଇପିଏଲ୍ ୨୦୨୧ ରେ ରାଜସ୍ଥାନ ରୟାଲ୍ସ ପାଇଁ ଖେଳିଥିବା ମୋରିସ୍ ଦକ୍ଷିଣ ଆଫ୍ରିକା ପାଇଁ ଚାରିଟି ଟେଷ୍ଟ, ୪୨ ଟି ଦିନିକିଆ ଏବଂ ୨୩ ଟି-ଟ୍ୱେଣ୍ଟି ଖେଳିଛନ୍ତି । ସେ ଶେଷ ଥର ପାଇଁ ଜୁଲାଇ ୨୦୧୯ ରେ ଇଂଲଣ୍ଡରେ ଚାଲିଥିବା ଦିନିକିଆରେ ବିଶ୍ୱକପରେ ଦକ୍ଷିଣ ଆଫ୍ରିକାର ପ୍ରତିନିଧିତ୍ୱ କରିଥିଲେ । ଉଲ୍ଲେଖଯୋଗ୍ୟ, ଆଇପିଏଲ୍ ୨୦୨୧ ନିଲାମରେ ରାଜସ୍ଥାନ ରୟାଲ୍ସ ଦ୍ୱାରା ୧୬.୨୫ କୋଟିରେ କିଣିବା ପରେ ମୋରିସ୍ ଆଇପିଏଲ୍ ନିଲାମରେ ସବୁଠାରୁ ମହଙ୍ଗା ଖେଳାଳି ହୋଇଥିଲେ । ଖବର ଓଡ଼ିଶା, Reporter, 11/01/2022 ଘରୋଇ ମୈଦାନରେ ଜିତିବ ରାଜସ୍ଥାନ ! Sachin Kumar | 28/03/2024 ଚଳିତ ଆଇପିଏଲରେ ଖେଳାଯାଇଥିବା ମ୍ୟାଚ ଗୁଡିକରେ ଘରୋଇ ମୈଦାନରେ ଖେଳୁଥିବା ଦଳ ବିଜୟ ହାସଲ କରୁଛନ୍ତି । ସେହି ଦୃଷ୍ଟିରୁ ଦେଖିବାକୁ ଗଲେ ଆଜିର ମ୍ୟାଚ ଜୟପୁରର ସୱାଇ ମାନସିଂହ ଷ୍ଟାଡିୟମରେ ଖେଳାଯିବ । ରାଜରାସ୍ତାର ହୋମ ଗ୍ରାଉଣ୍ଡ ହୋଇଥିବାରୁ ରାଜସ୍ଥାନ ମ୍ୟାଚ ଜିତିବ ବୋଲି ଅନୁମାନ କରାଯାଉଛି । Read More > ୩୧ ରନରେ ଜିତିଲା ସନରାଇଜର୍ସ ହାଇଦ୍ରାବାଦ Sachin Kumar | 28/03/2024 ପାଞ୍ଚ ଥର ଆଇପିଏଲ ବିଜେତା ମୁମ୍ବାଇ ଇଂଡିଆନ୍ସ ବିପକ୍ଷରେ ସନରାଇଜର୍ସ ହାଇଦ୍ରାବାଦ ବନାଇଲା ସର୍ବାଧିକ ରନର ରେକର୍ଡ । ୨୦ ଓଭର ଶେଷ ସୁଦ୍ଧା ୩ ଟି ୱିକେଟ୍ ହରାଇ ୨୭୮ ରନର ବଡ ଟାର୍ଗେଟ ରଖିଥିଲା ହାଇଦ୍ରାବାଦ । ବଡ ଲକ୍ଷ୍ୟକୁ ପିଛା କରି ୩୧ ରନରେ ମ୍ୟାଚ ହାରିଛି ମୁମ୍ବାଇ ଇଂଡିଆନ୍ସ । Read More > ରାଜୀବ ଗାନ୍ଧୀ ଷ୍ଟାଡିୟମରେ ଭେଟ ହେବେ ହାର୍ଦ୍ଦିକ ପାଣ୍ଡ୍ୟା ଓ ପ୍ୟାଟ କମିନ୍ସ Sachin Kumar | 27/03/2024 ରାଜୀବ ଗାନ୍ଧୀ ଆନ୍ତର୍ଜାତିକ ଷ୍ଟାଡିୟମ ହାଇଦ୍ରାବାଦରେ ଚଳିତ ବର୍ଷ ଆଇପିଏଲର ଅଷ୍ଟମ ମ୍ୟାଚ ମୁମ୍ବାଇ ଇଂଡିଆନ୍ସ ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯିବ । ଦୁଇ ଦଳ ପୂର୍ବରୁ ଗୋଟିଏ ମ୍ୟାଚ ଖେଳିଥିଲେ ମଧ୍ୟ ପରାଜୟର ସାମ୍ନା କରିଛନ୍ତି । ପ୍ରଥମ ମ୍ୟାଚରେ ମୁମ୍ବାଇ ୬ ରନରେ ଗୁଜୁରାଟ ଠାରୁ ପରାସ୍ତ ହୋଇଥିଲା ଏବଂ ହାଇଦ୍ରାବାଦ କୋଲକାତା ଠାରୁ ୪ ରନରେ ପରାସ୍ତ ହୋଇଥିଲା । Read More > ଘରୋଇ ଗ୍ରାଉଣ୍ଡରେ ବିଜୟ ହାସଲ କଲା ଚେନ୍ନାଇ ସୁପର କିଙ୍ଗ୍ସ Sachin Kumar | 27/03/2024 ଚେନ୍ନାଇ ସୁପର କିଙ୍ଗ୍ସ ଘରୋଇ ଗ୍ରାଉଣ୍ଡରେ ବିଜୟ ହାସଲ କରିବା ସହ ଆଇପିଏଲ ୨୦୨୪ ପଏଣ୍ଟ ଟେବୁଲରେ ଶୀର୍ଷ ସ୍ଥାନ ଅଧିକାର କରିଛି । ମଙ୍ଗଳବାର ଆଇପିଏଲ ୨୦୨୪ ର ସପ୍ତମ ମ୍ୟାଚରେ ଋତୁରାଜ ଗାଇକୱାଡଙ୍କ ନେତୃତ୍ୱାଧୀନ ସିଏସକେ ଗୁଜୁରାଟ ଟାଇଟାନ୍ସକୁ ୬୩ ରନ ବ୍ୟବଧାନରେ ପରାସ୍ତ କରିଛି। Read More > ଆଜି ଚେନ୍ନାଇ ବନାମ ଗୁଜୁରାଟ Sachin Kumar | 26/03/2024 ଆଇପିଏଲ ୨୦୨୩ ର ବିଜେତା ଓ ଉପ-ବିଜେତା ଆଜି ସନ୍ଧ୍ୟାରେ ମୁହାଁମୁହିଁ ହେବେ । ଚେନ୍ନାଇର ଏମ.ଏ. ଚିଦାମ୍ବରମ ଷ୍ଟାଡିୟମରେ ଗୁଜୁରାଟ ଟାଇଟନ୍ସ ଓ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିବ ।ଚଳିତ ବର୍ଷ ଦୁଇ ଦଳ ନିଜର ଦ୍ଵିତୀୟ ମ୍ୟାଚ ଖେଳିବାକୁ ଯାଉଛନ୍ତି । ଚେନ୍ନାଇ ପ୍ରଥମ ମ୍ୟାଚ ବାଙ୍ଗାଲୋର ଵିପକ୍ଷେରେ ଜିତିଥିବାବେଳେ, ଗୁଜୁରାଟ ପ୍ରଥମ ମ୍ୟାଚ ମୁମ୍ବାଇ ବିପକ୍ଷରେ ଜିତିଛି । Read More > ନଭେମ୍ବରରୁ ଆରମ୍ଭ ହେବ ବର୍ଡ଼ର-ଗାଭାସ୍କର ଟ୍ରଫି Sachin Kumar | 26/03/2024 ନଭେମ୍ବର ୨୦୨୪ ରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳାଯିବ, ଯାହାର ସମ୍ପୂର୍ଣ୍ଣ ଖେଳସୂଚୀ କ୍ରିକେଟ୍ ଅଷ୍ଟ୍ରେଲିଆ ଦ୍ୱାରା ପ୍ରକାଶ ପାଇଛି । ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ ୨୨ ନଭେମ୍ବରରେ ପର୍ଥରେ ଖେଳାଯିବ । ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ ଦଳ ଟ୍ରଫି ଜିତିବାକୁ ଚେଷ୍ଟା କରିବ। ଆସନ୍ତୁ ଜାଣିବା ବର୍ଡ଼ର ଗାଭାସ୍କର ଟ୍ରଫିର ସମ୍ପୂର୍ଣ୍ଣ ଖେଳସୂଚୀ । Read More > ଆଇପିଏଲ ୨୦୨୪ର ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟସୂଚୀ ଘୋଷିତ Chandrabhanu Biswal | 25/03/2024 ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୪ର ଦ୍ୱିତୀୟ ପର୍ଯ୍ୟାୟର କାର୍ଯ୍ୟସୂଚୀ ଘୋଷିତ ହୋଇଛି । ଲୋକସଭା ନିର୍ବାଚନ ଯୋଗୁ ବୋର୍ଡ ଅଫ୍ କଣ୍ଟ୍ରୋଲ୍ ଫର କ୍ରିକେଟ୍ ଇନ୍ ଇଣ୍ଡିଆ (ବିସିସିଆଇ) ଆଇପିଏଲର ୧୭ ତମ ସିଜିନର ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ପ୍ରକାଶ କରି ନଥିଲା । Read More > ଚିନ୍ନସ୍ୱାମୀରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବନାମ ପଞ୍ଜାବ କିଙ୍ଗ୍ସ Sachin Kumar | 25/03/2024 ୨୦୨୪ ଆଇପିଏଲର ଷଷ୍ଠ ମ୍ୟାଚ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ଏମ ଚିନ୍ନସ୍ୱାମୀ ଷ୍ଟାଡିୟମ, ବାଙ୍ଗାଲୋରରେ ଖେଳାଯିବ । ଦୁଇ ଦଳ ପୂର୍ବରୁ ଗୋଟିଏ ଲେଖାଏଁ ମ୍ୟାଚ ଖେଳିଥିବାବେଳେ ପଞ୍ଜାବ ଗୋଟିଏ ମ୍ୟାଚ ଜିତି ପଏଣ୍ଟସ ଟେବୁଲର ୩ୟ ସ୍ଥାନରେ ରହିଛି ଏବଂ ବାଙ୍ଗାଲୋର ଗୋଟିଏ ପରାଜୟ ସହ ପଏଣ୍ଟସ ଟେବୁଲର ୯ମ ସ୍ଥାନରେ ରହିଛି । Read More > ଗୁଜୁରାଟରେ ହାରିଲା ହାର୍ଦ୍ଦିକଙ୍କ ମୁମ୍ବାଇ ଇଂଡିଆନ୍ସ Sachin Kumar | 25/03/2024 ରବିବାର ସଂଧ୍ୟାରେ ମୁମ୍ବାଇ ଓ ଗୁଜୁରାଟ ମଧ୍ୟରେ ଖେଳାଯାଇଥିବା ସଂଘର୍ଷପୂର୍ଣ୍ଣ ମ୍ୟାଚର ଅନ୍ତ ଘଟିଛି । ଶେଷ ଓଭରରେ ମ୍ୟାଚ ଜିତିଛି ଗୁଜୁରାଟ ଟାଇଟନ୍ସ । ଅହମ୍ମଦାବାଦ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ୧୬୯ ରନର ଟାର୍ଗେଟକୁ ଚେଜ କରିବାରେ ବିଫଳ ହୋଇଛି ମୁମ୍ବାଇ । Read More > ଲକ୍ଷ୍ନୌ ସୁପର ଜାଏଣ୍ଟସ୍ କୁ ୨୦ ରନରେ ପରାସ୍ତ କଲା ରାଜସ୍ଥାନ ରୟାଲ୍ସ Sachin Kumar | 25/03/2024 ଲକ୍ଷ୍ନୌ ସୁପର ଜାଏଣ୍ଟସ୍ କୁ ୨୦ ରନରେ ପରାସ୍ତ କଲା ରାଜସ୍ଥାନ ରୟାଲ୍ସ । ସୱାଇ ମାନସିଂ ଷ୍ଟାଡିୟମ, ଜୟପୁରରେ ଖେଳାଯାଇଥିବା ମ୍ୟାଚରେ ରାଜସ୍ଥାନର ଅଧିନାୟକ ସଂଜୁ ଶାମସନ ୫୨ ବଲରେ ୮୨ ରନ ସଂଗ୍ରହ କରିବା ସହ ମ୍ୟାଚର ଶ୍ରେଷ୍ଠ ଖେଳାଳି ରୂପେ ବିବେଚିତ ହୋଇଥିଲେ । Read More > ନରେନ୍ଦ୍ର ମୋଦି ଷ୍ଟାଡିୟମରେ କିଏ ମାରିବ ବାଜି Sachin Kumar | 24/03/2024 ଆଜି ସନ୍ଧ୍ୟାରେ ଚଳିତ ଵର୍ଷ ଆଇପିଏଲର ଚତୁର୍ଥ ମ୍ୟାଚ ଗୁଜୁରାଟ ଟାଇଟନ୍ସ ଏବଂ ମୁମ୍ବାଇ ଇଂଡିଆନ୍ସ ମଧ୍ୟରେ ଖେଳାଯିବ । ଗତ ଥର ଗୁଜୁରାଟର ଅଧିନାୟକ ଥିବା ହାର୍ଦ୍ଦିକ ପାଣ୍ଡ୍ୟା ଚଳିତ ଵର୍ଷ ମୁମ୍ବାଇର ଅଧିନାୟକ ଥିବାବେଳେ ୨୦୨୪ ଆଇପିଏଲର ପ୍ରଥମ ମ୍ୟାଚ ଗୁଜୁରାଟ ବିପକ୍ଷରେ ଖେଳିବେ । Read More > ଆଜି ରାଜସ୍ଥାନ ରୟାଲ୍ସ ବନାମ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ Sachin Kumar | 24/03/2024 ଆଇପିଏଲର ୧୭ ତମ ସିଜିନ ରୋମାଞ୍ଚକର ମ୍ୟାଚ ସହ ଆରମ୍ଭ ହୋଇଛି । ଆଇପିଏଲ ୨୦୨୪ ରେ ବର୍ତ୍ତମାନ ସୁଦ୍ଧା ତିନୋଟି ମ୍ୟାଚ ଖେଳାଯାଇଥିବାବେଳେ ଏହି ମେଗା ଟୁର୍ନାମେଣ୍ଟର ଚତୁର୍ଥ ମ୍ୟାଚ ରାଜସ୍ଥାନ ରୟାଲ୍ସ ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ମଧ୍ୟରେ ଖେଳାଯିବ । Read More > Tweets by Khabar Odisha Recent ରାଜଧାନୀର ଏକ ମୁଡକି ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ କେଜ୍ରିୱାଲଙ୍କ ରିମାଣ୍ଡ ଅବଧି ୪ ଦିନ ବଢ଼ିଲା ଖୁବଶୀଘ୍ର ରାସ୍ତାରୁ ହଟିବ ଟୋଲ ପ୍ଲାଜା ନିର୍ବାଚନ ଲଢିବେ ନାହିଁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଭିଡିଓ