କରୋନା ଭୟରେ ସ୍ଥଗିତ ହେଲା ଅଜଲାନ ଶାହା କପ୍ ହକି
Khabar Odisha:Azlan-Shah-Cup-hockey-tournament-postponed-due-to-COVID-19
ନୂଆଦିଲ୍ଲୀ, ମାର୍ଚ୍ଚ ୦୨ (ଖବର ଓଡ଼ିଶା):

ସାରା ଦୁନିଆକୁ ଏବେ ଗ୍ରାସିଛି ମହାମାରୀ କରୋନା ଭାଇରସ । ଯେଉଁଭଳି ଜଙ୍ଗଲରେ ନିଆଁ ଲାଗିଲେ ନିଆଁ ନିମିଷକ ମଧ୍ୟରେ ଗୋଟିଏ ଜଙ୍ଗଲରୁ ଅନ୍ୟ ଜଙ୍ଗଲକୁ ବ୍ୟାପିଥାଏ ମହାମାରୀ କରୋନା ମଧ୍ୟ ସେହିଭଳି ଗୋଟିଏ ପରେ ଗୋଟିଏ ଦେଶକୁ ମାଡି ଚାଲିଛି । ଏହି ଭାଇରସ୍ ଏବେ କ୍ରୀଡ଼ା ଜଗତ ଉପରେ ମଧ୍ୟ ଆଖି ପକାଇଲାଣି । କରୋନା ସଂକ୍ରମଣର ବିପଦକୁ ଦୃଷ୍ଟିରେ ରଖି ସୋମବାର ପ୍ରତିଷ୍ଠିତ ଅଜଲାନ ଶାହ କପ୍ ହକି ଟୁର୍ଣ୍ଣାମେଣ୍ଟର ୨୯ତମ ସଂସ୍କରଣକୁ ସ୍ଥଗିତ କରାଯାଇଛି।

 

ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ସୂଚୀ ଅନୁଯାୟୀ, ଏହି ଟୁର୍ଣ୍ଣାମେଣ୍ଟ ଏପ୍ରିଲ ୧୧ରୁ ୧୮ ତାରିଖ ପର୍ଯ୍ୟନ୍ତ ମାଲେସିୟାର ଇପୋଠାରେ ଆୟୋଜିତ ହେବାର ଥିଲା। କିନ୍ତୁ ଏବେ ଏହାକୁ ଚାରିମାସ ଘୁଞ୍ଚାଇ ଦିଆଯାଇଛି ଏହା ସେପ୍ଟେମ୍ବର ୨୪ରୁ ଅକ୍ଟୋବର ୩ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ବୋଲି ଆୟୋଜକଙ୍କ ପକ୍ଷରୁ ନୂଆ କ୍ରୀଡା ସୂଚି ପ୍ରକାଶ କରି କୁହାଯାଇଛି।

 

ମାରାତ୍ମକ କରୋନା ଭାଇରସ୍ କାରଣରୁ ପୂର୍ବରୁ ଅନେକ କ୍ରୀଡ଼ା ପ୍ରତିଯୋଗିତା ବାତିଲ୍‌, ସ୍ଥଗିତ ଏବଂ ସ୍ଥାନାନ୍ତର କରାଯାଇଛି। କରୋନା କାରଣରୁ କତାରର ରାଜଧାନୀ ଦୋହାରେ ମାର୍ଚ୍ଚ ୮ ତାରିଖରୁ ହେବାକୁଥିବା ମୋଟୋ ଜିପି ସିଜନର ପ୍ରଥମ ରେସକୁ ବାତିଲ କରିଦିଆଯାଇଛି। ସେହିପରି ଏପ୍ରିଲ୍ ୧୯ ତାରିଖରେ ସାଙ୍ଘାଇରେ ହେବାକୁଥିବା ଫର୍ମୂଲା ୱାନ୍ ଚାଇନିଜ୍ ଗ୍ରାଁ ପ୍ରି ଏବଂ ଦକ୍ଷିଣ କୋରିଆରେ ହେବାକୁଥିବା ଏସିଆନ୍ ବକ୍ସିଂ କ୍ୱାଲିଫାୟର୍ସ, ୱାର୍ଲ୍ଡ ଟେବୁଲ୍ ଟେନିସ୍ ଚାମ୍ପିୟନଶିପକୁ ମଧ୍ୟ ବାତିଲ କରାଯାଇଛି।

  • Tags:

Subscribe

National International State Sports Entertainment