ଚଳିତ ବିଶ୍ୱକପ୍ରେ ଭାରତ କୁ ହରାଇ ବିଜୟର ମୁକୁଟ ପିନ୍ଧିଲା ଅଷ୍ଟ୍ରେଲିଆ । ଏଥିସହ ୧୫୦ କୋଟି ଭାରତୀୟଙ୍କ ସ୍ବପ୍ନ ମଧ୍ୟ ଭାଙ୍ଗି ଚୂରମାର ହୋଇଗଲା। ଭାରତୀୟ ଦଳର ମନ୍ଥର ପ୍ରଦର୍ଶନ ଯୋଗୁଁ ଆଜି ପରାଜୟର ହକଦାର ହୋଇଛି ଭାରତ । କାଲି ମ୍ୟାଚରେ ମାତ୍ର ୨୪୦ ରନ୍ କଲା ଭାରତୀୟ ଦଳ । କାଲିର ମ୍ୟାଚ୍ରେ ଅଷ୍ଟ୍ରେଲିଆ ବିପକ୍ଷରେ ଟିମ୍ ଇଣ୍ଡିଆ ଭଲ ପ୍ରଦର୍ଶନ କରିପାରି ନାହିଁ ବୋଲି କ୍ୟାପ୍ଟେନ୍ ରୋହିତ ଶର୍ମା ସ୍ୱୀକାର କରିଛନ୍ତି। ଭାରତର ତୃତୀୟ ବିଶ୍ୱକପ୍ ଜିତିବା ସ୍ୱପ୍ନ ଅଧୁରା ରହିଗଲା । ଶୁଭେଚ୍ଛା, ଶୁଭକାମନା, ପୂଜାପାଠ ଓ ପ୍ରାର୍ଥନା କିଛି କାମ ଦେଲାନି। ଯେଉଁ ପଡ଼ିଆରେ ରନ୍ ବର୍ଷୁଥିଲା ଓ ୱିକେଟ୍ ଝଡ଼ ଲାଗି ରହୁଥିଲା, ସେଠାରେ ପରାଜୟ ହେଲା ଭାରତୀୟ କ୍ରିକେଟ୍ ଦଳ।
ଅଷ୍ଟ୍ରେଲିଆକୁ ୨୪୧ ରନ୍ର ଟାର୍ଗେଟ୍ ଦେଇଥିଲା ଭାରତୀୟ କ୍ରିକେଟ୍ ଦଳ। ହେଲେ କଙ୍ଗାରୁ ଦଳ ମାତ୍ର ୪୩ ଓଭରରେ ୨୪୦ରନ୍ କରିବାରେ ସମର୍ଥ ହୋଇଥିଲା । ଏଥିସହ 2003 ପରାଜୟର ପ୍ରତିଶୋଧ ନେବାରେ ବିଫଳ ହୋଇଛି ରୋହିତ ବାହିନୀ । ୬ ୱିକେଟ୍ରେ ଟିମ୍ ଇଣ୍ଡିଆକୁ ହରାଇ ଦେଇଛି ଅଷ୍ଟ୍ରେଲିଆ । ନିରାଶ ହୋଇଯାଇଛନ୍ତି ଭାରତର କୋଟି କୋଟି ପ୍ରଶଂସକ ।