ଇତିହାସର ଆଇନାରେ ଇଂରାଜୀ ନୂଆବର୍ଷ
Khabar Odisha:special-odisha-know-about-english-New-Year-history

ଡକ୍ଟର ଗୌରୀଶଙ୍କର ସାହୁ

ଭୁବନେଶ୍ଵର, ଜାନୁଆରୀ ୦୧ (ଖବର ଓଡିଶା) : ଜାନୁଆରୀ ପହିଲା । ନୂଆବର୍ଷକୁ ସ୍ୱାଗତ କରିବା ପାଇଁ ଦିଲ୍ଲୀରୁ ପଲ୍ଲୀଯାଏଁ ଭୋଜିଭାତର ଆସର । ନାଚଗୀତର ରୋଷଣୀ । ପାଣିପରି ବହିଯାଏ ଟଙ୍କାପଇସା । ଏତିକିବେଳେ ଏ ନୂଆବର୍ଷର ଇତିହାସ ଆଖିଆଗରେ ଭାସିଉଠେ । ଖ୍ରୀ.ପୂ. ୭୫୩ରେ ରୋମ୍‌ର ତତ୍କାଳୀନ ଶାସକ ରୋମୁଲସଙ୍କ ପୃଷ୍ଠପୋଷକତାରେ ଏହି ବର୍ଷଗଣନାରେ ଶୁଭାରମ୍ଭ ହୋଇଥିଲା ବୋଲି ଐତିହାସିକମାନେ କହନ୍ତି । ତେଣୁ ଏହିକାଳଗଣନାର ପ୍ରାଚୀନ ସ୍ୱରୂପ ରୋମାନ୍ କ୍ୟାଲେଣ୍ଡର । ଏଥିରେ ବର୍ଷର ୩୦୪ ଦିନକୁ ଦଶଟି ମାସରେ ବିଭକ୍ତ କରାଯାଇଥିଲା: ମାର୍ସିଅସ୍ (୩୧ ଦିନ), ଏପ୍ରିଲିସ୍ (୩୦ ଦିନ), ମାଇଅସ୍ (୩୧ ଦିନ), ଜୁନିଅସ୍ (୩୦ ଦିନ), କ୍ୟୁ ିଲିସ୍ (୩୧ ଦିନ), ସେକ୍ସଟିଲିସ୍ (୩୦ ଦିନ), ସେପ୍ଟେମ୍ବର (୩୦ଦିନ), ଅକ୍ଟୋବର (୩୧ ଦିନ), ନଭେମ୍ବର (୩୦ ଦିନ) ଓ ଡିସେମ୍ବର (୩୦ ଦିନ) । ବର୍ଷର ଆରମ୍ଭ ଦିନ ୧ ମାର୍ସିଅସ୍ ଓ ଡିସେମ୍ବର ୩୦ ପରର ୬୧ଦିନ ଶୀତଦିନ ହୋଇଥିବାରୁ କାମଦାମ ହେବାର  ସମ୍ଭାବନା ନ ଦେଖି ଏହାକୁ କୌଣସି ମାସର ଅନ୍ତର୍ଭୁକ୍ତ କରାଯାଇନଥିଲା । ଏହି ୬୧ ଦିନ ପୁରିବା ପରେ ପୁଣି ଆରମ୍ଭ ହେଲା ନୂଆବର୍ଷ ୧ ମାର୍ସିଆସ୍‌ରେ । ବର୍ଷର ପ୍ରଥମ ଚାରିମାସ ମାର୍ସିଅସ୍‌, ଏପ୍ରିଲିସ୍‌, ମାଇଅସ୍‌, ଜୁନିଅସ୍ ଯଥାକ୍ରମେ ଯୁଦ୍ଧର ଦେବତା ମାର୍ସ, କାମନାର ଦେବୀ ଅଫ୍ରୋଡାଇଟ୍‌, ବୃଦ୍ଧିର ପ୍ରତୀକ ମାୟା, ପ୍ରେମର ପ୍ରତୀକ ଜୁନୋଙ୍କ ସମ୍ମାନାର୍ଥେ ନାମକରଣ କରାଯାଇଥିଲା ବୋଲି ଐତିହାସିକମାନେ କହନ୍ତି । ଲାଟିନ୍ ଭାଷାରେ  କ୍ୟୁନକୁ, ସେକ୍ସ, ସେପ୍ଟେମ୍‌, ଅକ୍ଟୋ, ନଭେମ୍ ଓ ଡିସେମ୍ ଅର୍ଥ ଯଥାକ୍ରମେ ପା , ଛଅ, ସାତ, ଆଠ, ନଅ, ଦଶ । ତେଣୁ ବର୍ଷର ପ ମରୁ ଦଶମ ମାସକୁ ଏପରି ନାମରେ ନାମିତ କରାଯାଇଥିଲା । କିନ୍ତୁ ୩୧ ଦିନିଆ ଓ ୩୦ ଦିନିଆ ମାସ କେଉଁ ଆଧାରରେ କରାଯାଇଥିଲା । ତା’ହା ଆଜିବି ଅନ୍ଧାରରେ । ସେ ଯାହାହେଉ ଯୁଦ୍ଧ, କାମନା, ଭୋଗବିଳାସ, ମନସ୍କ ତତ୍କାଳୀନ ରୋମ୍ ସମାଜର ପ୍ରତିବିମ୍ବ ରୋମାନ୍ କ୍ୟାଲେଣ୍ଡରରେ ପ୍ରତିଫଳିତ ।

ଚାଳିଶ ବର୍ଷପରେ ପ୍ରାୟ ଖ୍ରୀ.ପୂ. ୭୧୩ରେ ରୋମ୍‌ର ତତ୍କାଳୀନ ଶାସକ ନୁମା ପୋମ୍ପିଲସ୍ ୩୦ ଦିନିଆ ମାସଗୁଡିକୁ ୨୯ ଦିନିଆ କରିଦେଲେ ଓ ବର୍ଷର ପ୍ରଥମ ଦଶମାସ ୨୯୮ ଦିନ ବିଶିଷ୍ଟ ହେଲା ଓ ବଳକା ରହିଲା ୬୭ ଦିନ । ସେ ୧୧ ଓ ୧୨ ଶ ମାସର ଜାନୁଆରୀଅସ୍ (୨୯) ଦିନ ଓ ଫେବୃଆରୀଅସ୍ (୨୮ ଦିନ) । ବର୍ଷର ଅବଶିଷ୍ଟ ୧୦ ଦିନ ଅବ୍ୟବହାର‌୍ୟ୍ୟ ହୋଇପଡିଲା । ନୁମା ପୋମ୍ପିଲ୍‌ସ ଅଯୁଗ୍ମ ସଂଖ୍ୟାକୁ ଶୁଭବୋଲି ବିବେଚନା କରୁଥିବାରୁ ଫେବୃଆରୀଅସ୍‌କୁ ଛାଡି ବର୍ଷର ଅନ୍ୟ ସମସ୍ତ ମାସକୁ ଅଯୁଗ୍ମସଂଖ୍ୟା ବିଶିଷ୍ଟ ଦିନରେ ପରିଣତ କଲେ ବୋଲି ବ୍ୟାଖ୍ୟାକାର ମାନେ କହନ୍ତି ।

ଖ୍ରୀ.ପୂ.୪୬ରେ ତତ୍କାଳୀନ ଶାସକ ଜୁଲିଅସ୍ ସିଜରଙ୍କ ସମୟରେ ରୋମାନ୍ କ୍ୟାଲେଣ୍ଡରରେ ବ୍ୟାପକ ପରିବର୍ତନ ହେଲା କାରଣ ଗ୍ରହୀୟ ଗତି ଓ କ୍ୟାଲେଣ୍ଡର ମଧ୍ୟରେ ଅବିଶ୍ୱନୀୟ ଅସଙ୍ଗତି ଦୃଷ୍ଟିଗୋଚର ହେଲା । ଏହି ବର୍ଷ ୪୪୬ ଦିନ ବିଶିଷ୍ଟ ହେଲା ଯାହାକୁ ସଂଭ୍ରମର ବର୍ଷ (ଆନସ୍ କନଫୁସିନସ୍‌) କୁହାଯାଏ । ଏହିଠାରୁ କ୍ୟାଲେଣ୍ଡରଟିର ନାମ ହେଲା ଜୁଲିଆନ୍ କ୍ୟାଲେଣ୍ଡର । ଜାନୁଆରୀଅସ୍ ୧ ହେଲା ବର୍ଷର ପ୍ରଥମ ଦିନ । କୌଣସିଦିନ ଅବ୍ୟବହାର‌୍ୟ୍ୟ ରହିଲା ନାହିଁ । ଫେବୃଆରୀଅସ୍‌୨୮ ଦିନିଆ, ଏପ୍ରିଲିସ୍‌, ଜୁନିଅସ୍‌, ସେପ୍ଟେମ୍ବର, ନଭେମ୍ବର ମାସ ୩୦ ଦିନିଆ ଓ ବର୍ଷର ଅନ୍ୟାନ୍ୟ ମାସ ୩୧ ଦିନିଆ ହେଲା । ପ୍ରତି ଚାରିବର୍ଷରେ ଥରେ ଅଧିବର୍ଷରେ ଫେବୃଆରୀ ୨୯ ଦିନିଆ ହେଲା । କ୍ୟୁ ିଲିସ୍ ମାସଟି ସିଜରଙ୍କ ନାମରେ ନାମିତ ହୋଇ ‘ଜୁଲିଅସ୍‌’ ମାସ ଭାବେ ପରିଣତ ହେଲା । ସେକ୍ସଟିଲିସ୍‌ଠାରୁ ଡିସେମ୍ବର ପର‌୍ୟ୍ୟନ୍ତ ମାସ ନିଜ ନାମର ଯଥାର୍ଥତା ହରାଇଲେ । ଜୁଲିଅସ ସିଜରଙ୍କ ଆଦେଶରେ ନା ପାରିଷଦ ମାର୍କ ଆେ ।ନିଙ୍କ ପ୍ରଚେଷ୍ଟାରେ ଜୁଲିଅସ୍ ମାସ ଲୋକାର୍ପିତ ହେଲା ତାହା ଆଜିବି ବିତର୍କର ବଳୟରେ ।

ଖ୍ରୀ.ର୍ପୂ. ୮ରେ ତତ୍କାଳନୀ ଶାସକ ଅଗଷ୍ଟ ସିଜର ସେକ୍ସଟିଲିସ୍ ମାସରେ ନାମ ପରିବ ର୍ନ କରି ରଖିଲେ ‘ଅଗଷ୍ଟସ୍‌’ ମଣିଷର ଦେବତା ହେବାର ମିଛି ଅହମିକା ଖାଲି! ଅଧିବର୍ଷ ହିସାବ ଯୋଗୁଁ ପୃଥିବୀର ବାସ୍ତବିକ ପରିକ୍ରମଣ କାଳ ଓ ବର୍ଷଗଣନା ମଧ୍ୟରେ ତଫାତ୍ ଦେଖାଗଲା । ପ୍ରତି ୧୩୪ ବର୍ଷରେ ଜୁଲିଆନ୍ କ୍ୟାଲେଣ୍ଡର ପ୍ରକୃତ ଦିନଠାରୁ ଗୋଟିଏ ଦିନ ଆଗକୁ ଆଗେଇଗଲା । ୧୫୮୨ ବେଳକୁ ପୋପ୍ ତ୍ରୟୋଦଶ ଗ୍ରେଗୋରୀଙ୍କ ପରାମର୍ଶ ଦାତା ହିପାରକସ୍ ଓ ଶୋଷିଜେନସ୍ ହିସାବକରି ଦେଖାଇଲେ ଯେ ଜୁଲିଆନ କ୍ୟାଲେଣ୍ଡର ପ୍ରକୃତି ଦିନଠାରୁ ୧୦ଦିନ ଆଗରେ ଅଛି । ପାପାଲ୍‌ବୁଲ୍‌, ଜାରିହେଲା- ଅକ୍ଟୋବର ୪ (ଗୁରୁବାର) ପରଦିନ ଅକ୍ଟୋବର ୧୫ (ଶୁକ୍ରବାର) ବୋଲି ଗଣାଯିବ । ସ୍ପେନ୍‌, ପ ର୍ୁଗାଲ୍‌, ଇଟାଲୀ, ଲିଥୁନିଆନ୍ ସାଧାରଣ ତନ୍ତ୍ରପ୍ରଭୃତି କ୍ୟାଥୋଲିକ୍ ଖ୍ରୀଷ୍ଟିଆନ୍‌ଙ୍କ ଦେଶ ହୁକୁମ୍‌ନାମା ମାନିନେଲେ । ପ୍ରୋଟେଷ୍ଟାଣ୍ଡ୍ ଦେଶମାନେ ପରବ ର୍ୀ ସମୟରେ ଏହି ପରିବ ର୍ନକୁ ଗ୍ରହଣ କଲେ । ୧୭୫୨, ୨ ସେପ୍ଟେମ୍ବର (ବୁଧବାର)ର ପରଦିନ ୧୪ ସେପ୍ଟେମ୍ବର (ଗୁରୁବାର), ୨ ସେପ୍ଟେମ୍ବର (ବୁଧବାର)ର ପରଦିନ ୧୪ ସେପ୍ଟେମ୍ବର (ଗୁରୁବାର) ଭାବେ ଗ୍ରହଣ କରିବା ପାଇଁ ଯେତେବେଳେ ଇଂଲଣ୍ଡର ତତ୍କାଳୀନ ରାଣୀ ଆଦେଶ ଦେଲେ, ଲୋକେ କୁଆଡେ ରାଜରାସ୍ତାକୁ ଓହ୍ଲାଇ ଆସି ପାଟିକଲେ, ‘ଆମର ୧୧ଟି କର୍ମଦିବସ ଦୟାକରି ଫେରାଇଦିଅନ୍ତିୁ ।’ ପ୍ରଖ୍ୟାତ ଚିତ୍ରଶିଳ୍ପୀ ୱଲିଆମ୍ ହଗାର୍ଥଙ୍କ ତୈଳଚିତ୍ରରୁ ଏ ସୂଚନା ମିଳେ । ସେ ଯାହାହେଉ ଜୁଲିଅସ୍ କ୍ୟାଲେଣ୍ଡରର ନୂଆନାମ ହେଲା ‘ଗ୍ରେଗୋରୀଆନ୍ କ୍ୟାଲେଣ୍ଡର’ ମାସ ଗୁଡିକର ନାମ ଇଂରାଜୀ ଭାଷାର ପ୍ରଭାବରେ ପ୍ରଭାବିତ ହୋଇ ପରିବ ର୍ୀତ ହେଲା ଜାନୁଆରୀ, ଫେବୃଆରୀ, ମାର୍ଚ୍ଚ, ଏପ୍ରିଲ୍‌, ମେ, ଜୁନ୍‌, ଜୁଲାଇ, ଅଗଷ୍ଟ, ସେପ୍ଟେମ୍ବର, ଅକ୍ଟୋବର, ନଭେମ୍ବର ଓ ଡିସେମ୍ବର ରୂପରେ । ଖିଆଲୀ ଏକଛତ୍ରବାଦୀ ଶାସକ, ଚାଟୁକାର ପାରିଷଦ ଓ ଶୋଷିତ ନାଗରିକର ଦୁର୍ଦ୍ଦଶାର ସ୍ୱାକ୍ଷର ବହନ କରୁଥିବାଏହି  କାଳଗଣନା ଅବଲମ୍ବନରେ ଘରୁ-ବାର ପର‌୍ୟ୍ୟନ୍ତ ଉତ୍ସବର ଆସର । ନୂଆ ବର୍ଷ ଉପଲକ୍ଷେ ନାଚଗୀତର ରୋଷଣୀ!

ଏ କାଳଗଣନାକୁ ଅବୈଜ୍ଞାନିକ କହିଦେଲେ କ’ଣ କାମ ସରିଗଲା । ବିକଳ୍ପ କ’ଣ ପ୍ରଶ୍ନ ଅପ୍ରାସଙ୍ଗିକ ନୁହେଁ ।

ଆମେ ଯେଉଁ କାଳଗଣନା (ପାଞ୍ଜି) ଆଧାରରେ ଓଷାବାର, ପୂଜାପାର୍ବଣ ପାଳନ କରୁଛେ ତାହା ବେଶ୍ ବିଜ୍ଞାନ ସମ୍ମତ । ଚନ୍ଦ୍ରର ଗତି ଆଧାରରେ ଧାର‌୍ୟ୍ୟ ଚାନ୍ଦ୍ରମାସ ଚନ୍ଦ୍ରର ପୃଥିବୀ ଚାରିପଟେ ଥରେ ପରିକ୍ରମଣ (୩୬୦୦ କୌଣିକ ଦୂରତା)ରେ ସମ୍ପୂର୍ଣ୍ଣ ହୁଏ ଓ ପୃଥିବୀର କକ୍ଷୀୟ ଗତି ଆଧାରରେ ନିରୁପତ ସୌରମାସ ପୃଥିବୀର ସୂର‌୍ୟ୍ୟ ଚାରିପଟେ ୩୦୦ କୌଣିକ ଦୂରତା ଅତିକ୍ରମଣାନ୍ତେ ସମ୍ପୂର୍ଣ୍ଣ ହୁଏ । ମହାଜାଗତିକ ପିଣ୍ଡ ଓ ଗ୍ରହୀୟ ଗତି ଓ ସ୍ଥିତି ଉପରେ ସଠିକ୍ ଧାରଣାଥିବାରୁ ହଜାର ହଜାର ବର୍ଷ ଧରି ପାଞ୍ଜିକାରମାନଙ୍କ ସୂର‌୍ୟ୍ୟେପରାଗ ଓ ଚନ୍ଦ୍ରଗ୍ରହଣ ସମ୍ବନ୍ଧୀୟ ଭବିଷ୍ୟତ ବାଣୀ ନିର୍ଭୁଲ ପ୍ରମାଣିତ ହୋଇଛି । ୧୨ଟି ଚାନ୍ଦ୍ରବର୍ଷର ଅବଧି ସୌରବର୍ଷଠାରୁ ୧୧ ଦିନ, ୩ ଘଟି (୭୨ ମିନିଟ୍‌) ଓ ୪୮ ପଳ (୧୧୫୨ ସେକେଣ୍ଡ) କମ୍‌, ଉଭୟ ବର୍ଷ ମଧ୍ୟରେ ସାମଞ୍ଜସ୍ୟ ଆଣିବାପାଇଁ ୩୨ ମାସ, ୧୬ ଦିନ, ୪ ଘଟି (୯୬ ମିନିଟ୍‌) ପରେ ଏକ ଚାନ୍ଦ୍ରମାସ ଅଧିକ ଯୋଜଯାଏ ଚାନ୍ଦ୍ରବର୍ଷରେ । ମାସଗୁଡିକର ନାମକରଣ ମଧ୍ୟ ଖିଆଲି ଶାସକ, ତୋଷାମଦିଆ ବୁଦ୍ଧିଜୀବୀ ବା ସ୍ୱେଚ୍ଛାଚାରୀ ଧର୍ମଗୁରୁର ଇଚ୍ଛାଉପରେ ନୁହେଁ ବରଂ ମହାଜାଗତିକ ପିଣ୍ଡମାନଙ୍କ ସ୍ଥିତି ଆଧାରରେ ନି ର‌୍ୟଷ କରାଯାଏ । ଚନ୍ଦ୍ର ବୃଦ୍ଧିପାଇ ଚିତ୍ରା ନକ୍ଷତ୍ରରେ ଯେଉଁ ମାସରେ ପୂର୍ଣ୍ଣତା ପ୍ରାପ୍ତକରେ ତାକୁ ଚୈତ୍ରମାସ କୁହାଯାଏ । ତା’ପର ମାସ ବିଶାଖା ନକ୍ଷତ୍ରରେ ଚନ୍ଦ୍ର ପୂର୍ଣ୍ଣତା ପ୍ରାପ୍ତ କରେ ତେଣୁ ମାସର ନାମ ହୁଏ ବୈଶାଖ । ଏହିପରି ନକ୍ଷତ୍ରର ନାମ ଅନୁସାରେ ବର୍ଷର ବାରମାସର ନାମକରଣ । ଆକାଶର ୧୨ଟି ରାଶି (ନକ୍ଷତ୍ରପୁଞ୍ଜ) ଯାହା ମେଷ, ବୃଷ ପ୍ରଭୃତି ବିଭିନ୍ନ ପଶୁ ବା ବସ୍ତୁର ଆକାର ଧାରଣ କରିବା ପରି ଲାଗେ ସେମାନଙ୍କ ମଧ୍ୟରୁ ସୂର‌୍ୟ୍ୟ ମାସସାରା ଯେଉଁ ରାଶିରେ ଅବସ୍ଥାନ କରନ୍ତି ସେହି ମାସଟି ଉକ୍ତ ରାଶିର ନାମ ଧାରଣ କରିଥାଏ । ତେଣୁ ସୌରବର୍ଷର ମାସ ଗୁଡିକ ନାମ ଯଥାକ୍ରମେ ସିଂହ, ବୃଷ, ମିଧୁନ, କର୍କଟ, ପ୍ରଭୃତି ହୋଇଥାଏ । ସୂର‌୍ୟ୍ୟ ଯେଉଁ ଦିନ ଗୋଟିଏ ନିର୍ଦ୍ଦିଷ୍ଟ ରାଶିରେ ପ୍ରବେଶ କରିବା ପରି ଲାଗନ୍ତି, ସେହି ଦିନଟିକୁ ସଂକ୍ରାନ୍ତି କୁହାଯାଏ ଓ ମାସର ଆରମ୍ଭ ହୁଏ । ସୌରବର୍ଷର ଆରମ୍ଭ ମଧ୍ୟ ଗୋଟିଏ ସଂକ୍ରାନ୍ତି (ମହାବିଷୁବ ସଂକ୍ରାନ୍ତି) । ଚାନ୍ଦ୍ରମାସ ପ୍ରତିପଦଠାରୁ ଆରମ୍ଭ ହୁଏ । ତେଣୁ କାଳଗଣନା, ମାସର ଆରମ୍ଭ ସମୟ, ନୂଆ ବର୍ଷ ସମସ୍ତ କଥା ସୂର‌୍ୟ୍ୟ, ପୃଥିବୀ ଓ ଚନ୍ଦ୍ରର ଗତି ଆଧାରରେ ଓ ନକ୍ଷତ୍ରମାନଙ୍କ ସ୍ଥିତିକୁ ନେଇ ସ୍ଥିରୀକୃତ ହୋଇଥାଏ । ଆମେ ବ୍ୟବହାର କରୁଥିବା ପାଞ୍ଜିରେ ଏ କାଳଗଣନା ବିଜ୍ଞାନ ସମ୍ମତ ଓ ପବିତ୍ର । କିନ୍ତୁ ଆମପାଇଁ ‘ଗାଁ କନିଆ ସିଂଘାଣିନାକୀ’ ଆତ୍ମସମୀକ୍ଷା ଆଜି ଦିନର ଅନୁଚିନ୍ତା ହେଉ, ଏତିକି କାମ୍ୟ ।

Subscribe

National International State Sports Entertainment