ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଇ ଦିନିଆ ପୋଲାଣ୍ଡ ଓ ୟୁକ୍ରେନ୍ ଗସ୍ତରେ ଅଛନ୍ତି । ମୋଦୀ ବୁଧବାର ସନ୍ଧ୍ୟାରେ ପୋଲାଣ୍ଡର ରାଜଧାନୀ ୱାର୍ସାରେ ପହଞ୍ଚିବା ପରେ ସେଠାରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ପୋଲାଣ୍ଡର ଉପପ୍ରଧାନମନ୍ତ୍ରୀ ଷ୍ଟାନିସ୍ଲାଭ୍ ଜାନୁସ୍ଜ ବିମାନବନ୍ଦରରେ ମୋଦୀଙ୍କ ନେତୃତ୍ୱ ନେଇଥିଲେ ଏବଂ ଏହି ସମୟରେ ମୋଦୀ ନୱାନଗର ସ୍ମାରକୀ ଏବଂ କୋହ୍ଲାପୁର ସ୍ମାରକୀରେ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ଭାରତୀୟ ସମୁଦାୟଙ୍କୁ ସମ୍ବୋଧିତ କରିଥିଲେ । ତେବେ ମୋରାଜୀ ଦେଶାଇଙ୍କ ପରେ ଆଉ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀ ସେଠାକୁ ଯାଇ ନ ଥିଲେ । ପୋଲାଣ୍ଡକୁ ଭାରତର ପ୍ରଧାନମନ୍ତ୍ରୀ ମୋଦୀ ଗସ୍ତ କରିବା ଗୁରୁତ୍ୱ ପୂର୍ଣ୍ଣ ଅଟେ । ସେ ପୁଣି ଗୁଜୁରାଟର ବାସିନ୍ଦା ହିସାବରେ ଅତ୍ୟନ୍ତ ଖାସ୍ ଅଟେ । କାରଣ ପୋଲାଣ୍ଡ ସହିତ ଗୁଜୁରାଟ ଜାମନଗର ସମ୍ପର୍କ କାହିଁ କେବେଠାରୁ ରହି ଆସିଛି । ଏବେବି ଜାମନଗର ମହାରାଜା ଦିଗବିଜୟ ସିଂହଙ୍କୁ ମନେ ପକାଉଛନ୍ତି ପୋଲାଣ୍ଡବାସିନ୍ଦା ।
ଆସନ୍ତୁ ଜାଣିବା ପୋଲାଣ୍ଡ-ଜାମନଗର ଅତୁଟ ବନ୍ଧନ ସମ୍ପର୍କରେ
ପୋଲାଣ୍ଡର ରାଜଧାନୀ ୱାର୍ସୋକୁ ଜାମନଗରର ମହାରାଜା ଦିଗବିଜୟ ସିଂହଙ୍କ ନାମରେ ଉତ୍ସର୍ଗ କରାଯାଇଛି । କାରଣ ପୋଲାଣ୍ଡ ପ୍ରତି ମହାରାଜା ଦିଗବିଜୟ ସିଂହଙ୍କର ରହିଛି ଅତୁଳନୀୟ ଅବଦାନ । ଯେତେବେଳେ ସାରା ବିଶ୍ୱ ପୋଲାଣ୍ଡର ହାତ ଛାଡ଼ି ଦେଇଥିଲା ସେତେବେଳେ ଜାମନଗର ତତ୍କାଳୀନ ରାଜା ତାକୁ କୋଳେଇ ନେଇ ଥିଲେ । ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟ, ଯେତେବେଳେ ୧୯୩୯ ମସିହାରେ ଜର୍ମାନୀ ଏବଂ ଋଷିଆ ମଧ୍ୟର ଯୁଦ୍ଧର ଆରମ୍ଭ ହୋଇଥିଲା । ଋଷର ଏକଛତ୍ରବାଦ ଶାସକ ଷ୍ଟାଲିନଙ୍କ ସୈନ୍ୟମାନେ ପୋଲାଣ୍ଡ ଦଖଲ କରିଥିଲେ ସେତେବେଳେ ଏହି ଯୁଦ୍ଧରେ ହଜାର ହଜାର ପୋଲାଣ୍ଡ ସୈନିକ ନିଜ ଦେଶକୁ ବଞ୍ଚାଇବା ପାଇଁ ପ୍ରାଣବଳୀ ଦେଇଥିଲେ । ଏହି ଯୁଦ୍ଧରେ ହଜାର ସଂଖ୍ୟାରେ ପୋଲାଣ୍ଡର ନିଷ୍ପାପ ଶିଶୁ ଅନାଥ ହୋଇ ଯାଇଥିଲେ ।
ଋଷ ସେମାନଙ୍କୁ ଶରଣାର୍ଥୀ ଶିବିରରେ ଆଶ୍ରୟ ଦେଇଥିଲା । ଏହି ପିଲାମାନେ ୧୯୪୧ ପର୍ଯ୍ୟନ୍ତ ପୋଲାଣ୍ଡର ରହିଥିଲେ, କିନ୍ତୁ କିଛି ଦିନ ପରେ ସେମାନଙ୍କୁ ନିର୍ଦ୍ଦୟ ଭାବରେ ଋଷ ତଡ଼ି ଦେଇ ଦେଇଥିଲା । ତା’ପରେ ୬୦୦ରୁ ଅଧିକ ଶିଶୁ କେହି ଏକୁଟିଆ କିମ୍ବା କେହି ନିଜ ମା’ଙ୍କ ସହ ନିଜ ଜୀବନ ବଞ୍ଚାଇବାକୁ ଡଙ୍ଗାରେ ଜଳପଥରେ ବାହାରିଥିଲେ , ବିଶ୍ୱର କୌଣସି ଦେଶ ସେମାନଙ୍କୁ ଆଶ୍ରୟ ଦେଇ ନ ଥିଲା । ଯେତେବେଳେ ତାଙ୍କ ଡଙ୍ଗା ମୁମ୍ବାଇରେ ପହଞ୍ଚିଲା, ସେତେବେଳେ ଜାମନଗରର ମହାରାଜା ଦିଗବିଜୟ ସିଂହଙ୍କ ସିଂ ତାଙ୍କୁ ସହୃଦୟର ସହ ଆଶ୍ରୟ ଦେଇଥିଲେ । ସେତେବେଳେ ଭାରତକୁ ଅକ୍ତିଆର କରିଥିବା ବ୍ରିଟିଶ ସରକାର ମଧ୍ୟ ପିଲାମାନଙ୍କୁ ଆଶ୍ରୟ ଦେବାକୁ ମନା କରିଦେଇଥିଲା । କିନ୍ତୁ ମହାରାଜାଙ୍କ ଉଦାର ମନବୃତ୍ତି ଯୋଗୁଁ ୧୯୪୬ ପର୍ଯ୍ୟନ୍ତ, ପୋଲାଣ୍ଡର ଶରଣାର୍ଥୀ ପିଲାମାନେ ଜାମନଗରଠାରୁ ୨୫ କିଲୋମିଟର ଦୂରରେ ଥିବା ବାଲାଚାଡି ଗ୍ରାମରେ ଆଶ୍ରୟ ନେଇଥିଲେ । ଏହା ପରେ ପୋଲାଣ୍ଡ ସରକାର ସେମାନଙ୍କ ନେଇଯାଇଥିଲେ ।
୧୯୮୯ରେ ଯେତେବେଳେ ପୋଲାଣ୍ଡ ଋଷିଆଠାରୁ ଅଲଗା ହୋଇ ଏକ ସ୍ୱତନ୍ତ୍ର ଦେଶର ମାନ୍ୟତା ପାଇଥିଲା । ଏଠାକାର ବାସିନ୍ଦା ରାଜା ଦିଗବିଜୟ ସିଂହଙ୍କୁ କୃତଜ୍ଞତା ଜଣାଇବା ପାଇଁ ଜାମ ସାହେବଙ୍କ ନାମରେ ଏକ ଛକର ନାମକରଣ କଲେ । ଏହା ସହିତ ସ୍କୁଲ ଓ ସଡ଼କକୁ ମଧ୍ୟ ରାଜା ଦିଗବିଜୟ ସିଂହ ସମ୍ମାନରେ ଉତ୍ସର୍ଗ କରାଯାଇଛି । ଆଜି ମଧ୍ୟ ପୋଲାଣ୍ଡର ଲୋକମାନେ ପ୍ରତିବର୍ଷ ଭାରତର ବାଲାଚାଡି ଗ୍ରାମକୁ ଆସି ସେମାନଙ୍କ ଜୀବନ ରକ୍ଷା କରିଥିବା ଦେଶକୁ ସମ୍ମାନ ଦିଅନ୍ତି ।
ଅଧିକ ପଢ଼ନ୍ତୁ: